ETV Bharat / city

ECMO TREATMENT: ପୁଣି ବିଫଳ ଇକମୋ ଚିକିତ୍ସା, ଆଖି ବୁଜିଲେ ବ୍ରହ୍ମପୁରର ଅମ୍ରିତ

ସଫଳ ହୋଇପାରୁନି ଇକମୋ(ECMO TREATMENT) ଚିକିତ୍ସା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ଆଉ ଜଣେ ପୀଡିତ ଅମ୍ରିତ ପ୍ରଧାନ । ଅଧିକ ପଢନ୍ତୁ

author img

By

Published : Nov 24, 2021, 7:32 AM IST

Updated : Nov 24, 2021, 10:32 AM IST

ପୁଣି ବିଫଳ ECMO ଚିକିତ୍ସା, ଆଖି ବୁଜିଲେ ବ୍ରହ୍ମପୁରର ଅମ୍ରିତ

ଭୁବନେଶ୍ବର: ସଫଳ ହୋଇପାରୁନି ଇକମୋ(ECMO TREATMENT) ଚିକିତ୍ସା । ଆଖି ବୁଜିଲେ ଆଉ ଜଣେ ପୀଡିତ ଅମ୍ରିତ ପ୍ରଧାନ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଅମ୍ରିତଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ପ୍ରତ୍ୟାରୋପଣ(Lung Transplant) କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ ।

କୋରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାଧୀନ ଥିଲେ ଅମ୍ରିତ । ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ବାସିନ୍ଦା ଥିଲେ ଅମ୍ରିତ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ । କିଛି ଦିନ ତଳେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏପରିକି ଚିକିତ୍ସା ପାଇଁ ପରିବାର ଲୋକେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅର୍ଥ ସଂଗ୍ରହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଫୁସଫୁସ୍ ପ୍ରତିରୋପଣ ପାଇଁ ବାଧକ ଅର୍ଥ, ଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା

ଏହାପରେ ଜୁନ 3 ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟିଂରେ ନେଇଥିଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ 6 ଜଣିଆ ଡାକ୍ତର ଦଳ ଅମ୍ରିତଙ୍କୁ ଚେନ୍ନାଇ ନେଇଥିଲେ । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ଚେନ୍ନାଇର ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଯୁବକଙ୍କ ଠାରୁ ଫୁସଫୁସ ଅଣାଯାଇଥିଲା । ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା । ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ପଖାପାଖି 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା ।

ଏହା ମଧ୍ୟ ପଢନ୍ତୁ:- ଏମ୍ସରୁ-ଏୟାରପୋର୍ଟ ହେଲା ଗ୍ରୀନକରିଡର, ଏୟାରଲିଫ୍ଟ ହେଲେ ଅମ୍ରିତ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 24, 2021, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.