ETV Bharat / city

କ୍ୟାବିନେଟର ନିଷ୍ପତ୍ତି, ଓଡିଆରେ ବି ଦେଇ ହେବ OCS ପରୀକ୍ଷା - ଓଡ଼ିଆରେ ଓସିଏସ ପରୀକ୍ଷା

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଓଡିଆରେ ବି ଦେଇ ହେବ ଓଡିଶା ସିଭିଲ ସର୍ଭିସ (OCS) ପରୀକ୍ଷା ଦେବା ଉପରେ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଅଧିକ ପଢନ୍ତୁ

କ୍ୟାବିନେଟର ନିଷ୍ପତ୍ତି, ଓଡିଆରେ ବି ଦେଇ ହେବ OCS ପରୀକ୍ଷା

author img

By

Published : Sep 30, 2022, 9:27 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏଥିରେ ସାଧାରଣ ପ୍ରଶାସନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଗୃହ, ଇସ୍ପାତ ଓ ଖଣି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଆରେ OCS ପରୀକ୍ଷା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, OCS ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି । ଏଣିକି ପରୀକ୍ଷାର୍ଥୀମାନେ ପ୍ରବନ୍ଧ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ । ସାକ୍ଷାତକାର ମଧ୍ୟ ଓଡ଼ିଆରେ ହେବ । ଯିଏ ଚାହିଁବେ ଇଂରାଜୀ ଭାଷାରେ ସାକ୍ଷାତକାର ଦେଇପାରିବେ ।

ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ପରୀକ୍ଷା ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ଥର ପରୀକ୍ଷା ଦେଇପାରିବେ । SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ । ସେହିଭଳି ଧାନ ସଂଗ୍ରହ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଖରିଫ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- 10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି । ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ ଖରିଫ ଚାଷରେ ୫୭ ଲକ୍ଷ ମେଟ୍ରିକ ଟନ ଓ ରବି ଚାଷରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର । ନଭେମ୍ବରରୁ ମାର୍ଚ୍ଚ ମାସ ଯାଏ ଖରିଫ ପାଇଁ ଧାନ ସଂଗ୍ରହ ହେବ । ସେହିପରି ମେ ମାସରୁ ଜୁନ ମାସ ପର୍ଯ୍ୟନ୍ତ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ ।

ସେହିପରି ରାଜ୍ୟରେ ଖଣି ନିର୍ଦ୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ହେବ ମିଶ୍ରଣ । ଏହାକୁ ମିଶ୍ରଣ କରି ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ । ଏଥିରେ ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ପଦବୀ ସହ ଦୁଇଗୋଟି ନୂତନ ଅତିରିକ୍ତ ପଦବୀ ସୃଷ୍ଟି କରାଯିବ । ମାନବ ସମ୍ବଳକୁ ସୁଦୃଢ କରି ଖଣିଜ ପ୍ରଶାସନ ଓ ଅନ୍ବେଷଣକୁ ଅଧିକ କ୍ରିୟାଶୀଳ କରାଯିବ । ଏହା ରାଜସ୍ବ ବୃଦ୍ଧିରେ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.