ETV Bharat / city

ଗୃହରେ ମାହାଙ୍ଗା ତାତି; ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି, ପାଲଟା ଆକ୍ରମଣ କଲା ବିଜେଡି - ବିଧାନସଭା ମୌସୁମୀ ଅଧିବେଶନ

ବିଧାନସଭାରେ ମାହାଙ୍ଗା ତାତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଧୋଇଗଲା ପ୍ରଶ୍ନକାଳ ସମେତ ଶୂନ୍ୟକାଳ । ୧୦ ମିନିଟ ମଧ୍ୟ ଚାଲି ପାରିଲା ନାହିଁ ଗୃହ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ । ଅଧିକ ପଢନ୍ତୁ...

assembly
assembly
author img

By

Published : Sep 2, 2021, 1:55 PM IST

ଭୁବନେଶ୍ବର: ବିଧାନସଭାରେ ମାହାଙ୍ଗା ତାତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଧୋଇଗଲା ପ୍ରଶ୍ନକାଳ ସମେତ ଶୂନ୍ୟକାଳ । ୧୦ ମିନିଟ ମଧ୍ୟ ଚାଲି ପାରିଲା ନାହିଁ ଗୃହ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଗୃହକୁ ଫେରିଲା ମାହାଙ୍ଗା ତାତି; ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି; ପାଲଟା ଆକ୍ରମଣ କଲା ବିଜେଡି

ଆଜି ପୂର୍ବାହ୍ନ ୧୦.୩୦ ରେ ବିଧାନସଭା ଆରମ୍ଭ ହେବା ମାତ୍ରେ ମୁଖ୍ୟ ବିରୋଧୀ ଦଳ ବିଜେପି କଟକ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଘେରିଥିଲା ସରକାରଙ୍କୁ । ଏତଲାରେ ଆଇନ ମନ୍ତ୍ରୀଙ୍କ ନାଁ ଥିବାରୁ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ । ନଚେତ ଗୃହ ଚଳାଇ ଦିଆଯିବ ନାହିଁ ବୋଲି ବିଜେପି ଧମକ ଦେଇଥିଲା । ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲା । ଏପଟେ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ଭାରି ପଡିଥିଲା । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ ।

ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟରେ ମରୁଡି ସ୍ଥିତି ନେଇ ସରକାର ସମସ୍ତଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଥିଲେ । ଏହା ସତ୍ତ୍ବେ ବିରୋଧୀ ସନ୍ତୁଷ୍ଟ ହୋଇନଥିଲେ । ପୁଣି ୧୧.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ଦାବି ନେଇ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ମାହାଙ୍ଗା ଡବଲ ମର୍ଡର ଘଟଣାରେ ହୋଇଥିବା ଏତଲାରେ ୧୩ ନମ୍ବରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି । ଏହାସହ ସ୍ଥାନୀୟ ଜେଏମଏଫସି କୋର୍ଟ ପୋଲିସର ଚାର୍ଚସିଟକୁ ଅଗ୍ରାହ୍ୟ କରି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଜରୁରୀ । ନଚେତ ତଦନ୍ତ ପ୍ରଭାବିତ ହେବ ।

ଅନ୍ୟପଟେ ବିଜେପିକୁ ପ୍ରତିଆକ୍ରମଣ କରିଛି ଶାସକ ବିଜେଡି । ଦଳ ପକ୍ଷରୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ନାଟକ କରୁଛି । ଲୋକଙ୍କ ଆଗରେ ନିଜ ଦୋଷ ଦୁର୍ବଳତା ଧରା ପଡିଯିବ ବୋଲି ଗୃହକୁ ଅଚଳ କରୁଛି । ପ୍ରତି ଅଧିବେଶନରେ ବିଜେପି ଦୁଇଟି ପ୍ରସଙ୍ଗ ନେଇ ହଟ୍ଟଗୋଳ କରୁଛନ୍ତି । ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାନୀୟ ଜଳ ,ଶିକ୍ଷା, ସ୍ବାସ୍ଥ୍ୟ , ଜଳସେଚନ ଭଳି ଅନେକ ସମସ୍ୟା ଆଲୋଚନା ହୋଇପାରୁନାହିଁ । ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିଜେପି ସଦସ୍ୟମାନେ କୌଣସି ଆଲୋଚନା କରିବାକୁ ଗୃହକୁ ଆସୁନାହାଁନ୍ତି । କେବଳ ନିଜ ଆତ୍ମ ପ୍ରଚାର କରୁଛନ୍ତି ।

ରାଜ୍ୟର ଅନେକ ପ୍ରସଙ୍ଗ ରହିଛି ଆଲୋଚନା ପାଇଁ । ଆଉ ବର୍ତ୍ତମାନର କୋଭିଡ ସ୍ଥିତିରେ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ରହିଛି । କିନ୍ତୁ ଆଲୋଚନା ପରିବର୍ତ୍ତେ ବିଜେପି ରାଜନୀତି କରୁଛି । ଆଉ ୨ଟି ଅପରାଧିକ ମାମଲା ଧରି ଗୃହକୁ ଆସୁଛି । ସେହିପରି ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କ ଠାରୁ କିଛି ଶିଖୁ ବୋଲି କଟାକ୍ଷ କରିଛନ୍ତି । ଯେତେବେଳେ ସଂସଦ ଅଚଳ ହେଉଛି ସରକାର ବିରୋଧୀଙ୍କୁ ଆଲୋଚନା ପାଇଁ ଡାକୁଛନ୍ତି । କିନ୍ତୁ ରାଜ୍ୟ ବିଜେପି କିଛି ଶିଖି ପାରୁନାହିଁ ବୋଲି ପ୍ରମିଳା କହିଛନ୍ତି । ମାହାଙ୍ଗା ମର୍ଡର ଘଟଣାରେ ନ୍ୟାୟପାଳିକା ପରିବାରକୁ ଉଚ୍ଚିତ ନ୍ୟାୟ ଦେବେ ବୋଲି ପ୍ରମିଳା କହିଛନ୍ତି । ମାମଲା କୋର୍ଟରେ ଥିବାରୁ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.