ETV Bharat / city

ଭୁବନେଶ୍ୱର କ୍ଳବକୁ ମିଳିଲା ନୂଆ ବସ, ବିଜୟଙ୍କୁ ମାତ ଦେଇ ସଭାପତି ହେଲେ ଅସିତ - ବିଜୟ ପଟ୍ଟନାୟକ

ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ କ୍ଲବ ଭୁବନେଶ୍ବର କ୍ଲବରେ ନିର୍ବାଚନ ଫଳାଫଳ । ବିଜୟ ପଟ୍ଟନାୟକକୁ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମୋ ହୋଇଛନ୍ତି ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

Asit Tripathy Supreme of the Premium Club by defeating Bijay Patnaik
ଭୁବନେଶ୍ୱର କ୍ଳବକୁ ମିଳିଲା ନୂଆ ବସ
author img

By

Published : Sep 27, 2021, 6:59 PM IST

Updated : Sep 27, 2021, 9:25 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ କ୍ଲବ ଭୁବନେଶ୍ବର କ୍ଲବରେ ନିର୍ବାଚନ ଫଳାଫଳ । ବିଜୟ ପଟ୍ଟନାୟକକୁ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମ ହୋଇଛନ୍ତି ଅସିତ ତ୍ରିପାଠୀ । 278 ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି ଅସିତ ।

ଟପ୍ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ହୋଇଥିବା ଟଫ୍ ଫାଇଟର ରେଜଲ୍ଟ ଆସିଛି । ରାଜ୍ୟର ପ୍ରିମିୟର କ୍ଲବ ପାଇଛି ନୂଆ ପ୍ରେସିଡେଣ୍ଟ । ନିର୍ବାଚନରେ ସଭାପତି ରେସରେ ଥିଲେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ । ଅସିତ ତ୍ରିପାଠୀ ଏବଂ ବିଜୟ ପଟ୍ଟନାୟକ । ବିଜୟଙ୍କୁ ମାତ୍ ଦେଇଛନ୍ତି ସଭାପତି ହୋଇଛନ୍ତି ଅସିତ । ମୋଟ 1254 ଭୋଟ ମଧ୍ୟରୁ ଅସିତଙ୍କୁ 776 ଖଣ୍ଡ ଭୋଟ ମିଳିଥିବାବେଳେ ବିଜୟଙ୍କୁ ମିଳିଛି 498 । 278 ଖଣ୍ଡ ଭୋଟ ବ୍ୟବଧାନରେ ଜିତି ଭୁବନେଶ୍ବର କ୍ଳବର ନୂଆ ବସ ହୋଇଛନ୍ତି ଅସିତ ।

ସଭାପତି ପଦ ସହିତ ଅନ୍ୟାନ୍ୟ ପଦ ପଦବୀ ପୂରଣ କରିବା ପାଇଁ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସଭାପତି ପଦ ସହ ଉପ-ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଏକଜିକ୍ୟୁଟିଭ୍ କମିଟି ମେମ୍ବର ନିର୍ବାଚିତ ହୋଇଛନ୍ତି । ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର କ୍ଳବର ସଭାପତି ପଦବୀ ଖାଲି ପଡିଥିଲା । ନିର୍ବାଚନ ପାଇଁ ନୋମିନେସନ ସରିଥିଲା । କିନ୍ତୁ ବିଭିନ୍ନ କାରଣରୁ ନିର୍ବାଚନ ଅଟକିଥିଲା ।

ପାୱାର ସର୍କଲରେ ଦିନେ ସବୁଠାରୁ ପାୱାରଫୁଲ୍ ଥିଲେ ଏହି ଦୁଇ ଜଣ ଅଫିସର୍ । ବିଜୟ ପଟ୍ଟନାୟକ ଦିନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସବୁଠାରୁ ଶକ୍ତିଶାଳୀ ଅଫିସର୍ ଥିଲେ । କୁହାଯାଏ, ବିନା ବିଜୟଙ୍କ ଇଙ୍ଗିତରେ କିଛି ହୁଏନାହିଁ । ଅବସର ପରେ ସେ ବେଦାନ୍ତ ବିଶ୍ବବିଦ୍ୟାଳୟର ଦାୟିତ୍ବ ସମ୍ଭାଳିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି ।

ଭୁବନେଶ୍ୱର କ୍ଳବକୁ ମିଳିଲା ନୂଆ ବସ, ବିଜୟଙ୍କୁ ମାତ ଦେଇ ସଭାପତି ହେଲେ ଅସିତ

1949ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ । 1950ରେ କ୍ଳବର ପ୍ରଥମ ସଭାପତି ହୋଇଥିଲେ ଖଲିକୋଟର ରାଜା । ସେହିଦିନ ଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହିଛନ୍ତି । କିନ୍ତୁ ୧୯୬୪ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ ଦଖଲରେ ନେଇଥିଲେ ଆଇଏଏସ ଅଫିସର । ଏହା ଆଇଏଏସ କ୍ଲବ ଭାବେ ପରିଚିତ ଥିଲା, ଏବେ ଭୁବନେଶ୍ବର କ୍ଲବ ହୋଇଥିଲା ।

ସେହିପରି ମହେନ୍ଦ୍ର ଗୁପ୍ତା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ମୋଟ 517 ଖଣ୍ଡ ଭୋଟ ପାଇଥିବା ବେଳେ 210 ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି । ସେହିପରି ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଅର୍ଥ ସଚିବ ବିଶାଳ ଦେବ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ମୋର ଭୋଟ 691 ଭୋଟ ପାଇଥିବା ବେଳେ 311 ଭୋଟରେ ବିଜୟ ହୋଇଛନ୍ତି ।

ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ସଭାପତି ଓ ସମ୍ପାଦକ । ବିଜୟ ପରେ ଅସିତ ତ୍ରିପାଠୀ କହିଛନ୍ତି ଯେ, ମୁଁ ବାରମ୍ବାର କହିଛି, ଭୁବନେଶ୍ବର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନରହୁ । ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ ସୁଯୋଗ ପାଇଁ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ରହିଛି । ସେହିଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ । ସେହିପରି ବିଶାଳ କହିଛନ୍ତି ଯେ, ଆଗାମୀ ଦିନରେ ଭୁବନେଶ୍ବର କ୍ଲବ ଏକ ଫାମିଲି କ୍ଲବ ହେବ । ସବୁ ଲୋକ କିପରି ସଦସ୍ୟ ହୋଇ ପାରିବେ ସେ ନେଇ ପ୍ରୟାସ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Sep 27, 2021, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.