ETV Bharat / city

Odisha Assembly: ଗୁରୁବାର ଦିନ ୧୦.୩୦ ଯାଏଁଁ ଗୃହ ମୁଲତବୀ, ୭ ବିଲ ପାରିତ

author img

By

Published : Sep 1, 2021, 6:50 PM IST

Updated : Sep 1, 2021, 8:06 PM IST

ମୌସୁମୀ ଅଧିବେଶନର ପ୍ରଥମ ଦିନ। ଗୃହରେ ମରୁଡି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ପ୍ରଥମ ଦିନ ଅଧିବେଶନରେ ମୋଟ ୭ଟି ବିଲ ପାରିତ ହୋଇଛି । ଅଧିକ ପଢନ୍ତୁ...

Assembly Moonsoon Session
କାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ, ୭ ବିଲ ପାରିତ

ଭୁବନେଶ୍ବର: ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ । ଗୃହରେ ମୋଟ ୭ଟି ବିଲ ପାରିତ ହୋଇଛି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ମରୁଡି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ମରୁଡ଼ି ପ୍ରସଙ୍ଗରେ ଆଲୋଚନା ବେଳେ ରାଜସ୍ବ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଉତ୍ତର ରଖିବାକୁ ନେଇ ଗୃହରେ ଉଦବେଗ । କାହିଁକି ରାଜସ୍ବ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଉତ୍ତର ରଖିଲେ ବୋଲି ପ୍ରଶ୍ନ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଉଭୟ ପକ୍ଷରୁ କୁହାଯାଇଛି ଏହା ସଠିକ ପରମ୍ପରା ନୁହେଁ ।

ବାଚସ୍ପତି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ପରିଷଦର ସଦସ୍ୟ ଉତ୍ତର ରଖି ପାରିବେ । ଯେହେତୁ ରାଜସ୍ବ ମନ୍ତ୍ରୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ନାହିଁ ତେଣୁ ସେ ଭିସିରେ ରହୁଛନ୍ତି । ବାଚସ୍ପତିଙ୍କ ବିବୃତି ପରେ ବି ପୋଡିୟମ ନିକଟରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ମୁଲତବୀ ଆଲୋଚନାରେ ଅପାରଗ ଶବ୍ଦ ବାଦ୍ ଦେବାକୁ ନେଇ ବିଜେପିର ବିରୋଧ ବାଚସ୍ପତିଙ୍କ ବିବୃତି ପରେ ବି ବିଜେପି ସଦସ୍ୟ ପ୍ରତିବାଦ ଜାରି ରଖିଥିଲେ ।

ସେହିପରି ଆଜି ବିଧାନସଭାରେ ୭ ଟି ବିଲ ପାରିତ ହୋଇଛି । ଓଡିଶା ଟାଉନ ପ୍ଲାନିଂ ଓ ଇମ୍ପୃଭମେଣ୍ଟ ଟ୍ରଷ୍ଟ ବିଲ ପାରିତ ହେବା ପୂର୍ବରୁ ନରସିଂହ ମିଶ୍ର ଅଭିଯୋଗ କରିଥିଲେ କି ତାଙ୍କୁ ବିଲ ସମ୍ପର୍କିତ କୌଣସି ତଥ୍ୟ ମିଳିନାହିଁ । ତେଣୁ ବିଲ ପାରିତ ଆଲୋଚନା ମାଧ୍ୟମରେ ହେଉ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତି ଗୃହକୁ 5.36 ରୁ 5.46 ପର୍ଯ୍ୟନ୍ତ 10 ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। । ଏହା ପରେ ପୁଣି ଗୃହ କାର୍ଯ୍ୟ ଚଳାଇବା ଅସମ୍ଭବ ହୋଇଥିଲା ତେଣୁ ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Sep 1, 2021, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.