ETV Bharat / city

Odisha Assembly; ୧୦ ମିନିଟ ମୁଲତବୀ ପରେ ଗୃହ ପୁଣି ସ୍ବାଭାବିକ - ଗୃହ ପୁଣି ସ୍ବାଭାବିକ

ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସ । ପ୍ରଶ୍ନକାଳ ସ୍ବାଭାବିକ ଚାଲିଲା । ହେଲେ ଶୂନ୍ୟକାଳରେ ପୁଣି ଅଚଳାବସ୍ଥା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ପର୍ଯ୍ୟାପ୍ତ ସମୟ ନମିଳିବାରୁ ଆରମ୍ଭ ହେଲା ହଙ୍ଗାମା । ଅଧିକ ପଢନ୍ତୁ...

OdishaAssembly
OdishaAssembly
author img

By

Published : Sep 4, 2021, 1:53 PM IST

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସ । ପ୍ରଶ୍ନକାଳ ସ୍ବାଭାବିକ ଚାଲିଲା । ହେଲେ ଶୂନ୍ୟକାଳରେ ପୁଣି ଅଚଳାବସ୍ଥା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ପର୍ଯ୍ୟାପ୍ତ ସମୟ ନମିଳିବାରୁ ଆରମ୍ଭ ହେଲା ହଙ୍ଗାମା ।

ବିଜେପି ବିଧାୟକ ମାନେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ଆଲୋଚନା ପାଇଁ ଅଧିକ ସମୟ ମାଗିଥିଲେ । ବାଚସ୍ପତି ସମୟ ନଦେବାରୁ ବିରୋଧୀ ବିଜେପି ହଙ୍ଗାମା କରିଥିଲେ । ୱେଲକୁ ଆସି ନାରାବାଜୀ କଲେ । ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଲେ । ସର୍ବଦଳୀୟ ବୈଠକ ଶାସକ ବିରୋଧୀଙ୍କ ପ୍ରତିନିଧି ଯୋଗ ଦେଇ ନିଜ ନିଜ ଦାବି ରଖିଲେ ।

ପରେ ଗୃହକୁ ସ୍ବାଭାବିକ କରିବା ପାଇଁ ସମସ୍ତ ଦଳ ରାଜି ହୋଇଥିଲେ । ଏହାପରେ ଗୃହ କାର୍ଯ୍ୟ ପୁଣି ଥରେ ଚାଲିଛି । ଷ୍ଟାପ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । କଂଗ୍ରେସ ପକ୍ଷରୁ ବିଧାୟକ ଦଳନେତା ନରସିଂହ ମିଶ୍ର ଆଲୋଚନା ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.