ଚଣ୍ଡୀଗଡ: 35 ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା 2022 ରେ ଓଡ଼ିଶାର କଳାକାର ଏକ ଭିନ୍ନ ଓ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଓଡ଼ିଶାର କଳାକାରଙ୍କ ଦ୍ବାରା ପୋକ-ଜୋକଙ୍କ କୋସାରୁ ବାହାର କରାଯାଇଥିବା ଫାଇବରରୁ ନିର୍ମିତ କଳାକୃତି ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ତେବେ ଓଡ଼ିଶାର କଳାକାର ରାଜେନ୍ଦ୍ର କୁମାର ମେହେରଙ୍କ କଳାକୃତ୍ତିରେ ଏକ ସ୍ବତନ୍ତ୍ରତା ରହିଛି ।
ରାଜେନ୍ଦ୍ର ଛତିଶଗଡ ଏବଂ ଓଡ଼ିଶାର ଜଙ୍ଗଲରେ ମିଳୁଥିବା କୋସା ନାମକ ଏକ ବଣୁଆ ପୋକକୁ ଗରମ ପାଣିରେ ଫୁଟାଇ ସେଥିରୁ ଟସର ରେଶମ ବାହାର କରିଥାନ୍ତି ଏବଂ ସେଥିରେ ଆକର୍ଷଣୀୟ କଳାକୃତି ତିଆରି କରିଥାନ୍ତି । ଏହି କଳାକୁ ପ୍ରାକୃତିକ ଫାଇବର ଶିଳ୍ପ କୁହାଯାଏ । ରାଜେନ୍ଦ୍ର କହିଛନ୍ତି ଯେ, ଏହି କଳା ଦେଶର ଅନ୍ୟ କୌଣସି ସ୍ଥାନରେ ମିଳୁନାହିଁ । ସେ ବନ୍ୟ ପୋକର ତନ୍ତୁରୁ ସିଦ୍ଧି ବିନାୟକଙ୍କ ଏକ ଆକର୍ଷଣୀୟ ଚିତ୍ର ତିଆରି କରି 2018 ରେ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।
ରାଜେନ୍ଦ୍ର କୁମାର ଗତ 15 ବର୍ଷ ଧରି ଏହି କଳାକୁ ସାରା ଦେଶରେ ବିସ୍ତାର କରୁଛନ୍ତି । ଓଡ଼ିଶାର ସୁନ୍ଦରଗଡର ବାସିନ୍ଦା ହେଉଛନ୍ତି ରାଜେନ୍ଦ୍ର କୁମାର ମେହେର । ସେ କହିଛନ୍ତି ଯେ, ତାଙ୍କ ପିତା କୃଷ୍ଣ ଚନ୍ଦ୍ର ମେହେର ଜଣେ ବୁଣାକାର ଥିଲେ, ସେ ଶାଢୀ ତିଆରି କରୁଥିଲେ । ତାଙ୍କୁ ଦେଖି ସେ ଏକ ଶାଢୀର ସୂତାରୁ ଛୋଟ ଚିତ୍ରକଳା ତିଆରି କରିବାକୁ ଶିଖିଥିଲେ ।
ବାପା ଏହି ମଜୁରୀ ବଦଳରେ ମାସକୁ 3-4 ହଜାର ଟଙ୍କା ପାଉଥିଲେ । ପିଲାଦିନରୁ କଳାକାର ହେବାର ଇଚ୍ଛା ପାଇଁ ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ 2017 ମସିହାରେ, ପ୍ରଭୁ ଜଗନ୍ନାଥଙ୍କ ଦଶାବତାର ଚିତ୍ର ତିଆରି କରି ରାଜେନ୍ଦ୍ର ରାଜ୍ୟ ପୁରସ୍କାର ପ୍ରାପ୍ତ କରିଛନ୍ତି । ରାଜେନ୍ଦ୍ର କହିଛନ୍ତି, ପ୍ରାକୃତିକ ଫାଇବର ଶିଳ୍ପ କଳା ଦେଶର ଅନ୍ୟ କୌଣସି ସ୍ଥାନରେ ନାହିଁ । ଏହା କେବଳ ଛତିଶଗଡ ଓ ଓଡ଼ିଶାର ଜଙ୍ଗଲରେ କୋସା ନାମକ ଏକ ବଣୁଆ ପୋକ ଗଛର ଡାଳରେ ଦେଖିବାକୁ ମିଳେ ।
ରାଜେନ୍ଦ୍ର କହିଛନ୍ତି ଯେ, କୋସା ଏକ ବାଇଗଣ ପରି । ଏହାକୁ ଭାଙ୍ଗି ଫୁଟାଇ, ସେଥିରୁ ଫାଇବରକୁ ଶୁଖାଇ ଉପର ଭାଗରୁ ବାହାର କରାଯାଇଥାଏ । ଏହାକୁ ଟସର ରେଶମ ସୂତା କୁହାଯାଏ । ଓଡ଼ିଶାରେ ଏହା କିଲୋଗ୍ରାମ ପ୍ରତି ୬ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।
କୌଣସି କଳାକୃତି ତିଆରି କରିବା ପୂର୍ବରୁ ସେ ପେନ୍ସିଲ ସାହାଯ୍ୟରେ କାଗଜରେ ଏହାର ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି । ଏହାପରେ ଟସର ରେଶମ ସୂତାରେ ଗୁଡ଼ାଇ ଆକୃତି କରିଥାନ୍ତି । ବର୍ତ୍ତମାନ ପ୍ରାକୃତିକ ଫାଇବର ଶିଳ୍ପ ସେମାନଙ୍କର ରୋଜଗାରର ମାଧ୍ୟମ ପାଲଟିଛି । ତାଙ୍କର ଏହି କଳା ସୁରଜକୁଣ୍ଡ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ