ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏକାମ୍ର କ୍ଷେତ୍ରର ବିକାଶ ନେଇ ବୈଠକ ହୋଇଛି ।
ମଙ୍ଗଳବାର ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଲିଙ୍ଗରାଜ ମନ୍ଦିର ତଥା ଏକାମ୍ର କ୍ଷେତ୍ରର ସମସ୍ତ ମୁଖ୍ୟ ମନ୍ଦିରର ସେବାୟତ ନିଯୋଗ ବନ୍ଧୁ ମାନଙ୍କ ସହ ବୈଠକ କରାଯାଇଛି । ଏହି ବୈଠକରେ ପୁରାତନ କୀର୍ତ୍ତିରାଜି ରକ୍ଷଣାବେକ୍ଷଣ ନେଇ ବିଶେଷ ଏବଂ ବ୍ୟାପକ ଆଲୋଚନା କରାଯାଇଛି । ବିଶେଷ କରି ବାଇ-ଲକୁ ନେଇ ଦେଖାଦେଇଥିବା ସମସ୍ୟାକୁ ଆଲୋଚନା କରାଯାଇଛି । ଏହି ଅବସରରେ ସାଂସଦ ଅପରାଜିତା ସମସ୍ତ ସେବାୟତ ବନ୍ଧୁମାନଙ୍କୁ ପୁଙ୍ଖାନୁପୁଙ୍ଖ ଶୁଣିବା ସହ ସମସ୍ତ କୀର୍ତ୍ତିରାଜି ସହ ଏକାମ୍ର କ୍ଷେତ୍ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ