ETV Bharat / city

ବିଧାନସଭା ଅଧିବେଶନ: ଗର୍ଜିଲେ ନରସିଂହ ମିଶ୍ର, ବାଚସ୍ପତିଙ୍କୁ ଘେରିଲା କଂଗ୍ରେସ

ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭର କିଛି ସମୟ ପରେ କଂଗ୍ରେସ ବିଧାୟକଙ୍କ ହୋ ହାଲ୍ଲା ଓ ବିଧାନସଭା କକ୍ଷତ୍ୟାଗ କରିଛନ୍ତି । ଗୃହରେ ବିନା ଘୋଷଣାରେ ‘ବିରୋଧୀ ଦଳ ନେତା' ସମ୍ବୋଧନ ଓ ବିଜେଡି-ବିଜେପି ବନ୍ଧୁତ୍ବ ପ୍ରସଙ୍ଗଙ୍କୁ ନେଇ ବାଚସ୍ପତିଙ୍କୁ ପ୍ରଶ୍ନ କରିବା ସହ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ, ନାରାବାଜି କରିଛନ୍ତି ।

author img

By

Published : Jun 25, 2019, 3:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ଆଜିଠାରୁ(ମଙ୍ଗଳବାର)ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଇଛି । ପ୍ରଥମ ଦିନରେ ଅଧିବେଶନ ଆରମ୍ଭର କିଛି ସମୟ ପରେ କଂଗ୍ରେସ ବିଧାୟକଙ୍କ ହୋ ହାଲ୍ଲା ଓ ବିଧାନସଭା କକ୍ଷତ୍ୟାଗ କରିଛନ୍ତି । ଗୃହରେ ବିନା ଘୋଷଣାରେ ‘ବିରୋଧୀ ଦଳ ନେତା' ସମ୍ବୋଧନ ଓ ବିଜେଡି-ବିଜେପି ବନ୍ଧୁତ୍ବ ପ୍ରସଙ୍ଗଙ୍କୁ ନେଇ ବାଚସ୍ପତିଙ୍କୁ ପ୍ରଶ୍ନ କରିବା ସହ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ, ନାରାବାଜି କରିଛନ୍ତି ।

assembly-session

ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ଗୃହ ମଧ୍ୟରେ କଂଗ୍ରେସ ଦଳ ବିଧାୟକଙ୍କ ହୋହଲ୍ଲା । ଗୃହରେ ବିନା ଘୋଷଣାରେ ବିରୋଧୀ ଦଳ ନେତା ସମ୍ବୋଧନ କରିବା ଫଳରେ ବିଧାନସଭାର ପରମ୍ପରା ଭଙ୍ଗ ହୋଇଛି । ନିୟମ ଅନୁସାରେ ବାଚସ୍ପତି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରି ଗୃହକୁ ଅବଗତ କରିଥାଆନ୍ତି । ହେଲେ ଶୋକ ପ୍ରସ୍ତାବ ସମୟରେ ହଠାତ ବିରୋଧୀ ଦଳ ନେତାଙ୍କୁ କହିବା ପାଇଁ ସୁଯୋଗ କାହିଁକି ଦିଆଗଲା ବୋଲି କଂଗ୍ରେସ ସଭ୍ୟ ହୋହଲ୍ଲା କରିଛନ୍ତି ।

ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ହୋହଲ୍ଲା କରିଥିଲେ । ଏହାସହ ବିଜେଡି-ବିଜେପି ବନ୍ଧୁତ୍ବ ପ୍ରସଙ୍ଗଙ୍କୁ ନେଇ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି । ବିଜେପି-ବିଜଡିର ରାଜ୍ୟସଭା ପ୍ରାର୍ଥୀ ସମାନ ହେବା ପ୍ରସଙ୍ଗରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ କରିଥିବା କଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାକୁ କାରଣ ଦର୍ଶାଇ ନରସିଂହ ମିଶ୍ର କହିଛନ୍ତି ଯେ ବିଜେପିକୁ ଗୃହରେ ବିରୋଧୀ ଦଳ ନୁହେଁ ସରକାରୀ ଦଳ ହୋଇଯାଇଛି । ଏହାସହ ବିରୋଧୀ ଦଳ ନେତା କିଏ ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ସେହିପରି ସମାନ କଥାକୁ ଦୋହରାଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିକୁ ସମାଲୋଚନା କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ମଙ୍ଗଳବାରଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟା଼ୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.