ETV Bharat / city

ନବ ନିଯୁକ୍ତ ଡାକ୍ତରଙ୍କୁ ଗୁରୁଜ୍ଞାନ ଦେଲେ 5ଟି ସଚିବ, କହିଲେ ପ୍ରତ୍ୟେକ ଜୀବନ ଗୁରୁତ୍ବପୂର୍ଣ୍ଣ - ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ନୂତନ ଭାବେ ଚୟନ ହୋଇଥିବା 510 ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ନବ ନିଯୁକ୍ତ ମେଡ଼ିକାଲ ଅଫିସରଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

appointment letter given to the state medical officer by government
510 ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
author img

By

Published : Jul 23, 2022, 8:34 AM IST

ଭୁବନେଶ୍ବର: ନୂତନ ଭାବେ ଚୟନ ହୋଇଥିବା 510 ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନବ ନିଯୁକ୍ତ ମେଡ଼ିକାଲ ଅଫିସରଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ, ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନିଜ ଜୀବନରେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

appointment letter given to the state medical officer by government
510 ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ରାଜନୈତିକ ଜୀବନର ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ଖାଦ୍ୟ ସୁରକ୍ଷା ହେଉ ଅବା ବିପର୍ଯ୍ୟୟ ପରିଚାଳନା, ସବୁ କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଶା ବିଶ୍ୱକୁ ଏହି କ୍ଷେତ୍ରରେ ଦିଗଦର୍ଶନ ମଧ୍ୟ ଦେଉଛି । ସେ ଆହୁରି କହିଛନ୍ତି, ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏହି ନୀତିକୁ ବ୍ରତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି ।

ଏହା ସହ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଆଗାମୀ ଦିନରେ ଅନେକ ପଦକ୍ଷେପ ନିଆଯିବ। ସାଢ଼େ 4 କୋଟି ଓଡ଼ିଆଙ୍କ ପାଖରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି । ନୂତନ ଡାକ୍ତରଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟରେ ଡାକ୍ତରୀ ସମସ୍ୟା ଅନେକାଂଶରେ ଦୂର ହେବ। 5ଟି ସଚିବ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.