ETV Bharat / city

ପ୍ରଶାସନିକ ସ୍ତରରେ 5T ପ୍ରୟୋଗର ଆଉ ଏକ ସଫଳ ପରିଣାମ: ମୁଖ୍ୟ ଶାସନ ସଚିବ - Odisha Pollution Control Board

ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ବିଭାଗ ହେଉ ଅବା ପ୍ରଶାସନିକ ସ୍ତରରେ 5T ଯୋଗୁଁ ସମସ୍ତ କାର୍ଯ୍ୟ ସରଳୀକରଣ ହୋଇ ପାରିଛି । ଅଧିକ ପଢନ୍ତୁ...

ପ୍ରଶାସନିକ ସ୍ତରରେ 5T ପ୍ରୟୋଗର ଆଉ ଏକ ସଫଳ ପରିଣାମ: ମୁଖ୍ୟ ଶାସନ ସଚିବ

author img

By

Published : Aug 17, 2021, 10:53 PM IST

ଭୁବନେଶ୍ବର: ଉତ୍ତମ ପ୍ରଶାସନ ନିମନ୍ତେ ରାଜ୍ୟରେ 5T ତତ୍ତ୍ୱ ପ୍ରୟୋଗର ଅନ୍ୟ ଏକ ଫଳାଫଳ ସ୍ୱରୂପ ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ଜାତୀୟ ସ୍ତରରେ ୧ ନମ୍ୱର ସ୍ଥାନ ହାସଲ କରିଛି । ସେବା ସମ୍ୱନ୍ଧୀୟ ସୂଚନା ପ୍ରଦାନ ଏବଂ ସ୍ୱଚ୍ଛତା ପାଇଁ ସର୍ବଭାରତୀୟ ସ୍ତରରେ ପରିଷଦକୁ ଏହି ସଫଳତା ମିଳିଛି । ଆଉ ସଫଳତା ପାଇଁ ପରିଷଦର ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ପ୍ରାକୃତିକ ପରିବେଶ ପରିଚାଳନାରେ ସମସ୍ତ ପକ୍ଷଙ୍କୁ ସାମିଲ କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ଓ ବିଭିନ୍ନ ପକ୍ଷଙ୍କ ସଂପୃକ୍ତି ମାଧ୍ୟମରେ ପରିବେଶ ନିୟନ୍ତ୍ରଣ ପ୍ରବର୍ତ୍ତନ ଏବଂ ଏହାର ଅନୁପାଳନ ଅଧିକ ସହଜ ହେବା ନେଇ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ।

ପ୍ରଶାସନିକ ସ୍ତରରେ 5T ପ୍ରୟୋଗର ଆଉ ଏକ ସଫଳ ପରିଣାମ: ମୁଖ୍ୟ ଶାସନ ସଚିବ
ପ୍ରଶାସନିକ ସ୍ତରରେ 5T ପ୍ରୟୋଗର ଆଉ ଏକ ସଫଳ ପରିଣାମ: ମୁଖ୍ୟ ଶାସନ ସଚିବ
ସ୍ୱଚ୍ଛତା ବର୍ଗୀକରଣ ବିଷୟରେ ସୂଚନା ଦେଇ ପ୍ରଦ୍ୟୁଷଣ ବୋର୍ଡର ସଦସ୍ୟ ସମ୍ପାଦକ ଡ଼ଃ କେ ମୁରୁଗେସାନ୍‌ କହିଛନ୍ତି ଯେ ବିଜ୍ଞାନ ଓ ପରିବେଶ କେନ୍ଦ୍ରଙ୍କ ଦ୍ୱାରା ଏହି ଜାତୀୟ ସ୍ତରର ଅନୁଧ୍ୟାନ କରାଯାଇଥିଲା । ଏଥିରେ ଦେଶ​‌ରେ କାର୍ଯ୍ୟ କରୁଥିବା ୩୧ଟି ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦ୍ୟୁଷଣ ନିୟନ୍ତ୍ରଣ କମିଟି ମାନଙ୍କର କାର୍ଯ୍ୟର ଅନୁଶୀଳନ କରାଯାଇଛି । ଅନୁଶୀଳନ ମୁଖ୍ୟତଃ ବୋର୍ଡର କାର୍ଯ୍ୟକଳାପ, ସେବା ପ୍ରଦାନ, ପ୍ରଦ୍ୟୁଷଣ ସ୍ତର, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଆଦି ସମ୍ୱନ୍ଧିତ ତଥ୍ୟର ସାର୍ବଜନନୀକରଣ ଉପରେ ଆଧାରିତ । ସାର୍ବଜନୀନ ୱେବ୍‌ ପୋର୍ଟାଲରେ ସୂଚନା ଓ ସେବା ପ୍ରଦାନ ମାପିବା ପାଇଁ ୧୮ଟି ବିଭିନ୍ନ ମାନଙ୍କ ପ୍ରସ୍ତୁତ କରାଯାଇଥିଲା । ଅନୁଶୀଳନ ପାଇଁ ୨୦୧୬ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ତଥ୍ୟକୁ ବିଚାର କରାଯାଇଥିଲା ।ଅନୁଶୀଳନରେ ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ୬୭ ପ୍ରତିଶତ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିଛି । ଓଡ଼ିଶା ସହ ସମକକ୍ଷ ହୋଇ ତେଲେଙ୍ଗାନା ପରିଷଦ ମଧ୍ୟ ସମାନ ନମ୍ବର ପାଇଛି । ତାମିଲନାଡୁ ପରିଷଦ ୬୫.୫ ପ୍ରତିଶତ, ମଧ୍ୟପ୍ରଦେଶ ୬୪ ପ୍ରତିଶତ ଏବଂ ପଶ୍ଚିମ ବଙ୍ଗଳା ୬୨ ପ୍ରତିଶତ ନମ୍ବର ସହ ତାଲିକାରେ ସ୍ଥାନ ପାଇଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ପରିଷଦରେ ପଦ୍ଧତିଗତ ରୂପାନ୍ତର ଏବଂ ପ୍ରଶାସନିକ ସଂସ୍କାର ପ୍ରକ୍ରିୟା ୨୦୧୫ ମସିହାରୁ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା । ସେତେବେଳେ ସୁରେଶ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ପରେ ପରେ ଉକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ସମ୍ପାଦନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପରିଷଦ ପ୍ରାୟ ୧୧ଟି ସେବା ଯୋଗାଣକୁ ଅନ୍‌ଲାଇନ୍ କରିଛନ୍ତି । ସଂପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ସମୟାନୁବନ୍ଧିତ ଭାବେ ସମସ୍ତ ସେବା ଯୋଗାଇ ଦିଆଯାଉଛି । ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, ଉତ୍ପାଦନ ଆରମ୍ଭ, ବିପଦଜନକ ବର୍ଜ୍ୟର ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଅନ୍‌ଲାଇନ୍ ଦେୟ ପୈଠ ବ୍ୟବସ୍ଥା, ଅନୁମତିପତ୍ରର ସ୍ୱୟଂକ୍ରିୟ ନବୀକରଣ ବ୍ୟବସ୍ଥା, ଇ-ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଞ୍ଜୀକରଣ, ତଥ୍ୟ ଅନୁଶୀଳନକାରୀ ଓ ପ୍ରଦ୍ୟୁଷଣ ମାପକ କ୍ୟାମେରାରୁ ସତ୍ୟତନ ତଥ୍ୟ (ରିଅଲ ଟାଇମ୍ ଡାଟା) ପ୍ରକାଶ ଆଦି ପ୍ରମୁଖ ସେବାକୁ ଅନ୍‌ଲାଇନ୍ କରାଯାଇଛି । ଏହାଛଡା ପ୍ରଦ୍ୟୁଷଣ ବିଷୟରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ସମାଧାନ ପାଇଁ ମଧ୍ୟ ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ତରଫରୁ ଏକ ମୋବାଇଲ୍‌ ଆପ୍‌ ସେବା ଆରମ୍ଭ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.