ETV Bharat / city

ଏଣିକି ନୂଆ ରୂପରେ ପରିଚାଳିତ ହେବ ବିଧାନସଭା କମିଟି - Assembly standing committee

ଚିରାଚରିତ କାର୍ଯ୍ୟପ୍ରଣାଳୀକୁ ପରିବର୍ତ୍ତନ କରାଯାଇ ନୂଆ ରୂପରେ ବିଧାନସଭା କମିଟିକୁ ପରିଚାଳିତ କରାଯିବ । ଏଥିରେ ବିଭିନ୍ନ କମିଟିର ବୈଠକରେ ବିଶେଷଜ୍ଞଙ୍କୁ ଡାକି ମତାମତ ନିଆଯିବା ସହ ରାଜ୍ୟ ବାହାରୁ ମଧ୍ୟ ବିଶେଷଜ୍ଞଙ୍କୁ ଡକାଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 8, 2019, 5:13 PM IST

ଭୁବନେଶ୍ବର: ଏଣିକି ଲୋକସଭା-ରାଜ୍ୟସଭା ଢାଞ୍ଚାରେ ଚାଲିବ ବିଭିନ୍ନ ବିଧାନସଭା କମିଟିର କାର୍ଯ୍ୟପ୍ରଣାଳୀ । ଚିରାଚରିତ କାର୍ଯ୍ୟପ୍ରଣାଳୀକୁ ପରିବର୍ତ୍ତନ କରାଯାଇ ନୂତନ ରୂପରେ ବିଧାନସଭା କମିଟିକୁ ପରିଚାଳିତ କରାଯିବ । ଏଥିରେ ବିଭିନ୍ନ କମିଟିର ବିଶେଷଜ୍ଞଙ୍କୁ ଡାକି ମତାମତ ନିଆଯିବା ସହ ରାଜ୍ୟ ବାହାରୁ ମଧ୍ୟ ବିଶେଷଜ୍ଞଙ୍କୁ ଡକାଯିବ । ସବୁ କମିଟିର ସୁପାରିଶ, ପରାମର୍ଶ ଓ ମତାମତକୁ ପ୍ରାଧାନ୍ୟ ଦିଆଯିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶୁକ୍ରବାର ବାଚସ୍ପତିଙ୍କ ଉପସ୍ଥିତିରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କ ସହ ବିଚାର ବିମର୍ଷ ପରେ ଏହି କାର୍ଯ୍ୟପ୍ରଣାଳୀ ଉପରେ ସହମତି ଦିଆଯାଇଛି । ଏଥିରେ ଲୋକସଭା, ରାଜ୍ୟସଭା ଢାଞ୍ଚାରେ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ବ ଦିଆଯିବ । ବିଶେଷ କରି ଯେଉଁ କ୍ଷେତ୍ର ପାଇଁଙ୍କ କମିଟି ଗଠନ କରାଯାଇଛି ସେହି କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଡକାଯାଇ ସେମାନଙ୍କ ମତାମତ ନେଇପାରିବେ କମିଟି ସଭ୍ୟ । ତେବେ ଏଥିରେ ସରକାରୀ ବାବୁ ଉପସ୍ଥିତ ରହିବେ ନାହିଁ, କେବଳ ସଭ୍ୟ ରହିବେ । ଏଠାରୁ ପରାମର୍ଶ ଗ୍ରହଣ କରିବା ପରେ ସେମାନେ ଅଫିସରଙ୍କ ସହିତ ଆଲୋଚନା କରିବେ । ଏହାଦ୍ବାରା କିଛି ଭଲ ସୁପାରିଶ ଆସିପାରିବ ବୋଲି କହିଛନ୍ତି ବାଚସ୍ପତି ।

ଶୁକ୍ରବାର ବିଧାନସଭା ନିଜ ପ୍ରକୋଷ୍ଠରେ ଏନେଇ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ବୈଠକ ଡାକିଥିଲେ ବାଚସ୍ପତି । ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଏହା କହିଛନ୍ତି । ସେପଟେ ଅଧ୍ୟକ୍ଷ ମଧ୍ୟ ବିଭିନ୍ନ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଚିରାଚରିତ ଢଙ୍ଗରେ ନୁହେଁ ନୂଆ ରୂପରେ ଚାଲିବ ବିଧାନସଭା କମିଟି। ଓଡିଶା ବିଧାନସଭା ଅଧୀନରେ ଥିବା ସବୁ କମିଟିର ସୁପାରିଶ, ପରାମର୍ଶ ସାଙ୍ଗକୁ ମତାମତ କୁ ପ୍ରାଧାନ୍ୟ ଦିଆଯିବ। ଆଉ ଲୋକସଭ, ରାଜ୍ୟସଭା ଭଳି କମିଟି ଚାଲିବ। ବିଶେଷ କରି ଯେଉଁ କ୍ଷେତ୍ର ପାଇଁଙ୍କମିଟି ଗଠନ କରାଯାଇଛି ସେହି କ୍ଷେତ୍ରରୁ ବିଶେଷଜ୍ଞ ଙ୍କୁ ଡକାଯାଇ ସେମାନଙ୍କ ମତାମତ ନେଇପାରିବେ କମିଟି ସଭ୍ୟ। ତେବେ ଏଥିରେ ସରକାରୀ ବାବୁ ଉପସ୍ଥିତ ରହିବେ ନାହିଁ। କେବଳ ସଭ୍ୟ ରହିବେ। ଏଠାରୁ ଜ୍ଞାନ ନେବା ପରେ ସେମାନେ ଅଫିସରଙ୍କ ସହିତ ଆଲୋଚନା କରିବେ। ଏହାଦ୍ୱାରା କିଛି ଭଲ ସୁପାରିଶ ଆସିପାରିବ ବକି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆଜି ବିଧାନସଭା ନିଜ ପ୍ରକୋଷ୍ଠରେ ଏନେଇ ସବୁ କମିଟି ଅଧ୍ୟକ୍ଷ ଙ୍କ ବୈଠକ ଡାକିଥିଲେ ବାଚସ୍ପତି। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଏହା କହିଛନ୍ତି। ସେପଟେ ଅଧ୍ୟକ୍ଷ ମଧ୍ୟ ବିଭିନ୍ନ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି।

Body:ବାଇଟ ସୂର୍ଯ୍ୟନାରାୟଣ ପାତ୍ର, ବାଚସ୍ପତି
ବାଇଟ ଦେବୀପ୍ରସାଦ ମିଶ୍ର, ଅଧ୍ୟକ୍ଷ, ଷ୍ଟାଣ୍ଡିଂ କମିଟି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.