ଭୁବନେଶ୍ବର: ପୁଣି ଜଣେ ଓଡ଼ିଆ ପୁଅଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲରକା ଗାଁର ସଚିନ ବେହେରା । ଏକ ପଛୁଆ ଅଞ୍ଚଳରୁ ଆସି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ସଚିନ ।
ସେ (most full contact knee strike using alternate leg in one min)ମୋଷ୍ଟ୍ ଫୁଲ କନଣ୍ଟାକ୍ଟ ନି ଷ୍ଟ୍ରାଇକ ୟୁଜିଂ ଅଲଟରନେଟ ଲେଗ ଇନ୍ ୱାନ ମିନିଟରେ ଏଭଳି ବିରଳ ରେକର୍ଡ କରିଛନ୍ତି ଓଡିଆ ପୁଅ ।
ବର୍ତ୍ତମାନ ସେ ତୃତୀୟ ବର୍ଷରେ ହାଇଟେକ କଲେଜରେ ପିଜିଓଥେରାପି ପଢୁଛନ୍ତି । ପୂର୍ବରୁ ଏହି ରେକର୍ଡ ଚେନ୍ନାଇ ସହରର ଜୟନ୍ତ ରେଡ୍ଡିଙ୍କ ନାମରେ ଥିବା ବେଳେ ଏବେ ଏହି ରେକର୍ଡକୁ ସଚିନ ହାତେଇଛନ୍ତି । ଜୟନ୍ତ ରେଡ୍ଡି 115 ଥର ଏହି ରେକର୍ଡ କରିଥିବା ବେଳେ ସଚିନ ଗୋଟିଏ ମିନିଟରେ 137 ଥର କରିଛନ୍ତି ।
ବର୍ତ୍ତମାନ ଗିନିଜ ୱାର୍ଲ୍ଡ ରେକର୍ଡ ତରଫରୁ ଏହି ରେକର୍ଡକୁ ଗ୍ରହଣ କରିସାରିଥିବା ବେଳେ ଖୁବଶୀଘ୍ର ଏହାର ପ୍ରଣାମ ପତ୍ର ମିଳିବା ନେଇ କହିଛନ୍ତି ସଚିନ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ