ETV Bharat / city

ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବ ବିଜେପି !

author img

By

Published : Aug 31, 2021, 6:46 PM IST

ବିଧାନସଭାରେ ଶାସକ ଦଳକୁ ଘେରିବାକୁ ବିଜେପିର ସଜବାଜ । ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସହ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର, ବିଭିନ୍ନ ଅପରାଧ ଓ ଦୁର୍ନୀତିକୁ ଢାଲ କରି ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବ ବିଜେପି !
ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବ ବିଜେପି !

ଭୁବନେଶ୍ବର: ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନକୁ ନେଇ ବିଜେପି ପକ୍ଷରୁ ବିଧାୟକଙ୍କୁ ନେଇ ହୋଇଛି ବୈଠକ । ସାମ୍ପ୍ରତିକ ପରିସ୍ଥିତି ଓ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଦଳର ସମସ୍ତ ବିଧାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଦଳର ଏକାଧିକ ସାଧାରଣ ସମ୍ପାଦକ ମାନେ ବୈଠକରେ ଉପସ୍ଥିତ ଥିଲେ ।

ତେବେ ଦଳ ପକ୍ଷରୁ ମରୁଡି ପ୍ରସଙ୍ଗ, ସାର ଅଭାବ ଜନିତ ସମସ୍ୟା, ଜଳସେଚନର ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବାଲେଶ୍ୱର ବଜାରରେ ହତ୍ୟା, ଭୁବନେଶ୍ୱରରେ ଦିନ ଦ୍ଵିପହରରେ ହତ୍ୟା, ଗୁରୁଜୀ ମାନସ ଦାସ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର, ବିଭିନ୍ନ ଅପରାଧ ଓ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ସମ୍ପୃକ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ, ACF ହତ୍ୟାକାଣ୍ଡରେ ବିକ୍ରମ ଆରୁଖଙ୍କ ସମ୍ପୃକ୍ତି ଥିବା ଭଳି ଘଟଣା ସହ ରାଜ୍ୟ ସରକାର ବିଭିନ୍ନ ଘଟଣାକୁ ଘଣ୍ଟ ଘୋଡାଇ ଆସୁଥିଲେ ମଧ୍ୟ ସବୁ ପଦାରେ ପଡୁଥିବା ନେଇ କହିଛନ୍ତି ବିଜେପି ନେତା ।

ସେ ମଧ୍ୟ କହିଛନ୍ତି କି ଷ୍ଟାଫ୍ ସିଲେକ୍ସନ କମିଶନରେ ଅନିୟମିତତା, କୋଟିଆ ସହ ରାଜ୍ୟରେ ଅନେକ ସ୍ଥାନରେ ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ବିଜୁ ପକ୍କାଘର ନାଁରେ ବଜେଟରେ ବ୍ୟବସ୍ଥା ନାହିଁ, ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଠକ ହେଉନାହିଁ, ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ସାରା ଭାରତ ବର୍ଷର 50 ହଜାର କୋଟିରୁ ଓଡିଶାର ଭାଗ 14 ହଜାର କୋଟି ଟଙ୍କା ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି । ସେପଟେ ବିନା ଗ୍ରାମସଭାରେ ଅର୍ଥକୁ ହରିଲୁଟ କରାଯାଉଥିବା ବେଳେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ଉଠାଇବା ସହ ଦଳ ରାଜ୍ୟ ସରକାରଙ୍କୁ ଘେରିବ ।

ତେବେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡ଼ି ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ସିଟ ସଂରକ୍ଷଣ କରୁଛି । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ସରକାର । ଆୟୁଷ୍ମାନ ଭାରତ ଯୋଜନା ଆଜି ଯାଏଁ ଓଡିଶା ସରକାର ଲାଗୁ କରିନାହାନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ସ୍ବାସ୍ଥ୍ୟ କାର୍ଡ ନାଁରେ ଭୋଟ ବ୍ୟାଙ୍କ ରାଜନୀତି ଉପରେ ଦଳ ବିରୋଧ କରିବ ବେଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.