ETV Bharat / city

ରୁଚିକାଙ୍କ ଆତ୍ମହତ୍ୟାକୁ ମାସେ ନ ପୁରୁଣୁ ବିଜେବି କଲେଜରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ - ଆଉ ଜଣେ ଛାତ୍ର ବିଜେବି କଲେଜରେ ରାଗିଂରେ ଶୀକାର ହେଲେ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ମାସେ ପୁରି ନାହିଁ । ପୁଣି କଲେଜରୁ ଆସିଛି ଆଉ ଏକ ରାଗିଂ ଅଭିଯୋଗ । ଯୁକ୍ତ ୨ ବାଣିଜ୍ୟ ବିଭଗର ଛାତ୍ରକୁ ଏକାଧିକ ସିନିୟର ମାଡ ମାରିଥିବା ନେଇ ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

ରୁଚିକାଙ୍କ ଆତ୍ମହତ୍ୟାକୁ ମାସେ ନ ପୁରୁଣୁ ବିଜେବି କଲେଜରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ

author img

By

Published : Jul 20, 2022, 7:31 PM IST

ଭୁବନେଶ୍ବର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ମାସେ ନ ପରୁୁୁଣୁ କଲେଜରୁ ଆସିଛି ଆଉ ଏକ ରାଗିଂ ଅଭିଯୋଗ । ଯୁକ୍ତ ୨ ବାଣିଜ୍ୟ ବିଭଗର ଜଣେ ଛାତ୍ରଙ୍କୁ ସିନିୟର ରାଗିଂ କରିଥିବା ନେଇ ଅଭିଯୋଗ ଆସିଛି । ଏକାଧିକ ସିନିୟର ମାଡ ମାରିଥିବା ଘଟଣାରେ ରାଗିଂର ଶୀକାର ହୋଇଥିବା ଛାତ୍ରଙ୍କ ପରିବାର ବର୍ଗ ବଡଗଡ ଥାନାରେ ଏତଲା ଦେଇଛନ୍ତି ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ମାସେ ପୁରି ନାହିଁ । ପୁଣି କଲେଜରୁ ଆସିଛି ଆଉ ଏକ ରାଗିଂ ଅଭିଯୋଗ । ରୁଚିକା ମହାନ୍ତି ସୁଇସାଇଡ ନୋଟରେ ସିନିୟର ରାଗିଂ କରିଥିବା ନେଇ ଉଲ୍ଲେଖ କରିଥିଲେ । ହେଲେ ଏଯାଏଁ ପୋଲିସ ସିନିୟର ପାଖରେ ପହଞ୍ଚିବାକୁ ଅସଫଳ ହୋଇଛି । ସେହି ତିନି ଜଣ ସିନିୟର କିଏ ଯେଉଁମାନେ ରୁଚିକାଙ୍କୁ ରାଗିଂ କରିଥିଲେ । ଯେଉଁ କାରଣରୁ ରୁଚିକାଙ୍କୁ ଆତ୍ମହତ୍ୟା କରିବାକୁ ପଡିଥିଲା । ଏସବୁ ଘଟଣାର ଏପର୍ଯ୍ୟନ୍ତ ପୋଲିସ ଖିଅ ନପାଇ ତଦନ୍ତ ଜାରି ରଖିଛି । ଏହାରି ଭିତରେ କଲେଜରୁ ଆଉ ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ରାଗିଂରେ ଶୀକାର ହୋଇଥିବା ଛାତ୍ର ଜଣକ ହେଲେ ଯୁକ୍ତ ୨ ବାଣିଜ୍ୟ ବିଭଗର ଛାତ୍ର । ଏକାଧିକ ସିନିୟର ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ଛାତ୍ରଙ୍କ ପରିବାର ଲୋକ ବଡଗଡ ଥାନାରେ ଏତଲା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.