ETV Bharat / city

ଜମାକାରୀଙ୍କୁ ଲଗାଉଥିଲେ ଚୂନ, ବନ୍ଧା ହେଲେ ମହିଳା ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର

author img

By

Published : Dec 22, 2021, 8:24 AM IST

ଭୁବନେଶ୍ବରରେ ଗିରଫ ହେଲେ ଲେଡି ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର । ଜାଲିଆତି କରି ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡପ ମାମଲାରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ରିଟାର୍ଡ ପରେ ୧୦ ଲକ୍ଷ FD କରିଥିଲେ ବୃଦ୍ଧ, ବର୍ଷେ ପରେ ଆକାଉଣ୍ଟରୁ ଥିଲା ମାତ୍ର ୩ ଲକ୍ଷ

ଭୁବନେଶ୍ବର: ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରୁଥିଲେ ହୁସିଆର । ଅତି ସାବଧାନତାର ସହ କରନ୍ତୁ ଦସ୍ତଖତ କିମ୍ବା ଅନ୍ୟାନ ନେଣଦେଣ । ନଚେତ୍ ହୋଇପାରନ୍ତି ଠକାମିର ଶିକାର । କାରଣ ରାଜଧାନୀରେ ଜଣେ ବରିଷ୍ଠ ନାଗରିକଙ୍କୁ ଏପରି ଭାବେ ଚୂନ ଲଗାଇଛନ୍ତି ଲେଡି ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର । ଘାଟିକିଆ କଳିଙ୍ଗ ନଗରରେ ଥିବା ୟୁନିୟନ ବ୍ୟାଙ୍କର ସମ୍ପୃକ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ଚଞ୍ଚକତା କରି ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ଅଭିଯୁକ୍ତ ମ୍ୟାନେଜର ହେଉଛନ୍ତି କଟକ ଜିଲ୍ଲାର ମୀନା ନାୟକ । ସେ ଭୁବନେଶ୍ବର କଳିଙ୍ଗ ନଗରରେ ରହୁଥିବା ହୃଷିକେଶ ଭୁଜବଳଙ୍କ ଆକାଉଣ୍ଟରୁ ଠକେଇ କରିଛନ୍ତି ।

ବନ୍ଧା ହେଲେ ମହିଳା ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର

ସୁଚନା ମୁତାବକ, ଗତବର୍ଷ ଅକ୍ଟୋବର ୧୬ ତାରିଖରେ ହୃଷିକେଶ ଭୁଜବଳ ଘାଟିକିଆ ବ୍ରାଞ୍ଚରେ ଝିଅ ବାହାଘର ପାଇଁ ନିଜର ଅବସର ଗ୍ରାଟୁଇଟି ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । ସେ ପ୍ରାୟ ୧୦ ଲକ୍ଷର ଫିକ୍ସ ଡିପୋଜିଟ କରିଥିଲେ । ହେଲେ ଏସବୁ ଡିଲ୍ କରୁଥିବା ସେହି ବ୍ୟାଙ୍କର ଲେଡି ଆସିଷ୍ଟାଣ୍ଟ ମାନେଜର‌ ମୀନା ନାୟକ ଚଞ୍ଚକତା କରି ତାଙ୍କ ଠାରୁ ଏକ ଦସ୍ତଖତ ଓ ଚେକ୍ ନେଇଥିଲେ । ପରେ ସେହି ଦସ୍ତଖତ ଜରିଆରେ ୭ ଲକ୍ଷ ଟଙ୍କାର ଲୋନ ନେଇଥିଲେ । ଏଥିରୁ ସେ ନିଜର ବ୍ୟକ୍ତିଗତ ଆକାଉଣ୍ଟରେ ୫ ଲକ୍ଷ ଓ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଏନେଇ ହୃଷିକେଷ ଭୁଜବଳ ମେସେଜ ପାଇବା ପରେ ବ୍ୟାଙ୍କରେ ଜଣାଇଥିଲେ । ମାତ୍ର ସେହି ଲେଡି ବ୍ୟାଙ୍କ ମାନେଜର ଚାଲାକର ସହ ମେସେଜ ଡିଲିଟ କରି ଏହା ଭୁଲବଶତଃ ଆସିଥିବା କହି ବୃଦ୍ଧଙ୍କୁ ପଠାଇ ଦେଇଥିଲେ । ବର୍ଷକ ପରେ ହୃଷିକେଶ ନିଜ ଟଙ୍କା ଉଠାଇବାକୁ ବ୍ୟାଙ୍କ ଯିବା ପରେ ଏପରି ଠକେଇର ଶିକାର‌ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ବ୍ୟାଙ୍କରେ ଜଣାଇବା ସହ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କମିସନରେଟ ପୋଲିସ ସେହି ଲେଡି ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.