ଭୁବନେଶ୍ବର: ସରକାରଙ୍କ ବିରୋଧରେ ବିଧାନସଭାରେ ବିରୋଧୀ ବିଜେପି ଶକ୍ତ କରୁଛି ଆଭିମୁଖ୍ୟ । ଆଜି ଦଳୀୟ ବିଧାୟକଙ୍କ ପାଇଁ ଜାରି କଲା ଦଳ ହ୍ବିପ ।

ମୁଖ୍ୟ ସଚେତକ ମୋହନ ମାଝୀ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ପୂର୍ବାହ୍ନ 10 ଟାରୁ ସଂଧ୍ୟା 7 ଟା ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶନାମା ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦେଇଛନ୍ତି ମୁଖ୍ୟ ସଚେତକ ମୋହନ ମାଝୀ ।
ସେପଟେ ସରକାର ଆଜି ଗୃହରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯୋଜନା କରିଛନ୍ତି । ଏହାସହ 6 ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର ଅଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ