ETV Bharat / city

‘ବ୍ରହ୍ମପୁରରେ 31% ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି’

author img

By

Published : Aug 13, 2020, 6:13 PM IST

Updated : Aug 13, 2020, 7:17 PM IST

ରାଜ୍ୟରେ ପ୍ରଥମେ ପୁରୀରେ ଆରମ୍ଭ ହୋଇଥିବା ସେରୋଲୋଜିକାଲ ସର୍ଭେ ବ୍ରହ୍ମପୁରରେ ମଧ୍ୟ କରାଯାଇଛି । ଅଗଷ୍ଟ ମାସରେ ବ୍ରହ୍ମପୁରରେ କରାଯାଇଛି ସେରୋଲୋଜିକାଲ ସର୍ଭେ ।

corona update
ଆରଏମଆରଏସ ନିର୍ଦ୍ଦେଶିକା ସଂଘମିତ୍ରା ପତି

ଭୁବନେଶ୍ବର: ରାଜ୍ୟରେ ପ୍ରଥମେ ପୁରୀରେ ଆରମ୍ଭ ହୋଇଥିବା ସେରୋଲୋଜିକାଲ ସର୍ଭେ ବ୍ରହ୍ମପୁରରେ ମଧ୍ୟ କରାଯାଇଛି । ଅଗଷ୍ଟ ମାସରେ ବ୍ରହ୍ମପୁରରେ କରାଯାଇଛି ସେରୋଲୋଜିକାଲ ସର୍ଭେ । ଏହି ସର୍ଭେରୁ ଜଣାପଡିଛି ଯେ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଛି । ଅର୍ଥାତ ବ୍ରହ୍ମପୁରର 31 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ରହିଛି ବୋଲି ଆରଏମଆରଏସ ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ।

ଆରଏମଆରଏସ ନିର୍ଦ୍ଦେଶିକା ସଂଘମିତ୍ରା ପତି

ରାଜ୍ୟରେ ସେରୋଲୋଜିକାଲ ସର୍ଭେ ପ୍ରଥମେ ରଥ ଯାତ୍ରା ଠାରୁ ପୁରୀରେ ଆରମ୍ଭ ହୋଇଥିଲା । ବ୍ରହ୍ମପୁରରେ 2830 ଲୋକଙ୍କ ଠାରୁ ସାମ୍ପଲ କଲେକ୍ସନ କରାଯାଇଛି । 31 ଶତକଡା ଲୋକଙ୍କ ଠାରେ ଆଣ୍ଟିବାଡି ରହିଥିବା ଜଣାପଡିଛି । ସହରାଞ୍ଚଳରେ 40 ଶତକଡା ଆଣ୍ଟିବାଡି ମିଳିଥୁବା ବେଳେ ପଖା ପାଖି ଦେଢ ଲକ୍ଷ ଲୋକଙ୍କ ଶରୀରରେ ଆଣ୍ଟିବାଡି ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ଗତ ୩ ରୁ ୭ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲା ଓ ଏହାର ପୁର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

କିଛି ଓ୍ଵାର୍ଡରେ 70 ଓ କିଛି ଓ୍ଵାର୍ଡରେ 60 ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ୪ଟି ଓ୍ଵାର୍ଡରେ 50 ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ଏହି ରିପୋର୍ଟ 4 ସପ୍ତାହ ତଳର ସ୍ଥିତିକୁ ନେଇ ତେଣୁ ଏବେର ସ୍ଥିତି ଜାଣିବାକୁ ଆଉ ଥରେ ସେରୋ ସର୍ଭେ କରିବାକୁ ପଡିପାରେ ବୋଲି ନିର୍ଦ୍ଦେଶିକା କହିଛନ୍ତି ।

ପ୍ରଥମ ପୁରୀରେ ସେରୋଲୋଜିକାଲ ସର୍ଭେ ହୋଇଥିବା ବେଳେ ଏବେ ଗଞ୍ଜାମରେ ଏହି ସର୍ଭେ ସରିଛି । ବର୍ତ୍ତମାନ ବଡମ୍ବା ନରସିଂହପୁର ସର୍ଭେ ଚାଲିଛି । ଏହାପରେ କଟକ ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ। । ତେବେ ଆଗାମୀ ଦିନରେ ଗଜପତି ଓ ରାଉରକେଲାରେ ମଧ୍ୟ ଏହି ସର୍ଭେ ଆରମ୍ଭ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 13, 2020, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.