ETV Bharat / city

ଆସନ୍ତା 17ରୁ PG ସ୍ପଟ୍ ନାମଲେଖା ଆବେଦନ - ପିଜି ନାମଲେଖା ଆବେଦନ

ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ପାଇଁ ନାମଲେଖା କରାଯିବ । ଆସନ୍ତା ୧୭ ତାରିଖରୁ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆସନ୍ତା 17ରୁ PG ସ୍ପଟ୍ ନାମଲେଖା ପାଇଁ ଆବେଦନ
ଆସନ୍ତା 17ରୁ PG ସ୍ପଟ୍ ନାମଲେଖା ପାଇଁ ଆବେଦନ
author img

By

Published : Nov 13, 2021, 7:16 AM IST

ଭୁବନେଶ୍ବର: ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ଲାଗି ଅନୁଷ୍ଠିତ ହେବ ସ୍ପଟ୍ ନାମଲେଖା । ଆସନ୍ତା ୧୭ ତାରିଖରୁ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସାମ୍ସ ୱେବସାଇଟ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ପାଇଁ ନାମଲେଖା କରାଯିବ । ପିଜି ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଅନେକ ବିଶ୍ୱବିଦ୍ୟାଳୟଗୁଡିକରେ ସିଟ୍ ଖାଲିପଡିଛି । ଏଣୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା 14ଟି ବିଶ୍ବବିଦ୍ୟାଳୟ ସମେତ 59ଟି ମହାବିଦ୍ୟାଳୟରେ ସ୍ପଟ୍ ନାମଲେଖା ପାଇଁ ନିୟମାବଳୀ ଜାରି କରାଯାଇଛି ।

ଚଳିତ ମାସ 17 ତାରିଖରୁ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଆବେଦନ କରିପାରିବେ । 21 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମ୍ସ ୱେବ୍‌ସାଇଟରୁ ନୂଆ ଭାବରେ କମନ ଆପ୍ଲିକେସନ୍ ଫର୍ମ ଦାଖଲ କରିପାରିବେ । 24 ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯିବ । 26 ରୁ 29 ମଧ୍ୟରେ କାଗଜପତ୍ର ଯାଞ୍ଚ ସହ ନାମଲେଖା ଅନୁଷ୍ଠିତ ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.