ETV Bharat / city

‘ଶରତ ସନ୍ଧ୍ୟା’ରେ ‘ଆରୋହଣ’ ଓ ‘ଘାସଫୁଲ’ ଉନ୍ମୋଚିତ - ଉନ୍ମୋଚନ

ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ‘ଶରତ ସନ୍ଧ୍ୟା’ । ପ୍ରଖ୍ୟାତ କବି ତଥା ପୂର୍ବତନ ଆୟକର କମିଶନର ଶରତ କୁମାର ଦାସଙ୍କ ସାରସ୍ବତ ସ୍ବାକ୍ଷରର ଉନ୍ମୋଚନ ଅବସରରେ କବିତା ପୁସ୍ତକ ‘ଆରୋହଣ’ ସଙ୍ଗୀତ ଓ ଗଳ୍ପ ପୁସ୍ତକ ‘ଘାସଫୁଲ’ର ଶୁଭ ଉନ୍ମୋଚନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 26, 2019, 7:16 PM IST

ଭୁବନେଶ୍ବର: ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ‘ଶରତ ସନ୍ଧ୍ୟା’ । ପ୍ରଖ୍ୟାତ କବି ତଥା ପୂର୍ବତନ ଆୟକର କମିଶନର ଶରତ କୁମାର ଦାସଙ୍କ ସାରସ୍ବତ ସ୍ବାକ୍ଷରର ଉନ୍ମୋଚନ ଅବସରରେ କବିତା ପୁସ୍ତକ ‘ଆରୋହଣ’ ସଙ୍ଗୀତ ଓ ଗଳ୍ପ ପୁସ୍ତକ ‘ଘାସଫୁଲ’ର ଶୁଭ ଉନ୍ମୋଚନ କରାଯାଇଛି । ଏଥିସହ ଆରୋହଣ କବିତା ପୁସ୍ତକରୁ ଉଦ୍ଧୃତ କିଛି କବିତାକୁ ନେଇ ସଙ୍ଗୀତ ଆଲବମ ‘ଆରୋହଣ’ର ମଧ୍ୟ ଶୁଭ ଉନ୍ମୋଚନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟର ପ୍ରଧାନ ମୁଖ୍ୟା ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ କବି ହୃଷିକେଶ ମଲ୍ଲିକ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ କବି ଶରତ ଦାଶଙ୍କ ରଚିତ ସଙ୍ଗୀତରେ ଓଡିଶୀ ନୃତ୍ୟଗୁରୁ ଗୌରୀଶଙ୍କର ଦାଶଙ୍କ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏଥିସହ ଘାସଫୁଲ ସଙ୍କଳନର ପ୍ରଥମ ଗଳ୍ପ ‘ପଥର’କୁ ନେଇ କଥାଭିନୟ ପ୍ରଦର୍ଷନ କରିଥିଲେ ପ୍ରାଚୀତାରା ମିଶ୍ର । ଶେଷରେ ସଙ୍ଗୀତ ଆଲବମରେ କଣ୍ଠଦାନ କରିଥିବା ଶିଳ୍ପୀମାନେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପ୍ରଖ୍ୟାତ କବି ତଥା ପୂର୍ବତନ ଆୟକର କମିଶନର ଶରତ କୁମାର ଦାସଙ୍କ ସାରସ୍ୱତ ସ୍ବାକ୍ଷରର ଉନ୍ମୋଚନ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା "ଶରତ ସନ୍ଧ୍ୟା"।ଯେଉଁଥିରେ ଶ୍ରୀ ଦାସଙ୍କ କବିତା ପୁସ୍ତକ "ଆରୋହଣ"ସଂଗୀତ ଓ ଗଳ୍ପ ପୁସ୍ତକ "ଘାସଫୁଲ" ର ଶୁଭ ଉନ୍ମୋଚନ କରାଯିବା ସହିତ ତାଙ୍କର ଆରୋହଣ କବିତା ପୁସ୍ତକରୁ ନିର୍ବାଚିତ କିଛିକୁ ନେଇ ପ୍ରସ୍ତୁତ ହୋଇ ଥିବା ସଙ୍ଗୀତ ଆଲବମ"ଆରୋହଣ"ର ମଧ୍ୟ ଶୁଭ ଉନ୍ମୋଚନ ଅତିଥିମାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।

Body:ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ,ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ,ବରିଷ୍ଠ କବି ହୃଷିକେଶ ମଲ୍ଲିକ ଓ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ପ୍ରମୁଖ ଯୋଗ ଦେଇ ଶ୍ରୀଦାଶଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଏହିପରି ତାଙ୍କର କଲମ ଚାଳନା ଜାରି ରଖିବାକୁ ଉପଦେଶ ଦେଇଥିଲେ।
ଏହି ଅବସରରେ ଶ୍ରୀ ଦାଶଙ୍କ ରଚିତ ସଙ୍ଗୀତକୁ ଓଡିଶୀ ନୃତ୍ୟଗୁରୁ ଗୌରୀଶଙ୍କର ଦାଶଙ୍କ ଛାତ୍ରଛାତ୍ରୀମାନେ ନୃତ୍ୟରେ ପରିବେଷଣ କରିଥିବା ବେଳେ ଘାସଫୁଲ ସଂକଳନର ପ୍ରଥମ ଗଳ୍ପ ପଥର କୁ ନେଇ କଥାଭିନୟ ପ୍ରଦର୍ଶନ କରିଥିଲେ ପ୍ରାଚୀତାରା ମିଶ୍ର।ଶେଷରେ ସଂଗୀତ ଆଲବମ ରେ କଣ୍ଠଦାନ କରିଥିବା ଶିଳ୍ପୀମାନେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ।ଯାହାକି ବର୍ଷା ଭିଜା ସନ୍ଧ୍ୟାକୁ ବେଶ ଉପଭୋଗ୍ୟ କରିଥିବା ଦର୍ଶକମାନଙ୍କ ଉପସ୍ଥିତିରୁ ଜଣାପଡୁଥିଲା।
ବାଇଟ-କବି-ଶରତ କୁମାର ଦାଶ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.