ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କୋରୋନା ଆକ୍ରାନ୍ତ । ବୁଧବାର ଆଉ 91 ଜଣ ଆକ୍ରାନ୍ତ ସୁସ୍ଥ ହେବା ସହ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 1416 ପହଞ୍ଚିଛି ।
ରାଜ୍ୟରେ କରୋନା କାୟା ବିସ୍ତାର କରିଥିବାବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢୁଛି । ବୁଧବାର ପୁଣି 91 ଜଣ ସୁସ୍ଥ ହୋଇଛନ୍ତି । ଯାହା ଫଳରେ 1416କୁ ଛୁଇଁଛି ସୁସ୍ଥଙ୍କ ସଂଖ୍ୟା । ଦେଓଗଡ଼ରେ 22 ଜଣ ସୁସ୍ଥ ହୋଇଥିବାବେଳେ, ପୁରୀରେ 16, ନୟାଗଡ଼ରେ 15, ବଲାଙ୍ଗୀରରେ 9 ଅନୁଗୋଳ ବାଲେଶ୍ବରରେ 5, ଭଦ୍ରକ ଓ ସୁନ୍ଦରଗଡ଼ରେ 3, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡରେ 2 ଜଣ, ଢେଙ୍କାନାଳ ଗଜପତି ଓ ଯାଜପୁରରେ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ