ETV Bharat / city

ସୋମବାର ଠୁ ଦୁର୍ନୀତି ନିବାରଣ ସପ୍ତାହ: ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Oct 27, 2019, 11:37 PM IST

ଦୁର୍ନୀତି ନିବାରଣ ସପ୍ତାହ ପାଳନ ପୂର୍ବରୁ ସରକାରଙ୍କୁ ଘେରିଛନ୍ତି ବିରୋଧି । ନିଜେ ଦୁର୍ନୀତିରେ ବୁଡି ରହି ସରକାର ଅଫିସରଙ୍କୁ ନିଲମ୍ବନ କରୁଥିବା ବିଜେପି ଅଭିଯୋଗ କରିି ।

ଆରମ୍ଭ ହେବ ଦୁର୍ନୀତି ନିବାରଣ ସପ୍ତାହ

ଭୁବନେଶ୍ବର: ସୋମବାର ଠାରୁ ପାଳନ ହେବ ଦୁର୍ନୀତି ନିବାରଣ ସପ୍ତାହ । ହେଲେ ତା ପୂର୍ବରୁ ଏନସିଆରବି ଖୋଲିଛି ସରକାରଙ୍କ ମୁଖା । ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଯେ କେବଳ ନାମକୁ ମାତ୍ର ପାଳନ କରାଯାଉଛି ଏନସିଆରବି ରିର୍ପୋଟ ଦର୍ଶାଉଛି ।

ଆରମ୍ଭ ହେବ ଦୁର୍ନୀତି ନିବାରଣ ସପ୍ତାହ

ପ୍ରତିବର୍ଷ ବଢ଼ିଚାଲିଛି ରାଜ୍ୟରେ ଦୁର୍ନୀତି ମାମଲା । ଦୁର୍ନୀତି ମାମଲାରେ ମହାରାଷ୍ଟ୍ର ପ୍ରଥମ ଥିବାବେଳେ ଦ୍ବିତୀୟରେ ରହିଛି ଓଡିଶା । ୨୦୧୫ ମସିହାରେ ମହାରାଷ୍ଟ୍ରରେ ୧୨୭୯ ମାମଲା ରୁଜୁ ହୋଇଥିବାବେଳେ ଓଡିଶାରେ ୪୫୬ ମାମଲା ରୁଜୁ ହୋଇଛି ।

ସେହିପରି ୨୦୧୬ ମସିହାରେ ମହାରାଷ୍ଟ୍ରରେ ୧୦୧୬ ମାମଲା ରୁଜୁ ହୋଇଥିବାବେଳେ ଓଡିଶାରେ ୫୬୯ ଏବଂ ୨୦୧୭ରେ ମହାରାଷ୍ଟ୍ରରେ ୯୨୫, ଓଡିଶାରେ ୪୯୪ ଦୁର୍ନୀତି ମାମଲା ରୁଜୁ ହୋଇଛି । ଯାହାକୁ ନେଇ ବିରୋଧୀ ଏବେ ପ୍ରଶ୍ନ ଉଠାଇଛନ୍ତି । ଦୁର୍ନୀତି ନିର୍ବାରଣ ସରକାର ଉପରୁ କରିବା ପରବର୍ତ୍ତେ ତଳୁ ଆରମ୍ଭ କରିଛନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି ।

ସେପଟେ ଗତ ଦୁଇ ମାସ ଭିତରେ ଏହାର ଉଦାହାରଣ ମୁଖ୍ୟମନ୍ତ୍ରୀ ଦେଇସାରିଛନ୍ତି । ପ୍ରାୟ ୫୦ରୁ ବଡ ରୁ ସାନ ଅଫିସରଙ୍କୁ ବିଦାୟ ଦିଆସରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେବେ ଦୁର୍ନୀତିକୁ ପ୍ରସୟ ଦେଇନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କ

Body:କ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.