ETV Bharat / city

ଆରିସା ପିଠାରୁ ସଫଳ ଉଦ୍ୟୋଗୀର ପରିଚୟ, ରାଜଧାନୀର ‘ତାରା ଦାସ’ - ସଫଳ ଉଦ୍ୟୋଗୀ

ପୁର ପଲ୍ଲୀର ମହକ ବଖାଣିଥାଏ ସଭିଙ୍କ ପ୍ରିୟ ଆରିସା ପିଠା । ହି ପିଠା ଯେ କେବେ ଆଗକୁ ଯାଇ ସଫଳ ଉଦ୍ୟୋଗରେ ପରିଣତ ହେବ ତାହା ହୁଏତ କେହି କେବେ ଭାବି ନଥିବେ । ବାସ୍ତବତାରେ ପରିଣତ କରିଛନ୍ତି ରାଜଧାନୀର ସଫଳ ମହିଳା ଉଦ୍ୟୋଗୀ ତାରା ଦାସ । ଅଧିକ ପଢନ୍ତୁ...

ଆରିସା ପିଠାରୁ ସଫଳ ଉଦ୍ୟୋଗୀର ପରିଚୟ, ରାଜଧାନୀର ‘ତାରା ଦାସ’

author img

By

Published : Mar 2, 2020, 6:21 AM IST

ଭୁବନେଶ୍ବର: ବିବିଧ ସଂସ୍କୃତି ଓ ଚାଲି ଚଳଣୀରେ ଭରପୂର ଓଡିଶା । ଖାଦ୍ୟକୁ ନେଇ ମଧ୍ୟ ରାଜ୍ୟରେ ରହିଆସିଛି ଅନେକ ପରମ୍ପରା । ଏମିତିରେ ପୁର ପଲ୍ଲୀର ମହକ ବଖାଣିଥାଏ ସଭିଙ୍କ ପ୍ରିୟ ଆରିସା ପିଠା । ଏହି ପିଠା ଯେ କେବେ ଆଗକୁ ଯାଇ ସଫଳ ଉଦ୍ୟୋଗରେ ପରିଣତ ହେବ ତାହା ହୁଏତ କେହି କେବେ ଭାବି ନଥିବେ । ହେଲେ ଏହାକୁ ବାସ୍ତବତାରେ ପରିଣତ କରିଛନ୍ତି ରାଜଧାନୀର ସଫଳ ମହିଳା ଉଦ୍ୟୋଗୀ ତାରା ଦାସ । ଦୀର୍ଘ 20 ବର୍ଷ ଧରି ସେ ଆରିସା ପିଠା ତିଆରି କରି ପହଞ୍ଚିଛନ୍ତି ସଫଳତାର ଶୀର୍ଷରେ ।

ଆରିସା ପିଠାରୁ ସଫଳ ଉଦ୍ୟୋଗୀର ପରିଚୟ, ରାଜଧାନୀର ‘ତାରା ଦାସ’

ଯାଜପୁର ଜିଲ୍ଲାରେ ସ୍ବାମୀ, ଶାଶୂ ଓ ଶ୍ବଶୂରଙ୍କୁ ନେଇ ଚାଲିଥିଲା ତାରାଙ୍କର ସୁଖୀ ସଂସାର । ହେଲେ ହଠାତ ଦିନେ ସେହି ସୁଖୀ ସଂସାରରେ ଲାଗିଥିଲା ନଜର । କିଡିନୀ ରୋଗରେ ପଡ଼ି ଶେଷରେ ଆଖି ବୁଜିଲେ ସ୍ବାମୀ। ଏପରି ସମୟରେ କୌଣସି ଅଭାବ ନଥିଲେ ବି ତାରାଙ୍କର କିଛି କରିବାର ଆଶା ମଉଳିବାକୁ ଲାଗିଥିଲା। ସ୍ବାମୀ ଚାଲିଗଲା ପରେ ମା’ ପୁଅ ଭୁବନେଶ୍ବର ଆସି ଘର ଭଡା ନେଇ ରହିଲେ। ଆଉ ଆରମ୍ଭ ହେଲା ଆରିସା ପିଠା ବ୍ୟବସାୟ।

ତାରାଙ୍କ ସ୍ବାମୀ ଜଣେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ରହିଥିବା ବେଳେ ତାଙ୍କର ପ୍ରିୟ ଥିଲା ପିଠାପଣା ଓ ସ୍ବାଦିଷ୍ଟ ରୋଷେଇ। ବିବାହ ପରେ ତାରା 7 ମାସ ପର୍ଯ୍ୟନ୍ତ ଶାଶୂଙ୍କ ପାଖରୁ ଆରିସା ପିଠା ଓ ଅନ୍ୟ ପିଠା ଶିଖିଥିଲେ। ଯାହା ଆଜି ଜଣେ ସଫଳ ଆରିସା ପିଠା ଉଦ୍ୟୋଗୀ ଭାବେ ତାଙ୍କୁ ପରିଚୟ ଦେଇପାରିଛି । ଜୀବନକୁ କେବେ ବି ବୋଝ ଭାବରେ ସ୍ବୀକାର କରି ନଥିବା ବେଳେ ତାରା ଜଣେ ସଫଳ ମହିଳା ଭାବରେ ଆଗକୁ ଆସିଛନ୍ତି।

ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ସେ। ଆରିସା ପିଠା ପାଇଁ କୌଣସି ଟଙ୍କା ନିବେଶ କରିବାକୁ ପଡିନାହିଁ ତାଙ୍କୁ। ଉଦ୍ଦେଶ୍ୟ ଥିଲା ଆତ୍ମନିର୍ଭରଶୀଳ ହୋଇ ନିଜ ଗୋଡରେ ନିଜେ ଛିଡା ହେବା । 2 କିଲୋ ଚାଉଳ ,2 କିଲୋ ଗୁଡ ଓ ଏକ କିଲୋ ଡାଲଡା ଘିଅ ନେଇ ଆରମ୍ଭ ହୋଇଥିଲା ତାରାଙ୍କ ଏହି ବ୍ୟବସାୟ । ସବୁଠୁ ଆଶ୍ଚର୍ଯ୍ୟର କଥା କି ଜନ୍ମର 40 ବର୍ଷ ପରେ ଆରିସା ପିଠା ବ୍ୟବସାୟ ଆରମ୍ଭ କରିବାର ଇଚ୍ଛା କରି ସଫଳତା ସାଉଁଣ୍ଟିଛନ୍ତି ତାରା।

1999 ମସିହାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ମହାବାତ୍ୟା ସମୟରେ ସହିଥିଲା ଅନେକ କ୍ଷୟକ୍ଷତି । କିନ୍ତୁ 2005 ମସିହାଠାରୁ ଆଉ ପଛକୁ ଚାହିନାହଁନ୍ତି ତାରା। ଫଳରେ 2 କିଲୋ ଚାଉଳରୁ ଏକ କ୍ବିଣ୍ଟାଲ ଚାଉଳ ଯାଏଁ ପହଞ୍ଚି ପାରିଛି ତାରାଙ୍କ ଆରିସା ପିଠା ବ୍ୟବସାୟ । ବର୍ତ୍ତମାନ ସମୟରେ ଆରିସା ପୀଠାର ଲୋକପ୍ରିୟତା ଅନେକ ଲୋକଙ୍କୁ ଏଠାକୁ ଟାଣିଆଣେ । ଯାହା ଏହି ବ୍ୟବସାୟକୁ 2 ଟଙ୍କାରୁ ଆରମ୍ଭ କରି ବର୍ତ୍ତମାନ 10 ଟଙ୍କାରେ ପହଞ୍ଚାଇଛି। ଏମିତ କି 25 ଟଙ୍କାରେ ବି ମିଳୁଛି ଦେଶୀ ଘିଅର ଆରିସା ।

ସେପଟେ ଦୈନିକ 30ରୁ ଆରମ୍ଭ ହୋଇ ବର୍ତ୍ତମାନ ଦିନକୁ 20 ହଜାର ଭଳି ଆରିସା ପିଠା ତିଆରି କରାଯାଉଛି। ତାରାଙ୍କ ହାତ ତିଆରି ଆରିସା ପିଠା ଭୁବନେଶ୍ବରର ବଡ ବଡ ଷ୍ଟାର ହୋଟେଲ ଓ ରାଜ୍ୟ ବାହାରକୁ ମଧ୍ୟ ଯାଉଛି। ଏମିତିକି ବିଦେଶରେ ମଧ୍ୟ ତାରାଙ୍କ ଆରିସା ସାଉଣ୍ଟିଛି ବେଶ ପ୍ରଶଂସା । ଏପରି ଜଣେ ସଫଳ ନାରୀକୁ ପାଇ ଓଡିଶା ଗର୍ବିତ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.