ETV Bharat / city

ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ଆନ୍ଦୋଳନକାରୀଙ୍କୁ ଗିରଫ ଘଟଣା, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ - water project

ଖରସ୍ରୋତାରେ ପ୍ରସ୍ତାବିତ ଜଳପ୍ରକଳ୍ପ ଆନ୍ଦୋଳନକାରୀଙ୍କୁ ଗିରଫଦାରୀ ଘଟଣା । ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ। ଅଧିକ ପଢନ୍ତୁ...

ପ୍ରସ୍ତାବିତ ଜଳପ୍ରକଳ୍ପ ବିରୋଧିଙ୍କୁ ଗିରଫଦାରୀ ଘଟଣା; ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

author img

By

Published : Aug 19, 2021, 2:11 PM IST

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଭାରିଗଦାଠାରେ ପ୍ରସ୍ତାବିତ ଜଳ ପ୍ରକଳ୍ପ ବିରୋଧୀଙ୍କୁ ଗିରଫଦାରୀ ଓ ପୋଲିସ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି । ସିପିଆଇ , ସିପିଆଇ (ଏମ୍) , ସିପିଆଇ (ଏମଏଲ) ଲିବରେସନ ଏବଂ ଫରୱାର୍ଡ଼ ବ୍ଲକ ଏହାକୁ ନିନ୍ଦା କରିଛନ୍ତି । ରାଜକନିକା ଓ ଆଳି ଅଞ୍ଚଳବାସୀ ପାନୀୟ ଜଳ ପାଇଁ ୧୯୭୧ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇନାହିଁ । ରାଜ୍ୟ ସରକାର ଏହି ପ୍ରକଳ୍ପର ସବିଶେଷ ପ୍ରକଳ୍ପ ବିବରଣୀ ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି । ପଡୋଶୀ ଜିଲ୍ଲାର ତିନୋଟି ବ୍ଲକକୁ ପାନୀୟ ଜଳ ଯୋଗାଇବା ପାଇଁ ଏହା କରାଯାଉଛି ବୋଲି ଯାହା ସେମାନେ ଅଭିଯୋଗ କରିଛନ୍ତି। ସେଥିରେ କୌଣସି ବାସ୍ତବତା ନାହିଁ ।

ପ୍ରସ୍ତାବିତ ଜଳପ୍ରକଳ୍ପ ପାଇଁ ବିରୋଧିଙ୍କୁ ଗିରଫଦାରୀ ଘଟଣା; ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ସରକାରଙ୍କ ଅସଲ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ନାମରେ ଧାମରାଠାରେ ଆଦାନୀର ସାମୁଦ୍ରିକ ବନ୍ଦର ଏବଂ ଏହାର କମ୍ପାନୀମାନଙ୍କୁ ପାଣି ଯୋଗାଇବା । ଏହା ଫଳରେ ଖରସ୍ରୋତା ନଦୀର ଜଳ ଅନୁପାତ , ଏହାର ତୀରବର୍ତ୍ତୀ ଅଞ୍ଚଳର ଜଳ ସଙ୍କଟ , କୃଷି , ପରିବେଶ ଓ ଭିତର କନିକା’ର ଜୈବ ବିବିଧତା ଉପରେ ଗଭୀର ପ୍ରଭାବ ସୃଷ୍ଟି କରିବ । ଖରସ୍ରୋତା ନଦୀର ଜଳପତନ ଅଣମୌସୁମୀ ସମୟରେ ହ୍ରାସ ପାଇବ । ନଦୀଦଳ ଲବଣାକ୍ତ ହେବ । ଏହି ଅଞ୍ଚଳରେ ଥିବା ୪୨୭ଟି ଉଠା ଜଳସେଚନ ପଏଣ୍ଟ ପ୍ରଭାବିତ ହେବ । ଏସବୁ ଦୃଷ୍ଟିରୁ ଆଳି ବ୍ଲକର ୧୧୬ଟି ଗାଁ ଏବଂ ରାଜକନିକା ବ୍ଲକର ୧୬୨ଟି ଗାଁ ପ୍ରଭାବିତ ହେବ ବୋଲି ଚାରୋଟି ଦଳ ଏହାକୁ ବିରୋଧ କରୁଛନ୍ତି। ଏହି ସମସ୍ତ ବିଷୟଗୁଡ଼ିକ ପ୍ରତି ରାଜ୍ୟ ସରକାର ଧ୍ୟାନ ଦେଉନାହାଁନ୍ତି । ସରକାର ଏବଂ ପ୍ରଶାସନର ସ୍ବଚ୍ଛ ଆଭିମୁଖ୍ୟ ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ସନ୍ଦେହ ଘନୀଭୂତ ହୋଇଛି ।

ସ୍ଥାନୀୟ ଜନସାଧାରଣ ଅନ୍ୟ ଜିଲ୍ଲାକୁ ଜଳ ଦେବା ନିମନ୍ତେ ପ୍ରତିବାଦ କରିନାହାଁନ୍ତି । ଏହିଭଳି ଏକ ସମୟରେ ଗତ ଅଗଷ୍ଟ ୧୧ ତାରିଖରେ ଭାରିଗଦାଠାରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨୫ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ହଜାର ହଜାର ଲୋକଙ୍କ ନାମରେ ମୋକଦ୍ଦମା ରୁଜୁ ହୋଇଛି । ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇ ସମ୍ପୃକ୍ତ ପୁରୁଷମାନଙ୍କୁ ରାତିଅଧୁଆ ଗିରଫ କରାଯାଉଛି । ଏହି ଆକ୍ରମଣରୁ ରୋଗୀ ଏବଂ ବୃଦ୍ଧମାନେ ମଧ୍ୟ ବାଦ ପଡ଼ିନାହାଁନ୍ତି । ଏହି ପ୍ରସଙ୍ଗରେ ଆଜି ଏହି ଚାରି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.