ETV Bharat / city

ତଟ୍ଟ ସୁରକ୍ଷା ସର୍ବୋଚ୍ଚ କମିଟି ବୈଠକ, ସମନ୍ୱୟରେ ସୁରକ୍ଷା ଦୃଢୀଭୂତ କରିବାକୁ CSଙ୍କ ନିର୍ଦ୍ଦେଶ - ଆପେକ୍ସ କମିଟି ବୈଠକ

ଚିଲିକାସ୍ଥିତ ନୌବାହିନୀ ଷ୍ଟେସନରେ ତଟ୍ଟ ସୁରକ୍ଷା ଆପେକ୍ସ କମିଟି ବୈଠକ ଅନୁଷ୍ଠିତ । ସମନ୍ୱୟରେ ସୁରକ୍ଷା ଦୃଢୀଭୁତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ତଟ୍ଟ ସୁରକ୍ଷା ସର୍ବୋଚ୍ଚ କମିଟି ବୈଠକ, ସମନ୍ୱୟରେ ସୁରକ୍ଷା ଦୃଢୀଭୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Aug 11, 2022, 6:51 AM IST

ଭୁବନେଶ୍ବର: ଚିଲିକା ସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନରେ ବୁଧବାର ତଟ୍ଟ ସୁରକ୍ଷା ନିମନ୍ତେ ଗଠିତ ଆପେକ୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ବୟ ରଖି ତଟ୍ଟ ସୁରକ୍ଷାକୁ ଦୃଢ଼ୀଭୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ପୂର୍ବତଟ୍ଟ ସୁରକ୍ଷା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ତଟ୍ଟ ସୁରକ୍ଷା ପୋଲିସ୍ ଷ୍ଟେସନ, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ପରସ୍ପର ମଧ୍ୟରେ ସମନ୍ବର ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ତଟ୍ଟ ସୁରକ୍ଷା ସର୍ବୋଚ୍ଚ କମିଟି ବୈଠକ, ସମନ୍ୱୟରେ ସୁରକ୍ଷା ଦୃଢୀଭୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ତଟ୍ଟ ସୁରକ୍ଷା ସର୍ବୋଚ୍ଚ କମିଟି ବୈଠକ, ସମନ୍ୱୟରେ ସୁରକ୍ଷା ଦୃଢୀଭୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଏହିସବୁ ସଂସ୍ଥା ଓ ବିଭାଗମାନଙ୍କ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସୁରକ୍ଷା ଭିତ୍ତିଭୂମି, ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ ଏବଂ କଟ୍ରୋଲ ବ୍ୟବସ୍ଥା, ସମୁଦ୍ର ମଧ୍ୟରେ ଦ୍ରୁତ ଗତିକରି ପାରୁଥିବା ବୋଟ୍, ଜେଟ୍ଟି ଆଦିକୁ ପରସ୍ପର ମଧ୍ୟରେ ମିଳିତ ଭାବେ ବ୍ୟବହାର କରିବା ସହ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ନୌବାହିନୀ ଭାଇସ ଆଡ଼ମିରାଲ୍ ବିଶ୍ବଜିତ୍ ଦାସଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଉପକୂଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଚୋରାଚାଲାଣ, ବେଆଇନ କାର୍ଯ୍ୟକଳାପ, ବେଆଇନ ଅନୁପ୍ରବେଶ ଆଦିର ନିରାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା ଓ ବିଭାଗମାନେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ନିରୀକ୍ଷଣ, ଗୁପ୍ତତଥ୍ୟ ସଂଗ୍ରହ, ଅନୁଧ୍ୟାନ ଜଏଣ୍ଟ-ପେଟ୍ରୋଲିଂ ଓ ସମୟୋଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ବାରା ଏହିସବୁ ଅସାମାଜିକ ଓ ଦେଶ ବିରୋଧି କାର୍ଯ୍ୟକଳାପକୁ ପୂର୍ଣ୍ଣ ଲୋପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତଟ୍ଟ ଅଞ୍ଚଳ ସୁରକ୍ଷା ଦୃଢ଼ୀଭୁତ କରିବା ପାଇଁ ରାଜ୍ୟ ସରକାର ୧୮ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି । ଏହିସବୁ ଥାନା ପାଇଁ ୭୩୮ ପୋଲିସ୍ ଅଧିକାରୀ ଓ କର୍ମଚାରୀ ପଦବୀ ମଞ୍ଜୁର ହୋଇଛି । ସାମୁଦ୍ରିକ ଥାନାମାନଙ୍କ ପାଇଁ ୨୭୦ ଜଣ ହୋମଗାର୍ଡ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦ୍ରୁତ ଇନ୍ସେଫ୍ଟର ବୋଟ ଆଦିର ବ୍ୟବସ୍ଥା କରାଯାଇଛି । ସାମୁଦ୍ରିକ ଥାନା ପାଇଁ ମଧ୍ୟ ଆବଶ୍ୟକୀୟ ଗାଡି ପେଟ୍ରୋଲିଂ ନିମନ୍ତେ ଯୋଗାଇ ଦିଆଯାଇଛି । ଇତିମଧ୍ୟରେ ସମୁଦ୍ରରେ ମାଛ ଧରୁଥିବା ଆମ ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ପରିଚୟପତ୍ର ଦିଆଯାଇଛି । ତଟ୍ଟ ଅଞ୍ଚଳ ଗ୍ରାମରେ ରହୁଥିବା ଲୋକମାନଙ୍କର ପରିଚୟ ପତ୍ର ଯାଞ୍ଚ କରିବା ପାଇଁ ସାମୁଦ୍ରିକ ଥାନାମାନଙ୍କୁ ଏନ୍.ପି.ଆର୍. କାର ରିଡର ଯୋଗାଇ ଦିଆଯାଇଛି । ତଟ୍ଟସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟ୍ଟି ନିର୍ମାଣ, ଦ୍ରୁତ ଇନ୍ସେପ୍ଟର ବୋଟ୍ ନିୟୋଜିତ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଛି ।

ତଟ୍ଟ ଅଞ୍ଚଳ ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ଏବଂ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ବେଆଇନ ଅନୁପ୍ରବେଶ ଏବଂ ଚୋରାଚାଲାଣ ଆଦି ବିଷୟରେ ଲଗାତର ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନୌବାହିନୀର ଭାଇସ୍ ଆଡ଼ମିରାଲ୍ ବିଶ୍ବଜିତ୍ ଦାସଗୁପ୍ତା, କୋଷ୍ଟ ଗାର୍ଡର ଆଇ.ଜି ଏମ୍.ଭି. ପାଠକ, ତଟ୍ଟ-ନିରାପତ୍ତା ନୋଡାଲ୍ ଅଫିସର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଆଇ.ଟି.ଆର ଚାନ୍ଦିପୁରର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନୁରାଗ ସେନଙ୍କ ସମେତ ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.