ETV Bharat / city

ମହାମାରୀ ଉଜାଡି ଦେଲା ଖାକି ବାବୁର ସଂସାର, କୋଭିଡ ଯୋଦ୍ଧା ପାଇଁ ଚକ୍କର କାଟୁଛି ପରିବାର - କୋଭିଡ ଯୋଦ୍ଧା ପାଇ ଚକ୍କର କାଟୁଛି ପରିବାର

୨୦୨୦ରେ ପ୍ରାଣ ହରାଇଥିଲେ କମିଶନରେଟ ପୋଲିସରେ କାମ କରୁଥିବା ଅରୁଣ ରାଏତଙ୍କ ପରିବାରକୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରି ନାହିଁ । ଅଧିକ ପଢନ୍ତୁ

ମହାମାରୀ ଉଜାଡି ଦେଲା ଖାକି ବାବୁର ସଂସାର, କୋଭିଡ ଯୋଦ୍ଧା ପାଇ ଚକ୍କର କାଟୁଛି ପରିବାର

author img

By

Published : Mar 12, 2022, 8:57 AM IST

Updated : Mar 12, 2022, 12:48 PM IST

ଭୁବନେଶ୍ବର: ଜୀବନକୁ ବାଜି ଲଗାଇ ପୋଲିସ ବିଭାଗରେ କରୁଥିଲେ କାମ । ଦଇବ ଦେଲାନି ସାଥ ମହାମାରୀ ହେଲା କାଳ । ଏମିତି ହେଲା ଯେ, କୋରୋନା ପାଇଁ ଲଢିଲେ କୋଭିଡ ହସ୍ପିଟାଲରେ । ହେଲେ ଜିତିଗଲା କୋରୋନା ହାରିଗଲେ କମିଶନରେଟ ପୋଲିସର ଏହି ବୀର ଯବାନ । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି କମିଶନରେଟ ପୋଲିସର ବଡବାବୁ । ପୋଲିସ ଗହଣରେ ଫୁଲ ଦେଇ ଆତ୍ମାର ଶାନ୍ତି କାମନା କଲେ ।

ହେଲେ ଏପଟେ ପରିବାରକୁ ଅଶାନ୍ତି କାରଗାରକୁ ଠେଲିଦେଲା ପୁରା ବିଭାଗ । ଅର୍ଥାତ କୋଭିଡରେ ପ୍ରାଣ ହରାଇଥିବା ଏହି ବୀର ପୁଅଙ୍କ ପରିବାର ଏବେ ବାର ଦୁଆର ଷୁଣ୍ଢି ପିଣ୍ଡା ହେଉଛନ୍ତି । ସେ ୨୦୨୦ରୁ ପ୍ରାଣ ହରାଇଥିବା ସତ୍ତ୍ବେ ଏଯାଏଁ ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା । ଯାହାକୁ ନେଇ କୋଭିଡ ଯୋଦ୍ଧାର ମାନ୍ୟତା ପାଇ ବଡବାବୁଙ୍କ ଅଫିସ ଚକ୍କର କାଟୁଛନ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲା । ଆଶ୍ଚର୍ଯ୍ୟର କଥା ୭ ବର୍ଷର ଝିଅ ଓ ୩ ବର୍ଷର ପୁଅକୁ ଧରି ଯବାନଙ୍କ ପତ୍ନୀ ଏବେ ଦଉଡୁଛନ୍ତି କାନ୍ଧରେ ମାଳମାଳ ତାରକା ଓ ଅଶୋକ ସ୍ତମ୍ଭ ଧରି ବୁଲୁଥିବା ଖାକି ବାବୁଙ୍କ ଅଫିସକୁ । ଆଶା ଖଣ୍ଡିଏ କାଗଜରେ ପରିବାର ପରିସ୍ଥିତି ସୁଧୁରିଯିବ ବୋଲି । କାରଣ କୋଭିଡ ଯୋଦ୍ଧାର‌ ମାନ୍ୟତା ମିଳିଲେ, ମିଳିବ ସରକାରଙ୍କ ଆର୍ଥିକ ସହାୟତା । ନଚେତ ପାଇ ପାରିବେନି ଏସବୁ ସୁବିଧା ।

୨୦୦୯ ବ୍ୟାଚର ଏହି ଓଏପିଏଫ ଯବାନ ଅରୁଣ ରାଏତ । ତାଙ୍କ ଘର ହେଉଛି ଗଜପତି ଜିଲ୍ଲା ତିତିସିଂରେ । ସେ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିଲେ । ଏବେ କୋଭିଡ ଡେଥ ସାର୍ଟିଫିକେଟ ପାଇଛି ପରିବାର ଅର୍ଥାତ, କୋଭିଡ ଯୋଦ୍ଧାର ସାର୍ଟିଫିକେଟ ପାଇଁ ୩ ଥର ଡିସିପି ଅଫିସ ଦଉଡି ଦଉଡି ନିରାଶ ହେବା ପରେ ଏବେ ପାଳି ପଡିଛି ସିପି ଅଫିସ ବା ପୋଲିସ ସେବା ଭବନରେ । ହେଲେ ତଥାପି ସିପି ପଠାଇ ଦେଲେ ରିଜର୍ଭି ଇନସ୍ପେକ୍ଟରଙ୍କ ପାଖକୁ । ବଡ ବାବୁଙ୍କ ପାଖରେ ସରକାରୀ ମାଗଣା ଟେଲିଫୋନ ଥିବା ସତ୍ତ୍ବେ ରିଜର୍ଭ ଇନସ୍ପେକ୍ଟରଙ୍କ ପାଖକୁ ଫୋନ ଟିକିଏ କରିପାରିଲେନି, କି ଖରାରେ ଦୁଇ ପିଲା ଧରି ଆସିଥିବା ଯବାନଙ୍କ ପତ୍ନୀକୁ ରିଜର୍ଭ ପଠାଇବାକୁ ବ୍ୟବସ୍ଥା ବି କଲେନି‌ ।ଶେଷରେ ଚାଲି ଚାଲି ଓ ନିଜର କିଛି ପରିବାର ସମ୍ପର୍କିୟଙ୍କ ଜରିଆରେ ପହଞ୍ଚିଥିଲେ ରିଜର୍ଭ ଅଫିସରେ ।

ଏମିତି ଥିଲା ପତ୍ନୀ ଅସ୍ଲିମ ରାୟତଙ୍କ ଦୁଃଖ କାହାଣି, ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି କାହିଁକି ଏ ପରିବାରକୁ କରାଯାଉଛି ଅବହେଳା ? ସରକାର କୋଭିଡ ଯୋଦ୍ଧାର ଡିଣ୍ଡିମ ପିଟୁଥିବା ବେଳେ କାହିଁକି ପରିବାର ହେଉଛନ୍ତି ହନ୍ତସନ୍ତ । ନିତିଦିନ ଡିସିପି ଟ୍ବିଟର ହାଣ୍ଡେଲରେ ପୋଲିସ କର୍ମଚାରିଙ୍କ ଫଟୋ ପକାଇ ଜନ୍ମଦିନ ଶୁଭେଛା ଦେଉଥିବା ଅଫିସର କ’ଣ ସତରେ ପୋଲିସ କର୍ମଚାରୀଙ୍କ ପ୍ରତି ମନରେ ରହିଛି ପାରିବାରିକ ମନୋଭାବ । ଏବେ ଏହି ପରିବାର‌ ଅସହାୟତା ପାଇଁ କିଏ ଦାୟୀ, ଜନସାଧାରଣ ମାଗୁଛନ୍ତି ଜବାବ । ନାଲି ବତି ଗାଡି ଏସି ଅଫିସରେ ବସୁଥିବା ଅଫିସରଙ୍କ କ’ଣ ସତରେ ପଡିବ ଏହି ପରିବାର ପ୍ରତି ନଜର ? କ’ଣ ମିଳିବ ଯବାନଙ୍କ ପତ୍ନୀ ତଥା ଦୁଇ ପିଲା ଥିବା ପରିବାରକୁ ସୁପରିୟର ଅଫିସରଙ୍କ ସହଯୋଗର ହାତ ?

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 12, 2022, 12:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.