ଭୁବନେଶ୍ବର: ବିଧାନସଭା ଗୋଟିଏ ଦିନ ପାଇଁ ସଟଡାଉନ ଘୋଷଣା ହୋଇଛି । ବିଧାନସଭାର କର୍ମଚାରୀଙ୍କ ମାଆ କୋରୋନା ପଜେଟିଭ୍ ବାହାରିବା ପରେ ସଟଡାଉନ ଘୋଷଣା ହୋଇଛି । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ମଧ୍ୟ ସଟଡାଉନ ରହିବ ବିଧାନସଭା ।
ସୋମବାର ଦିନ ବାଚସ୍ପତି ସଟଡାଉନ୍ ଅବଧି ବଢାଇବେ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ସୂଚନା ଅନୁସାରେ ପୂର୍ବରୁ ଜଣେ ବିଧାୟକ କୋରୋନା ପଜେଟିଭ ଚିହ୍ନଟ ପରେ ବିଧାନସଭାର ସମସ୍ତ କମିଟିକୁ ମଧ୍ୟ ବାତିଲ୍ କରାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ