ETV Bharat / city

ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାରେ ନ୍ୟାୟ ପାଇଁ NHRC ଙ୍କ ନିକଟରେ ଅଭିଯୋଗ - କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା

ଜଗତସିଂହପୁର ବହୁଚର୍ଚ୍ଚିତ କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାରେ 5 ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: ନ୍ୟାୟ ପାଇଁ NHRC ଙ୍କ ନିକଟରେ ଅଭିଯୋଗ

author img

By

Published : Mar 16, 2022, 12:20 PM IST

ଭୁବନେଶ୍ବର: ଜଗତସିଂହପୁର ବହୁଚର୍ଚ୍ଚିତ କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୩ ବର୍ଷ ବିତିବାକୁ ବସିଥିବା ବେଳେ ରହସ୍ୟ ଉପରୁ ଉଠିପାରୁନି ପରଦା । ଗତ 20 ଜୁଲାଇ 2019ରେ କୁଜଙ୍ଗ ବାସିନ୍ଦା ଅମୃତ ଦାସଙ୍କୁ ତିର୍ତ୍ତୋଲ ବଜାର ନିକଟରେ କେହି ଦୁର୍ବୃତ୍ତ ହତ୍ୟା କରି ଫୋଫାଡ଼ି ଦେଇ ଚାଲିଯାଇଥିଲେ । ଅମୃତ ଦାସ ହତ୍ୟା ଘଟଣାରେ 5 ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ(NHRC) ନିକଟରେ ଅଭିଯୋଗ ହୋଇଛି ।

କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: ନ୍ୟାୟ ପାଇଁ NHRC ଙ୍କ ନିକଟରେ ଅଭିଯୋଗ

ଏ ନେଇ ଭାରତୀୟ ବିକାଶ ପରିଷଦର ସଭାପତି ବା ଅମୃତ ଦାସଙ୍କ ଭାଇ ସୁବ୍ରତକୁମାର କହିବା ଅନୁଯାୟୀ, ଇଞ୍ଜିନିୟର ଅମୃତ ଦାଶକୁ ଗତ ୨୦୧୯ ମସିହା ଜୁଲାଇ ମାସ ୨୦ ତାରିଖରେ କିଛିଲୋକ ଘରୁ ଡ଼ାକିନେଇ ଅତି ନିର୍ମମଭାବେ ହତ୍ୟାକରିଥିଲେ। ତିର୍ତ୍ତୋଲ ବାଲିପାଟଣା ନିକଟରେ ଫୋପାଡ଼ି ଦେଇଥିଲେ । ଏ ବାବଦରେ କୁଜଙ୍ଗ ଥାନାରେ ହତ୍ୟା ମକଦ୍ଦମା ନମ୍ବର 50/20 ରେଜେଷ୍ଟ୍ରି ହୋଇଥିଲା।

ଉକ୍ତ ହତ୍ୟା ମକଦ୍ଦମାର ଜଗତସିଂହପୁର ଜିଲ୍ଲାର 5 ଜଣ ତଦନ୍ତକାରୀ ଅଧିକାରୀ ମାନେ କିଛି ପ୍ରଭାବଶାଳୀ ରାଜନେତାଙ୍କୁ ସାଙ୍ଗରେ ସାମିଲ ହୋଇ ହତ୍ୟା ମକଦ୍ଦମାକୁ ରଫାଦଫା କରିଦେଲେ। ଏନେଇ ଅମୃତ ଦାଶଙ୍କ ପରିବାର ନ୍ୟାୟପାଇଁ 3 ବର୍ଷ ହେଲା ଲଢେଇ କରୁଛନ୍ତି। ତେବେ ସେହି5 ଜଣ ପୋଲିସ ଅଧିକାରୀ ମାନେ ହେଲେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଏସପି ଆର ପ୍ରକାଶ, ତିର୍ତ୍ତୋଲ ଏସଡିପିଓ ଦୀପକ ଜେନା, କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ଦିଲ୍ଲୀପ ସାହୁ, କୁଜଙ୍ଗ ଥାନାର ପୂର୍ବତନ ଏସଆଇ ଶୁଭ୍ରଜିତ ଦାସ, ତିର୍ତ୍ତୋଲ ଥାନାର ପୂର୍ବତନ ଏଏସଆଇ ସୋମେନ୍ଦ୍ର ନାୟକ।

ଏହା ମଧ୍ୟ ପଢନ୍ତୁ: କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: 5 ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ଉକ୍ତ ପୋଲିସ ଅଧିକାରୀ ମାନେ ବିଭିନ୍ନ ସମୟରେ ମୃତକ ପରିବାରକୁ ଦୁର୍ବ୍ୟବହାର କରିବା ସହ ମାନସିକ ଚାପ ପକାଇଥିଲେ ଏବଂ ମିଛ ମାମଲା କରି ଜେଲ ପଠେଇବାର ଧମକ ଦେଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.