ETV Bharat / city

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ୧୯ରେ ଆଉ ଏକ ଲଘୁଚାପ

୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 17, 2022, 9:28 PM IST

another low pressure expected in odisha
ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ୧୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି (Low pressure expected in odisha) । ଫଳରେ ୧୮ ଓ ୧୯ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Meteorological Centre Bhubaneswar) ଆକଳନ କରିଛି ।

ଆଜି ସକାଳେ ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮କିମି ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ଯୋଗୁଁ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହାର ପ୍ରଭାବରେ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ବୃଦ୍ଧି ପାଇବ । ସକାଳ ୮.୩୦ ସୁଦ୍ଧା ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା (Heavy rainfall alert in odisha) ନେଇ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

୧୯ ତାରିଖରେ ରାଜ୍ୟର ୧୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିଭଳି ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି । ରାଜ୍ୟର ସମସ୍ତ ନଦୀ ଅବବାହିକାରେ ବର୍ଷା ହେବ । ତେବେ ୧୮ ତାରିଖରୁ ୨୦ ତାରିଖ ଯାଏଁ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ତାରିଖରୁ ଛତିଶଗଡ଼ରେ ମଧ୍ୟ ବର୍ଷା ହେବ । ସେହିପରି ମହାନଦୀ ଉପର ମୁଣ୍ଡରେ ବର୍ଷାହେବା ସହ ନଦୀର ଜଳସ୍ତର ବୃଦ୍ଧି ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.