ETV Bharat / city

ଜୟଦେବରୁ ଜିତିଲେ ଅରବିନ୍ଦ, କହିଲେ ଅଧୁରା କାମ କରିବି ପୂରା - bhubneswar

ଜୟଦେବରୁ ବିଜୟୀ ହେଲେ ବିଜେଡି ନେତା ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ବିଜୟ ଶ୍ରେୟ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର
author img

By

Published : May 24, 2019, 3:25 AM IST

Updated : May 24, 2019, 12:57 PM IST

ଭୁବନେଶ୍ବର: ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହେଲେ ପୁର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରବିନ୍ଦ ଢାଲି । ମୋଟ ୬୦୨୯୮ ଭୋଟ ପାଇଥିବା ବେଳେ ନିଜର ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ନବ କିଶୋର ମଲ୍ଲିକଙ୍କୁ ୧୭୮୦୦ ଭୋଟରେ ପରାସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

ବିଜୟ ପରେ ଅରବିନ୍ଦଙ୍କ ଗଣ୍ଡମୁଣ୍ଡା ଛକ ସ୍ଥିତ ବାସଭବନରେ ହର୍ଷ ଉଲ୍ଲାସର ମାହୋଲ। ଦଳିୟ କର୍ମୀଙ୍କ ଗହଣରେ ବାଜା ବାଣରେ ସେଲିବ୍ରେସନ ହୋଇଛି । ତେବେ ଜୟଦେବବାସୀ ତାଙ୍କ ପ୍ରତି ଯେଉଁ ବିଶ୍ବାସ ଓ ଭରସା ପ୍ରକଟ କରି ତାଙ୍କୁ ବିଜୟୀ କରିଛନ୍ତି, ସେ ନେଇ ତାଙ୍କୁ ପ୍ରଣାମ ଜଣାଇଛନ୍ତି ଅରବିନ୍ଦ । ଏହାସହ ମୁଖ୍ଯମନ୍ତ୍ରୀଙ୍କ ଯୋଗୁଁ ବିଜୟ ହାସଲ କରିଥିବା କହିଛନ୍ତି ଅରବିନ୍ଦ । ଏଥି ସହ ଜୟଦେବର ଅଧୁରା ଥିବା ବିକାଶକୁ ପୂରଣ କରିବେ ବୋଲି କହିଛନ୍ତି । ତା ସହିତ ମୁଖ୍ଯମନ୍ତ୍ରୀ ଚାହିଁଲେ ସେ ପୁଣି ଥରେ ମନ୍ତ୍ରୀ ହୋଇପାରନ୍ତି ବୋଲି କହିଛନ୍ତି ।

ସୂଚନା ମୁତାବକ ପୁର୍ବରୁ ଏହି ଆସନରୁ ଶଷି ଭୁଷଣ ବେହେରା ବିଜେଡିରେ ବିଜୟୀ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଜୟଦେବରୁ ଜିତିଲେ ଅରବିନ୍ଦ ଢାଲି,
କହିଲେ ଅଧୁରା କାମ ପୁରା କରିବି

ଜୟଦେବ ନିର୍ବାଚନ ମଣ୍ଡଳିରୁ ବିଜୟୀ ହେଲେ ପୁର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରବିନ୍ଦ ଢାଲି। ମୋଟ ୬୦୨୯୮ ଭୋଟ ପାଇଥିବା ବେଳେ ନିଜର ପ୍ରତିଦ୍ବନ୍ଦି ସ୍ବାଧିନ ପ୍ରାଥି ନବ କିଶୋର ମଲ୍ଲିକ ୧୭ ୮୦୦ ଭୋଟ ରେ ପରାସ୍ତ କରିଛନ୍ତି। ତେବେ ବିଜୟ ପରେ ଅରବିନ୍ଦଙ୍କ ଗଣ୍ଡମୁଣ୍ଡା ଛକ ସ୍ଥିତ ବାସଭବନରେ ସେଲିବ୍ରେସନର ମାହୋଲ। ଦଳିୟ କର୍ମି ଂକ ଗହଣରେ ବାଜା ବାଣରେ ସେଲିବ୍ରେସନ ଦେଖିବାକୁ ମିଳିଛି ତାଙ୍କ ବାସଭବନ ପରିସରରେ। ତେବେ ବିଜୟି ପରେ ଜୟଦେବ ବାସି ଯେଉଁ ବିଶ୍ବାସ ଓ ଭରଷା ପ୍ରକଟ କରି ତାଙ୍କୁ ବିଜୟୀ କରିଛନ୍ତି ସେ ନେଇ ତାଙ୍କୁ ପ୍ରଣାମ ଜଣାଇବା ସହ ମୁଖ୍ଯମନ୍ତ୍ରୀଙ୍କ ରୋଡ ସୋ ଯୋଗୁ ସେ ବିଜୟୀ ହୋଇଛନ୍ତି ବୋଲି କହିଛନ୍ତି। ଏଥି ସହ ଜୟଦେବର ଥିବା ଅଧୁରା ବିକାଶ ଗୁ ପୁରଣ କରିବେ ବୋଲି କହିଛନ୍ତି। ତା ସହିତ ମୁଖ୍ଯମନ୍ତ୍ରୀ ଚାହିଁଲେ ତାଙ୍କ ନିଶ୍ପତି ଅନୁସାରେ ସୁଯୋଗ ମିଳିଲେ ପୁଣି ମନ୍ତ୍ରୀ ହୋଇପାରନ୍ତି ବୋଲି କହିଛନ୍ତି। ତେବେ ସୁଚନା ମୁତାବକ ପୁର୍ବରୁ ଏହି ଆସନରୁ ଶଷି ଭୁଷଣ ବେହେରା ବିଜେଡିରେ ବିଜୟୀ ହୋଇଥିଲେ। ତେବେ ଏଥର ଜୟଦେବ ନିର୍ବାଚନ ମଣ୍ଡଳୀରେ 17833 ଅଧିକ ଭୋଟପାଇ ବିଜୟ ଲାଭ କରିଛନ୍ତି ଡ଼ ଅରବିନ୍ଦ ଢାଲି। ବିଜେପି 27650 ଓ ସ୍ୱାଧୀନ 42465 ଭୋଟ ପାଇଛନ୍ତି।
Whatsapp

Last Updated : May 24, 2019, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.