ETV Bharat / city

ଐତିହ୍ୟର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଖୋଲା ଚିଠି

author img

By

Published : Feb 28, 2021, 10:06 PM IST

ଐତିହ୍ୟର ସୁରକ୍ଷାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮ ପୃଷ୍ଠା ସମ୍ମିଳିତ ଏକ ଖୋଲା ଚିଠି ତଥ୍ୟ ଓ ପ୍ରମାଣ ସହ ଲେଖିଛନ୍ତି ।

aprarajita sarangi letter to cm
ଐତିହ୍ୟର ସୁରକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଖୋଲା ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଖୋଲା ଚିଠି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮ ପୃଷ୍ଠା ସମ୍ମିଳିତ ଏକ ଖୋଲା ଚିଠି ତଥ୍ୟ ଓ ପ୍ରମାଣ ସହ ଲେଖିଛନ୍ତି।

ଐତିହ୍ୟ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଖୋଲା ଚିଠି। ଚିଠିରେ ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀ ନଷ୍ଟ କରିଛନ୍ତି। ପ୍ରାଚୀନ ଐତିହ୍ୟକୁ ଧ୍ବଂସ କରି ସଂରକ୍ଷଣ ବିଶ୍ବରେ ବିରଳ ଉଦାହରଣ ବୋଲି ରବିବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮ ପୃଷ୍ଠା ସମ୍ମିଳିତ ଏକ ଖୋଲା ଚିଠି ତଥ୍ୟ ଓ ପ୍ରମାଣ ସହ ଲେଖିଛନ୍ତି। ସୌନ୍ଦର୍ଯ୍ୟକରଣର ଦ୍ବାହି ଦେଇ ପୁରୀର ପ୍ରାଚୀନ ମଠ ଗୁଡିକ ଭଙ୍ଗା ଯାଇଛି। ଜଗନ୍ନାଥ ସଂସ୍କୃତିର କୁଠାର ଘାତ କରାଯାଇଛି। ଏହା ମୂଳରେ କାହାର ହାତ ରହିଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ? ସୌନ୍ଦର୍ଯ୍ୟକରଣ ସମୟରେ ଉଛେଦ ହୋଇଥିବା ଲୋକଙ୍କୁ ମିଳିନି କ୍ଷତିପୂରଣ। ଲୋକଙ୍କ ସହ ଆଲୋଚନା ବେଳେ ଏଭଳି ସତ ସାମ୍ନାକୁ ଆସିଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।

ସେହିପରି ଏକାମ୍ରକ୍ଷେତ୍ରର ୧୦ଟି ଐତିହ୍ୟ ପୁଷ୍କରିଣୀ ବିଷୟରେ ଉଲ୍ଲେଖ ,ପୁଷ୍କରିଣୀ ଚତୁପାର୍ଶ୍ବରେ ବେଆଇନ ନିର୍ମାଣ ହୋଇଛି । ଏ ସବୁ ଘଟଣାରୁ ନଜର ହଟାଇବାକୁ ବାଇ-ଲ ପ୍ରସଙ୍ଗ ଉଠାଯାଉଛି । ଆଇନର ପରିସର ମଧ୍ୟରେ ବିକାଶ କାର୍ଯ୍ୟ କରାଯାଉ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.