ETV Bharat / city

ଟ୍ରେନରେ ମହିଳା ଯାତ୍ରୀଙ୍କ ସହ ଆର୍ମି ପରୀକ୍ଷାର୍ଥୀଙ୍କ ଦୁର୍ବ୍ୟବହାର - ଆର୍ମି ପରୀକ୍ଷାର୍ଥୀଙ୍କ ବଦମାସି

ଟ୍ରେନରେ ଆର୍ମି ପରୀକ୍ଷାର୍ଥୀ ମହିଳା ଯାତ୍ରୀଙ୍କ ସହ ଅନ୍ୟଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ 18 ଜଣ ଯୁବକଙ୍କୁ ଅଟକ ରଖିଛି ରେଳବାଇ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 13, 2019, 4:19 PM IST

ଭୁବନେଶ୍ବର: ଟ୍ରେନରେ ଆର୍ମି ପରୀକ୍ଷାର୍ଥୀଙ୍କ ବଦମାସି । ମହିଳା ଯାତ୍ରୀଙ୍କ ସହ ଅନ୍ୟଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ 18 ଜଣ ଯୁବକଙ୍କୁ ଅଟକ ରଖିଛି ରେଳବାଇ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରେ ସୋମବାର ହେବାକୁ ଥିବା ଆର୍ମି ପରୀକ୍ଷା ପାଇଁ ସମସ୍ତ ରାଜ୍ୟରୁ ଯୁବକ ଆସୁଛନ୍ତି । ନନ୍ଦନକାନନ ଏକ୍ସପ୍ରେସ ଦିଲ୍ଲୀ ଛାଡିବା ପରେ ଆର୍ମି ପରୀକ୍ଷା ପାଇଁ ଶହ ଶହ ଯୁବକ ରିଜର୍ଭଭେସନ ବଗିରେ ଚଢିଥିଲେ । ଉକ୍ତ ଯୁବକମାନେ ବଗିରେ ଥିବା ଅନ୍ୟ ଯାତ୍ରୀଙ୍କୁ ଖାଇବା ପିଇବା ଏବଂ ନିତ୍ୟକର୍ମ ପାଇଁ ବି ଛାଡୁନଥିଲେ । ଖାଲି ସେତିକି ନୁହେଁ ମହିଳା ଏବଂ ଯୁବତୀ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ପଥର ମାଡ଼ କରିବା ସହ ଟ୍ରେନକୁ ନିଆଁ ଲଗାଇଦେବେ ବୋଲି ଧମକ ଦେଉଥିଲେ । ଏନେଇ ସେମାନଙ୍କୁ ବରଣ କରାଯାଇଥିବାବେଳେ ସେମାନେ ଟ୍ରେନ ଭିତର ଭଙ୍ଗାରୁଜା କରିଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ତେବେ ଯୁବକଙ୍କ ଦୁର୍ବ୍ୟବହର ରେଳବାଇ ପୋଲିସ ଦେଖୁଥିଲେ ମଧ୍ୟ ଯାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିଥିଲେ । ହେଲେ ଟ୍ରେନଟି ଭୁବନେଶ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ଉକ୍ତ ଘଟଣାରେ ଜିଆରପି ପୋଲିସ ଓ ଆରପିଏଫ ୧୮ ଜଣଙ୍କୁ ରେଳବାଇ ଥାନାରେ ଅଟକ ରଖିଛି । ଦେଶକୁ ସୁରକ୍ଷା ଦେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କ ଏଭଳି ବ୍ୟବହାରରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭ ଭାରତ

Intro:ଟ୍ରେନରେ ଆର୍ମି ପରୀକ୍ଷାର୍ଥୀଙ୍କ ମସ୍ତି। ମହିଳାଙ୍କୁ ଯାତ୍ରୀଙ୍କୁ ଅଶୀଳ ବ୍ୟବହାର।

ନନ୍ଦନକାନନ ଏକ୍ସପ୍ରେସ ର ଏସ 12 ବାଗିରେ ଘଟିଥିଲା ଘଟଣା ଯାହା ଯାତ୍ରୀମାନଙ୍କ ପାଇଁ ନିଦ ହଜାଇ ଦେଇଛି। ଭୁବନେଶ୍ୱର ରେ ଆସନ୍ତା କାଲି ହେବାକୁ ଥିବା ଆର୍ମି ପରୀକ୍ଷା ପାଇଁ ସମସ୍ତ ରାଜ୍ୟରୁ ଯୁବକମାନେ ଆସିଛନ୍ତି। ଟ୍ରେନରେ ଯାତ୍ରୀମାନଙ୍କୁ ଦୃବ୍ୟବହାର କରିବା ସହ ମହିଳା ଯାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଟ୍ରେନରୁ ଜିଆରପି ପୋଲିସ ଓ ଆରପିଏଫ ମିଳିତ ଉଦ୍ୟାନରେ ୧୮ ଜଣଙ୍କୁ ଅଟକ ରଖିଛନ୍ତି।

Body:

ନନ୍ଦନକାନନ ଏକ୍ସପ୍ରେସ ଦିଲ୍ଲୀ ଛାଡିବା ପରେ ଆର୍ମି ପରୀକ୍ଷା ଦେବା ପାଇଁ ହଜାର ହଜାର ଯୁବକ ମାନେ ରିଜର୍ଭବେସନ ବଗି ରେ ଚଢିଥିଲେ। ଅଟେ ମାତ୍ରାରେ ରହିଥିଲେ ଯେ ଯାତ୍ରୀମାନଙ୍କୁ ଖାଇବାକୁ ପିଇବାକୁ ତାହା ନିତ୍ୟକର୍ମ କରିବା କୁ ଛାଡୁନଥିଲେ। ମହିଳା ବା ଯୁବତୀ ଯାତ୍ରୀଙ୍କ ସହ ଖରାପ ବ୍ୟବହାର କରିବା ସହ ସେମାଙ୍କୁ ଅଶୀଳ ଭାଷାରେ ଗାଳି ଗୁଳଜ କରୁଥିଲେ। ଏନେଇ ସେମାଙ୍କୁ ବରଣ କରିବା ପାଇଁ କହିଥିଲେ ସ୍ୱତ୍ୱ ସେମାନେ ଟ୍ରେନ ଭିତର ଭଙ୍ଗା ଭାଙ୍ଗି କରିଥିଲେ। ଟ୍ରେନରେ ଟେକା ପଥର ମାରିବାକୁ ବି ପଛେଇନଥିଲେ ଯୁବକମାନେ। ଏନେଇ ଯାତ୍ରୀମାନେ ଅସନ୍ତୋଷ ଭିତରେ ରହିଥିଲେ ବି ରେଳବାଇ ପୋଲିସ ଦେଖୁଥିଲେ ମଧ୍ୟ ଯାତ୍ରୀଙ୍କ କଥା ଶୁଣିନଥିଲା। ବିଭିନ୍ନ ପ୍ରକାର ସହାୟତା ପାଇଁ ପ୍ରଶାସନିକ ସ୍ଥାରରେ ସମସ୍ତଙ୍କୁ ଫୋନ ମଧ୍ୟମରେ କଥା ହୋଇଥିଲେ ମଧ୍ୟ କୌଣସି ପ୍ରକାରର ସୁରକ୍ଷା ମିଳିପାରିଲା ନାହିଁ। ତେଣୁ ଟ୍ରେନ ରେ ଏଭଳି ସ୍ଥିତିରେ ଯାତ୍ରୀମାନେ ସୁରକ୍ଷିତ ମନେ କରୁନାହାନ୍ତି।

ଏହି ଘଟଣା କୁ ନେଇ ଯାତ୍ରୀ ମନେ କହିଛନ୍ତି ଯେ। ଟ୍ରେନ ରେ ରହିଥିବା ବେଳେ ହଜାର ହଜାର ମାତ୍ରାରେ ଯୁବକ ମାନେ ଯେତେବେଳେ ବାଗିରେ ଚଢିଥିଲେ ସେମାନେ କୌଣସି ପ୍ରକାରର କାହା କଥା ଶୁଣିନଥିଲେ। ମହିଳା ମାନଙ୍କ ଗାଳିଗୁଲଜ କରିବା ସହ ସେମାଙ୍କ ସାଙ୍ଗରେ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି। ଏହା ସହ ପଥର ମାଡ଼ କରିବା ସହ ଟ୍ରେନ କୁ ନିଆଁ ଲଗାଇଦେବେ ବୋଲି ଧମକ ବି ଦେଉଥିଲେ ଯୁବକମାନେ।

ଏହି ଘଟଣା ପରେ ରେଲବାଇ ପୋଲିସ ନନ୍ଦନକାନନ ଏକ୍ସପ୍ରେସ ଭୁବନେଶ୍ୱର ପ୍ଲାଟଫର୍ମ ରେ ପହଁଚିବା ମାତ୍ରେ ସେହି ଯୁବକ ମାନଙ୍କୁ କାବୁ କରିଥିଲେ। ହେଲେ ଅନ୍ୟ ଯୁବକ ମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏନେଇ ୧୮ ଜଣ ଯୁବକଙ୍କୁ ରେଳବାଇ ଥାନାରେ ଅଟକ ରଖିଛି ପୋଲିସ।

Byte- ସଂଗ୍ରାମ କେଶରୀ ରାଉତ, ଯାତ୍ରୀ।
Byte- ବନସ୍ମିତା ସାହୁ, ଯାତ୍ରୀ।
Byte- ଭାରତ ସାହୁ , ରେଳବାଇ ପୋଲିସ ଅଧିକାରୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.