ETV Bharat / city

SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା - ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଜାମିନ ମାଗିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଭୁବନେଶ୍ବର SDJM କୋର୍ଟରେ ସେ ଜାମିନ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ

SDJM କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ, ଆଜି ହୋଇପାରେ ଶୁଣାଣି

author img

By

Published : Oct 14, 2022, 3:16 PM IST

Updated : Oct 14, 2022, 5:57 PM IST

ଭୁବନେଶ୍ବର: ଜାମିନ ଆବେଦନ କଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag) । ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏନେଇ ତାଙ୍କ ଓକିଲ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି । ଅପରାହ୍ନ ୩ଟାରେ ଏହି ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିପାରନ୍ତି । ଏଥିପାଇଁ ଲେଡି ବ୍ଲାକମେଲରଙ୍କ ଓକିଲଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯିବା ସହ ଜାମିନ ଲାଗି ବିଭିନ୍ନ କାଗଜପତ୍ର ମଧ୍ୟ ଦାଖଲ ହୋଇସାରିଛି ।

SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା
SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା

ଓକିଲଙ୍କ କହିବାନୁସାରେ, ଅର୍ଚ୍ଚନାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ତେବେ କିପରି ୧୬ଟି ସଙ୍ଗୀନ ଦଫାରେ ଅର୍ଚ୍ଚନାକୁ ଗିରଫ କରାଗଲା ତାକୁ ନେଇ ଓକିଲ ଦେବାଶିଷ ମହାପାତ୍ର ପ୍ରଶ୍ନ ଉଠାଇଥିଲେ ।

ରହସ୍ୟମୟୀ ଅର୍ଚ୍ଚନା ନାଗ ମାମଲାରେ ଯେତିକି ଦିନ ଗଡି ଗଡି ଯାଉଛି ତାଙ୍କ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେତେବେଳେ ରାଜନେତାଙ୍କ ସହିତ ଫଟୋ ତ ଆଉ କେତେବେଳେ ଆର୍ଥିକ କାରବାର । ଗୋଟିଏ ପରେ ଗୋଟିଏ ଗୁମର ଖୋଲିବା ପରେ ଏବେ ଅର୍ଚ୍ଚନାଙ୍କ ସହିତ ସମ୍ପୃକ୍ତ ଥିବା ପାଓ୍ବାର କରିଡରର ବଡବଡିଆଙ୍କ ମଧ୍ୟରେ ଛନକା ପଶିଛି । କାହାର ଚୌକି ଯିବ ସେନେଇ ପ୍ରମାଦ ଗଣିଲେଣି । ସେପଟେ ତାଙ୍କର ଗିରଫଦାରୀକୁ ୧୦ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ରିମାଣ୍ଡରେ ନେବାର ନାଁ ଧରୁନି ।

ଏସବୁ ଭିତରେ ହାଇକୋର୍ଟରେରେ ପହଞ୍ଚିଛି ଏହି ବହୁଚର୍ଚ୍ଚିତ ମାମଲା । ଅର୍ଚ୍ଚନାଙ୍କ ସମ୍ପତ୍ତିର ଇଡି ତଦନ୍ତ ଏବଂ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ପାଇଁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାଏର କରାଯାଇଛି । ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି ,ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2022, 5:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.