ETV Bharat / city

ଲକଡାଉନରେ ବୁଲିବାକୁ ଅନୁମତି ପତ୍ର, ଡିସିପି ଅଫିସ ନ ଆସି ମେଲରେ ଆବେଦନ

ଲକଡାଉନବେଳେ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ଭ୍ରମଣ ପାଇଁ ମିଳିବ ଅନୁମତି । କମିସନରେଟ ପୋଲିସର ନିର୍ଦ୍ଦେଶ ପରେ ଡିସିପି ଅଫିସରେ ଅନୁମତି ପାଇ ଲାଗିଲା ଗହଳି । ଭିଡ଼କୁ ଦୃଷ୍ଟିରେ ରଖି ଡିସିପି ଅଫିସ ନଆସିବାକୁ ଅନୁରୋଧ କଲେ ଖୋଦ ଡିସିପି ଉମାଶଙ୍କର ଦାସ । ଅଧିକ ପଢନ୍ତୁ ...

ଡିସିପି ଅଫିସ ନଆସି ମେଲରେ ଆବେଦନ
ଡିସିପି ଅଫିସ ନଆସି ମେଲରେ ଆବେଦନ
author img

By

Published : May 10, 2021, 5:52 PM IST

ଭୁବନେଶ୍ବର: ଲକଡାଉନ ବେଳେ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ଭ୍ରମଣ ପାଇଁ ମିଳିବ ଅନୁମତି । କମିସନରେଟ ପୋଲିସର ନିର୍ଦ୍ଦେଶ ପରେ ଡିସିପି ଅଫିସରେ ଅନୁମତି ପାଇ ଲାଗିଲା ଗହଳି । ଭିଡ଼କୁ ଦୃଷ୍ଟିରେ ରଖି ଡିସିପି ଅଫିସ ନଆସିବାକୁ ଅନୁରୋଧ କଲେ ଖୋଦ ଡିସିପି ଉମାଶଙ୍କର ଦାସ । ସମ୍ପୃକ୍ତ ସଂସ୍ଥା ନିଜର କର୍ମଚାରୀଙ୍କୁ ପରିଚୟ ପତ୍ର ସହ ସେମାନଙ୍କର ରହଣି ସ୍ଥଳ ଓ ଅଫିସ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ଅନୁମତି ପତ୍ର ଦିଆଯିବ । ଯେଉଁ କର୍ମଚାରୀଙ୍କୁ ଅନୁମତି ଦିଆଯିବ ସେମାନଙ୍କର ତଥ୍ୟ କମିସନରେଟ ପୋଲିସକୁ ଡିସିପି ବିବିଏସଆରରେ ମେଲ କରିବାକୁ ଅନୁରୋଧ କରାଯାଇଛି ।

ଡିସିପି ଅଫିସ ନଆସି ମେଲରେ ଆବେଦନ

ଅଯଥାରେ ଅଫିସ ଆସି ଗହଳି ନକରି ମେଲ୍ ଜରିଆରେ ତଥ୍ୟ ପଠାଇବାକୁ କହିଲେ ଡିସିପି । ତେବେ ପରିଚୟ ପତ୍ର ଅପବ୍ୟବହାର କରି ଅନେକ ଅମାନିଆ ବୁଲିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ଆଇଟି କର୍ପୋରେଟ ବ୍ୟାଙ୍କିଂ ସେକ୍ଟର ସମେତ ଅତ୍ୟାବଶ୍ୟକରେ ନିୟୋଜିତ କର୍ମଚାରୀଙ୍କ ଲକଡାଉନ ସମୟରେ ଚଳପ୍ରଚଳ ପାଇ ଅନୁମତି ନେବାକୁ ନିର୍ଦେଶ ଦିଆଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.