ETV Bharat / city

କୃଷି ବିଭାଗରେ '5ଟି' କାର୍ଯ୍ୟକାରିତା ଉପରେ ଜୋର ଦେଲେ ଅରୁଣ - arun sahoo action plan for agriculture

କୃଷି ମନ୍ତ୍ରୀ ଅରୁଣ ସାହୁ ବିଭାଗୀୟ ମୁଖ୍ୟଙ୍କ ଠାରୁ ରହିଥିବା ସମସ୍ୟା ସମ୍ପର୍କରେ ଜାଣିବା ସହିତ ଏହାର ସମାଧାନ ନେଇ ମତାମତ ଗ୍ରହଣ କରିଥିଲେ । ଯାହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବା ପାଇଁ ସେ ବିଚାର ବିମର୍ଷ କରିବେ କହିଛନ୍ତି ।

କୃଷିବିଭାଗରେ '5ଟି' କାର୍ଯ୍ୟକାରିତା ଉପରେ ଜୋର ଦେଲେ ଅରୁଣ
author img

By

Published : Nov 8, 2019, 10:46 PM IST

ଭୁବନେଶ୍ବର: କୃଷି ଆମ ଅର୍ଥିନୀତିର ମେରୁଦଣ୍ଡ । ତେଣୁ କୃଷିର ବିକାଶ ପାଇଁ କୃଷକଙ୍କ ନିକଟରେ ପହଞ୍ଚିବା ସହିତ ନୂଆ ଟେକ୍ନୋଲୋଜିର କିପରି ପ୍ରୟୋଗ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କ ପରାମର୍ଶ ଦେଇଛନ୍ତି କୃଷୀ ମନ୍ତ୍ରୀ ଅରୁଣ ସାହୁ ।

କୃଷିବିଭାଗରେ '5ଟି' କାର୍ଯ୍ୟକାରିତା ଉପରେ ଜୋର ଦେଲେ ଅରୁଣ

ସ୍ଥାନୀୟ କୃଷି ଭବନରେ ଆୟୋଜିତ 2 ଦିନିଆ ପ୍ରାକ ରବି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅରୁଣ । ବିଭାଗୀୟ ଜିଲ୍ଲା କୃଷି ଅଧିକାରୀ, ସଚିବ ଓ ବିଭାଗୀୟ ବିଶେଷଜ୍ଞମାନଙ୍କୁ କିପରି ପାରମ୍ପାରିକ ପଦ୍ଧତି ଛଡା ନୂଆ ନୂଆ ବୈଜ୍ଞାନିକ ପଦ୍ଧତିକୁ କୃଷି କ୍ଷେତ୍ରରେ ବିନିଯୋଗ କରିପାରିବେ, ଚାଷୀଙ୍କୁ ଉଚିତ ବଜାର ଯୋଗାଇ ଦେବା ଓ ରୋଗ ପୋକ ନିୟନ୍ତ୍ରଣ ପାଇଁ ସଠିକ୍ ସମୟରେ ପରାମର୍ଶ ଦେବା କ୍ଷେତ୍ରରେ ଉପର ସ୍ତରରୁ ଆରମ୍ଭ କରି ତଳ ସ୍ତରର କର୍ମଚାରୀମାନେ ସହଯୋଗ କରିବାକୁ ସେ କହିଛନ୍ତି ।

ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ '5ଟି' ଯୋଜନାକୁ ନିଜ ବିଭାଗରେ ଅଧିକ ମାତ୍ରରେ ଅନୁପାଳନ କରିବା ସହ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ କହିଛନ୍ତି । ନଚେତ ଆସନ୍ତା 1 ତାରିଖ ଠାରୁ ବିଭାଗରେ କାର୍ଯ୍ୟକାରୀ ହେବକୁ ଯାଉଥିବା 'ମୋ ସରକାର' ଖଣ୍ଡା କାହା ଉପରେ ପଡିବ କେହି କହି ପାରିବେନି ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ବିଭାଗୀୟ ମୁଖ୍ୟଙ୍କ ଠାରୁ ରହିଥିବା ସମସ୍ୟା ସମ୍ପର୍କରେ ଜାଣିବା ସହିତ ଏହାର ସମାଧାନ ନେଇ ମତାମତ ଗ୍ରହଣ କରିଥିଲେ । ଯାହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବା ପାଇଁ ସେ ବିଚାର ବିମର୍ଷ କରିବେ କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କୃଷି ସମ୍ବନ୍ଧୀୟ ଉପାଦେୟ ପୁସ୍ତକ ଓ ସିଡ଼ି ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ରହି ଆଗାମୀ ରବି ଫସଲର ଉତ୍ତମ ଉତ୍ପାଦନ ଉପରେ ଚର୍ଚ୍ଚା କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କୃଷି ଆମ ଅର୍ଥିନୀତିର ମେରୁଦଣ୍ଡ।ତେଣୁ ତାର ବିକାଶ ପାଇଁ କୃଷକଙ୍କ ନିକଟରେ ପହଁଚିବା ସହିତ ନୂଆ ଟେକ୍ନୋଲୋଜିର କିପରି ପ୍ରୟୋଗ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଡ଼ଃ ଅରୁଣ ସାହୁ।

Body:ସ୍ଥାନୀୟ କୃଷି ଭବନରେ ଆୟୋଜିତ 2 ଦିନିଆ ପ୍ରାକ ରବି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ସାହୁ ବିଭାଗୀୟ ଜିଲ୍ଲା କୃଷି ଅଧିକାରୀ,ସଚିବ ଓ ବିଭାଗୀୟ ବିଶେଷଜ୍ଞମାନଙ୍କୁ କହିଛନ୍ତି।କିପରି ସେମାନେ ପାରମ୍ପାରିକ ପଦ୍ଧତି ଛଡା ନୂଆ ନୂଆ ଉଡ଼ଭାବନ ହେଉଥିବା ବୈଜ୍ଞାନିକ ପଦ୍ଧତିକୁ କୃଷି କ୍ଷେତ୍ରରେ ବିନିଯୋଗ କରାଯାଇ ପାରିବ।କିପରି ଚାଷୀ ନିଜ ଫସଲ ର ସଠିକ ମୂଲ୍ୟ ପାଇଁ ପାରିବ,ସେଥିପାଇଁ ତାକୁ ଉଚିତ ବଜାର ଯୋଗାଇ ଦେବା,ରୋଗ ପୋକ ନିୟନ୍ତ୍ରଣ ପାଇଁ ସଠିକ ସମୟରେ ତାକୁ ପରାମର୍ଶ ଦେବା କ୍ଷେତ୍ରରେ ଉପର ସ୍ତରରୁ ଆରମ୍ଭ କରି ତଳ ସ୍ତରର କର୍ମଚାରୀମାନେ ସହଯୋଗ କରିବାକୁ କହିଛନ୍ତି।ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ 5ଟି ଯୋଜନା କୁ ନିଜ ବିଭାଗରେ ଅଧିକ ମାତ୍ରରେ ଅନୁପାଳନ ପୂର୍ବକ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ କହିଛନ୍ତି।ନଚେତ ଆସନ୍ତା 1 ତାରିଖ ଠାରୁ ବିଭାଗରେ କାର୍ଯ୍ୟକାରୀ ହେବକୁ ଯାଉଥିବା ମୋ ସରକାର ଖଣ୍ଡା କାହା ଉପରେ ପଡିବ କେହି କହି ପାରିବେନି ବୋଲି ସେ ଚେତାବନୀ ଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ ବିଭାଗୀୟ ମୁଖ୍ୟ ମାନଙ୍କ ଠାରୁ ରହିଥିବା ସମସ୍ୟା ସମ୍ପର୍କରେ ଜାଣିବା ସହିତ ଏହାର ସମାଧାନ ନେଇ ମତାମତ ଗ୍ରହଣ କରିଥିଲେ।ଯାହା କୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବା ପାଇଁ ସେ ବିଚାର ବିମର୍ଷ କରିବେ କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ କୃଷି ସମ୍ବନ୍ଧୀୟ ଉଅପାଦେୟ ପୁସ୍ତକ ଓ ସିଡ଼ି ଉନ୍ମୋଚନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଓ ନିର୍ଦେଶକମାନେ ଉପସ୍ଥିତ ରହି ଆଗାମୀ ରବି ଫସଲ ର ଉତ୍ତମ ଉତ୍ପାଦନ ଉପରେ ଚର୍ଚ୍ଚା କରିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.