ETV Bharat / city

ଅସୀମ ଉତ୍ସବର ଶେଷ ସଂନ୍ଧ୍ୟାରେ ମନମୋହିଲା ନାଟକ 'ସାଇକେଲ' - ମନମୋହିଲା ନାଟକ ସାଇକେଲ

ଭୁବନେଶ୍ବରରେ ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ଅସୀମ ଉତ୍ସବ ଉଦଯାପିତ ହୋଇଛି । ଅଧିକ ପଢନ୍ତୁ...

ମନମୋହିଲା ନାଟକ 'ସାଇକେଲ'
ମନମୋହିଲା ନାଟକ 'ସାଇକେଲ'
author img

By

Published : Mar 14, 2021, 8:07 AM IST

ଭୁବନେଶ୍ବର: ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ଅସୀମ ଉତ୍ସବ ଶେଷ ହୋଇଛି । ଶନିବାର ଉତ୍ସବର ଶେଷ ସଂନ୍ଧ୍ୟା ଥିଲା । ଶେଷ ସଂନ୍ଧ୍ୟାରେ ପ୍ରର୍ଦଶିତ ନାଟକ 'ସାଇକେଲ' ଦର୍ଶକଙ୍କ ମନମୋହିଛି ।

ମନମୋହିଲା ନାଟକ 'ସାଇକେଲ'

ପରିବେଶିତ ନାଟକ 'ସାଇକେଲ'ରେ ଗୋଟିଏ ଗରିବ ମଧ୍ୟବିତ୍ତ ଚାଷୀ ପରିବାର ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ବେଶ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସାଇକେଲଟି କିପରି ଗରିବ ପରିବାର ଲୋକର ଜୀବନ ଓ ସ୍ବପ୍ନର ପ୍ରତୀକ ହୋଇଛି ତାହା ଦର୍ଶାଯାଇଛି ।

ପରବର୍ତ୍ତି ସମୟରେ ଗିରବ ଲୋକଟିର ପୁଅ ଯୁବାବସ୍ଥାରେ ବଡ଼ ଲୋକର ଆଭିଜାତ୍ୟର ଆକର୍ଷଣରେ ଆକର୍ଷିତ ହୋଇଛି ।ଏହା ସହ ସାଇକେଲ ପ୍ରତି ମୋହ ତୁଟାଇବାକୁ ଚେଷ୍ଟା କରିଛି। ଆଉ ଏହି ସମୟରେ ଗାଁରେ ଶିଳ୍ପ କାରଖାନା ସ୍ଥାପନ କରିବାର ପ୍ରତିଶ୍ରୁତି ତାହାକୁ ଆହୁରି ଉଜ୍ଜୀବିତ କରି ଗଢି ତୋଳିଛି। ହେଲେ ଶେଷରେ ତା ବାପାଙ୍କର ଏହି ସାଇକେଲ ପ୍ରତି ଥିବା ଦୁର୍ବଳତା ଓ ନିଜ ପରିସ୍ଥିତିର ଦୁରାଵସ୍ଥା ତାକୁ ପ୍ରକୃତିସ୍ଥ ହେବାକୁ ବାଧ୍ୟ କରିଛି। ପୁଣି ସେ ସେହି ସାଇକେଲକୁ ନିଜର ସାଥି କରିନେଇଛି। ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇ ଥିବା ଦେଖିବାକୁ ମିଳିଛି।

ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଚତୁର୍ଥ ବାର୍ଷିକ ଉତ୍ସବର ଶେଷ ସଂନ୍ଧ୍ୟାରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ନାଟକ 'ସାଇକେଲ' ପରିବେଶିତ ହୋଇଥିଲା । ଯାହାର ମୂଳ ଉପନ୍ୟାସ ରଚନା କରିଥିଲେ ଚିତ୍ତରଞ୍ଜନ ଚିରଞ୍ଜିତ । ନାଟକର ରୂପ ଦେଇଥିଲେ ଦେବଦତ୍ତ ପତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.