ETV Bharat / city

MSP ନେଇ କେନ୍ଦ୍ର ଉପରେ ବର୍ଷିଲା ରାଜ୍ୟ, ସ୍ୱାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର ପାଇଁ ଦାବି - ସ୍ୱାମୀନାଥନ କମିଟି ପ୍ରସ୍ତାବ

ଚଳିତ ବର୍ଷ MSP ବୃଦ୍ଧିକୁ ନେଇ ବର୍ଷିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡିଶାର ଚାଷୀ ଧାନ ବିକ୍ରି କଲେ ସେମାନେ ଗରିବ ହୋଇଯିବାର ଆଶଙ୍କା ରହିଛି ବୋଲି କୃଷିମନ୍ତ୍ରୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

MSP କୁ ନେଇ ପୁଣି କେନ୍ଦ୍ର ଉପରେ ବର୍ଷିଲା ରାଜ୍ୟ, ସ୍ୱାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର କରିବାକୁ ଦାବି

author img

By

Published : Jun 11, 2021, 1:34 PM IST

Updated : Jun 11, 2021, 2:00 PM IST

ଭୁବନେଶ୍ବର: ଧାନର MSP ବୃଦ୍ଧିରେ ସନ୍ତୁଷ୍ଟ ନୁହଁ ଓଡିଶା । ଫଳରେ MSP କୁ ନେଇ ପୁଣି କେନ୍ଦ୍ର ଉପରେ ବର୍ଷିଲେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ । ସ୍ୱାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର କରି ଲାଗୁ କରିବାକୁ ଦାବି କଲେ ଅରୁଣ । ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡିଶାର ଚାଷୀ ଧାନ ବିକ୍ରି କରିଲେ ସେମାନେ ଗରିବ ହୋଇଯିବାର ଆଶଙ୍କା ରହିଛି ବୋଲି କୃଷିମନ୍ତ୍ରୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର କ୍ବିଣ୍ଟାଲ ପିଛା ଧାନ ଉତ୍ପାଦନର ଖର୍ଚ୍ଚ ୧୨୯୩ ଟଙ୍କା ହିସାବକୁ ନେଇ ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ସ୍ଥିର କରିଛନ୍ତି । ଏମଏସ ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ଏହାର ଉତ୍ପାଦନ ପାଇଁ ବ୍ୟୟ ହୋଇଥିବା ଅର୍ଥର ଅନ୍ୟୁନ ଦେଢଗୁଣ କରିବାକୁ ସୁପାରିଶ କରିଛନ୍ତି ।

MSP ନେଇ କେନ୍ଦ୍ର ଉପରେ ବର୍ଷିଲା ରାଜ୍ୟ, ସ୍ୱାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର ପାଇଁ ଦାବି

ଏହିସବୁ କଥାକୁ ବିଚାରକୁ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ବିଧାନସଭାରେ ୨୦୧୭ ମସିହା ଏବଂ ପୁନର୍ବାର ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହାଦ୍ବାରା ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ନ୍ୟାୟ ସଙ୍ଗତ ଓ ଯୁକ୍ତି ଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ସେ କହିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ଟଙ୍କା କରାଗଲେ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା ସ୍ଥିର କରିବା ନିମନ୍ତେ ଭାରତ ସରକାରଙ୍କୁ ପୁର୍ବରୁ ବହୁବାର ଚିଠି ଲେଖାଯାଇଛି । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ସୁରକ୍ଷା ପାଇଁ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ଦିଗରେ ସ୍ୱାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ।

ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖୁଛନ୍ତି ଏବଂ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବାପାଇଁ ସଂକଳ୍ପବଦ୍ଧ ହୋଇ ଥିବାବେଳେ ଧାନର ସହାୟକ ମୂଲ୍ୟରେ ଏହିମାମୁଲି ବୃଦ୍ଧି ଚାଷୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବନାହିଁ ବୋଲି କୃଷି ମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆସୁ ସମାଧାନ କରିବାପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଉଛି ବୋଲି କହିଛନ୍ତି କୄଷିମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 11, 2021, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.