ETV Bharat / city

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ନୂତନ କୂଳପତି ଅଶୋକ ମହାପାତ୍ର - ଭାରତର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ

ଭାରତର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଓଡ଼ିଆ ପୁଅ ପ୍ରଫେସର ଅଶୋକ କୁମାର ମହାପାତ୍ର ସୋମବାର ଶିକ୍ଷା ଓ ଅନୁସନ୍ଧାନ (ଡିମଡ ବିଶ୍ବବିଦ୍ୟାଳୟ)ର ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ...

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ନୂତନ କୂଳପତି ଅଶୋକ ମହାପାତ୍ର

author img

By

Published : Mar 9, 2020, 7:38 PM IST

ଭୁବନେଶ୍ବର: ଭାରତର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଓଡ଼ିଆ ପୁଅ ପ୍ରଫେସର ଅଶୋକ କୁମାର ମହାପାତ୍ର ସୋମବାର ଶିକ୍ଷା ଓ ଅନୁସନ୍ଧାନ (ଡିମଡ ବିଶ୍ବବିଦ୍ୟାଳୟ)ର ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ନୂତନ କୂଳପତି ଅଶୋକ ମହାପାତ୍ର

ଏହି ଅବସରରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ବିଶ୍ବ ବିଦ୍ୟାଳୟର ଯେଉଁ ପ୍ରତିଷ୍ଠା ଓ ସ୍ବୀକୃତି ରହିଛି ତାହାକୁ କିପରି ଆଗାମୀ ଦିନରେ ଆହୁରି ଉନ୍ନତି ଆଣି ପାରିବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହା ସହିତ ଓଡ଼ିଶାର ଏହି ଅନୁଷ୍ଠାନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଯତ୍ନବାନ ହେବେ। ତେବେ ଏଥିପାଇଁ ସମସ୍ତଙ୍କର ସହଯୋଗର ଆଵଶ୍ୟକତା ଥିବା ସେ କହିଛନ୍ତି।

ଏତତ୍‌ବ୍ୟତୀତ ଦେଶରେ ବ୍ୟାପୁଥିବା କରୋନା ମୁକାବିଲା ପାଇଁ ମଧ୍ୟ ସମସ୍ତେ ଏକଜୁଟ୍‌ ହୋଇ କାର୍ଯ୍ୟ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଫେସର ମହାପାତ୍ର ଏହା ପୂର୍ବରୁ ନୂଆଦିଲ୍ଲୀ ସ୍ଥିତ ଏମ୍ସର ସ୍ନାୟୁ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ପରେ ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ।

ତେବେ ସେ 2017 ମସିହାରେ ଓଡିଶା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.