ETV Bharat / city

ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ - ଆଣ୍ଟିଜେନ ଟେଷ୍ଟ

କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ବିଏମସି ପକ୍ଷରୁ କୋଭିଡ ଚେକଅପ୍ କରାଯିବ । ଯାତ୍ରୀଙ୍କ କୋଭିଡ ଲକ୍ଷଣ ଥିଲେ ତୁରନ୍ତ ଆଣ୍ଟିଜେନ ଟେଷ୍ଟ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ

author img

By

Published : Nov 26, 2020, 4:46 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ବିଏମସି ପକ୍ଷରୁ କୋଭିଡ ଚେକଅପ୍ କରାଯିବ । ଯାତ୍ରୀଙ୍କ କୋଭିଡ ଲକ୍ଷଣ ଥିଲେ ତୁରନ୍ତ ଆଣ୍ଟିଜେନ ଟେଷ୍ଟ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ

ଦିନେ 2 ଦିନ ଭିତରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଏମସି ପକ୍ଷରୁ ଆରମ୍ଭ ହେବ କୋଭିଡ ଚେକଅପ୍ । ଯେଉଁମାନେ ଭୁବନେଶ୍ବର ଆସୁଛନ୍ତି ଏବଂ ଯେଉଁମାନେ ବିମାନରେ ଯାତ୍ରା କରିବେ ସେମାନଙ୍କ ଠାରେ ଯଦି କୌଣସି କୋଭିଡ ଲକ୍ଷଣ ଦେଖାଯାଏ, ବିଏମସି ପକ୍ଷରୁ ତତ୍‌କ୍ଷଣାତ ଆଣ୍ଟିଜେନ ଟେଷ୍ଟ କରାଯିବ । କୋଭିଡ ଚେକଅପ ପାଇଁ 2ଟି ସିଫ୍ଟ କରାଯିବ । 2 ସିଫ୍ଟରେ ପ୍ରାୟ ୪ ଜଣ ଲୋକ କାମ କରିବେ। ଜଣେ ଲାବ ଟେକ୍ନିସିଆନ, ଆଉ ଜଣେ ହେଲ୍ପର ଟେଷ୍ଟ କରିବେ । ସକାଳ ୫ରୁ ଦିନ ୧୨ ଟା ଏବଂ ଦିନ ୧୨ରୁ ରାତ୍ରି ସମୟ ପର୍ଯ୍ୟନ୍ତ କୋଭିଡ ଟେଷ୍ଟ କରାଯିବ ।

ସାରା ଦେଶରେ କୋଭିଡର ଦ୍ବିତୀୟ ଲହରି ଜାରି ରହିଥିବା ବେଳେ କିଛି ରାଜ୍ୟରେ କୋଭିଡ ସଂକ୍ରମଣ ଉଗ୍ର ରୂପ ଧାରଣା କରିଛି । ସଂକ୍ରମଣ ବୃଦ୍ଧି ପାଇଥିବାରୁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ୟରେ ବିମାନ ବନ୍ଦରରେ କୋଭିଡ ଚେକ ଅପକୁ କଡାକଡି କରାଯାଇଥିବା ବେଳେ ଭୁବନେଶ୍ବରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.