ETV Bharat / city

ASER 2021: ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ବଢିଛି ନାମଲେଖା

author img

By

Published : Nov 18, 2021, 10:05 PM IST

ମହାମାରୀ ସମୟରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ଘଟିଛି । ଏନଇ ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ (ଆସର) 2021 ରିପୋର୍ଟ ପ୍ରକାଶ । ଅଧିକ ପଢନ୍ତୁ

ଆସର ରିପୋର୍ଟ 2021: ଚଳିତବର୍ଷ ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ବଢିଛି ନାମଲେଖା

ଭୁବନେଶ୍ବର : କୋରୋନା ମହାମାରୀ ସମୟରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ଘଟିଛି । ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ (ଆସର ASER) 2021 ରିପୋର୍ଟ ଅନୁଯାୟୀ, ଦେଶରେ କୋରୋନା ସମୟରେ ସରକାରୀ ସ୍କୁଲରେ ନାମଲେଖା ବଢିଛି । ଯାହା 2018 ମସିହାରେ 64.3 ରହିଥିଲା 2020ରେ 65.8 ପ୍ରତିଶତ ରହିଥିବା ବେଳେ 2021 ମସିହାରେ ରହିଛି 70.3 ପ୍ରତିଶତ । ତେବେ ଓଡ଼ିଶାରେ ଏହା ଗତବର୍ଷ ତୁଳନାରେ ବଢିଛି ସରକାରୀ ସ୍କୁଲରେ ନାମଲେଖା ।

ରିପୋର୍ଟ ଆଧାରରେ 2020 ମସିହାରେ 81. 5 ରହିଥିବା ବେଳେ 2021ରେ 83.7 ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅମାନେ ନାମଲେଖା ଆଗରେ ରହିଛନ୍ତି । କିନ୍ତୁ 2018 ମସିହାରେ ରିପୋର୍ଟ ଦେଖିଲେ ଜଣାପଡୁଛି ଯେ 2018 ମସିହାରେ ନାମଲେଖା ତୁଳନାରେ 2021 ମସିହାରେ ସରକାରୀ ସ୍କୁଲରେ ନାମଲେଖା 3 ପ୍ରତିଶତ କମିଛି । ଓଡିଶା ସମେତ ଜାମୁ କାଶ୍ମୀର, ଛତିଶଗଡ, ଉତ୍ତରାଖଣ୍ଡ ଆସାମ ନାଗାଲାଣ୍ତ ଓ ମଣିପୁର ରାଜ୍ୟରେ ସରକାରୀ ସ୍କୁଲରେ କମୁଛି ନାମଲେଖା।

ଏପଟେ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ୱର ରାୟ କହିଛନ୍ତି ଯେ ଯେହେତୁ ଏହି ସ୍କୁଲ ପୁରୁଣା ସ୍କୁଲ । ଚଳିତ ବର୍ଷ ଘରୋଇ ସ୍କୁଲରୁ କିଛି ପିଲା ମଧ୍ୟ ସରକାରୀ ସ୍କୁଲରେ ଆସି ଆଡମିଶନ କାରିଛନ୍ତି। ତେଣୁ କରି 1 ରୁ 2 ପ୍ରତିଶତ କମିଛି ବୋଲି କହିଛନ୍ତି ପ୍ରଧାନଶିକ୍ଷୟତ୍ରୀ। ବର୍ତ୍ତମାନ ସରକାରୀ ସ୍କୁଲରେ ଅନେକ ସୁବିଧା ମିଳୁଛି । କିନ୍ତୁ କୋରୋନା ସମୟରେ ଅନେକ ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ମଧ୍ୟ ଅନେକ ଅଭିଭାବକ ଅସନ୍ତୋଷ ରହିଛନ୍ତି। ସରକାରୀ ସ୍କୁଲରେ ରିଜର୍ଭ ମେଡିକାଲ ଓ ଇଞ୍ଜିନିୟର ପାଇଁ ରହିଛି।

ଯେହେତୁ ସରକାରୀ ସ୍କୁଲରେ ପିଲା ପଢ଼ୁଛନ୍ତି । ତେବେ ସେହି ତୁଳନାରେ ଶିକ୍ଷକ ନିଯୁକ୍ତ ହେବା ଆବଶ୍ୟକ। ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଛାତ୍ର କହିଛନ୍ତି ଯେ କୋରୋନା ପାଇଁ ଘରୋଇ ସ୍କୁଲରେ ପଢିବା ପାଇଁ ଅର୍ଥ ନଥିଲା । ତେଣୁ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲକୁ ଆପଣାଇଛନ୍ତି। ସରକାରୀ ସ୍କୁଲରେ ଅନେକ ସୁବିଧା ସୁଯୋଗ ରହିଛି। ଯାହା ଆଗକୁ ବଢିବାକୁ ସହାୟକ ହେବ।

ଏପଟେ ଶିକ୍ଷାବିତ ଆର ଏନ ପଣ୍ଡା କହିଛନ୍ତି ଯେ ଘରୋଇ ସ୍କୁଲରେ ଅଧିକ ପଇସା ଖର୍ଚ୍ଚ ହୋଇଥାଏ। ସରକାରୀ ସ୍କୁଲରେ କୌଣସି ପଇସା ଖର୍ଚ୍ଚ ହୋଇନଥାଏ। ତେଣୁ ପିଲାମାନେ ଓ ଅଭିଭାବକମାନେ କୋରୋନା ମହାମାରୀ ସମୟରେ ସରକାରୀ ସ୍କୁଲରେ ପାଠ ପଢ଼ିବା ପାଇଁ ମନସ୍ଥ କରିଛନ୍ତି । କିନ୍ତୁ ଏବେବି ସରକାରୀ ସ୍କୁଲରେ ସଠିକ ଭାବରେ ପାଠ ପଢା ହେଉନାହିଁ। କି କିଏ ସ୍କୁଲକୁ ଆସିଲା । କିଏ ସ୍କୁଲରୁ ଗଲା ତାହାର କାହାରି ପାଖରେ ହିସାବ ନାହିଁ ବୋଲି କହିଛନ୍ତି ଶିକ୍ଷାବିତ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.