ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ (Odisha Assembly Winter Session) ପାଇଁ ଆଜି ବସିଛି ସର୍ବଦଳୀୟ ବୈଠକ (All Party Meeting)। ଏହି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Speaker Surya Narayan Patro) । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନରେ କେଉଁ ଦିନ କଣ ହେବ, ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସହ ବିଧାନସଭାର କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରିଛନ୍ତି ବାଚସ୍ପତି।
ସର୍ବଦଳୀୟ ବୈଠକ ପରେ ବାଚସ୍ପତି ପ୍ରତିକ୍ରିୟା କହିଛନ୍ତି ଯେ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର 1 ରୁ 31 ପର୍ଯ୍ୟନ୍ତ ଚାଲିବ । 26 ଦିନ ଚାଲିବ ବିଧାନସଭା । ବିଧାନସଭା 10.30 ରୁ ଆରମ୍ଭ ହେବ 1.30 ପର୍ଯ୍ୟନ୍ତ ବସିବ । ଅପରାହ୍ନ 4 ଟା ରୁ 6 ଟା ପର୍ଯ୍ୟନ୍ତ ବସିବ । ଦିନକୁ 5 ଘଣ୍ଟା ଚାଲିବ ବିଧାନସଭା । ପ୍ରଥମ ଦିନ ବିଧାନସଭା 11 ଟା ରେ ଆରମ୍ଭ ହେବ । 5 ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ 90 ମିନିଟ ଆଲୋଚନା ହେବ । ବିରୋଧୀ 55 ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ପାଇଁ ସମୟ 35 ମିନିଟ ରହିବ । ସପ୍ତାହିକ 6 ଦିନ ଭିତରେ ମୁଖ୍ୟ ବିରୋଧୀ ଦଳ ବିଜେପି 4 ଦିନ ଓ କଂଗ୍ରେସ 2 ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ ।
କୋଭିଡ ଗାଇଡ଼ ଲାଇନ ଭିତରେ ବିଧାନସଭା ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନ କରିବା ପାଇଁ ଥିବା ପ୍ରସ୍ତାଵକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନ ମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ନ ମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ।
ବିଜେପିର ସର୍ବଦଳୀୟ ବୈଠକରୁ ବୟକଟ ପ୍ରସଙ୍ଗରେ ବାଚସ୍ପତିଙ୍କ ପ୍ରତିକ୍ରିୟାରେ ବାଚସ୍ପତି କହିଛନ୍ତି ଯେ, ଯାହା ନିୟମରେ ରହିଛି ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି ତାଙ୍କ ଲେଜିସିଲେଟିଭ ପାର୍ଟି ଲେଖି କି ଦେଲେ ହେବ । ତେବେ ସର୍ବଦଳୀୟ ବୈଠକରେ ଶାସକ ବିଜେଡି ଓ କଂଗ୍ରେସ ସାମିଲ ହୋଇଥିବାବେଳେ ବିଜେପି ଏହି ବୈଠକରୁ ବୟକଟ କରିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ