ETV Bharat / city

ଭୁବନେଶ୍ବରରୁ 213 ନୂଆ କୋରୋନା ସଂକ୍ରମିତ ଚିହ୍ନଟ - another 213 covid 19 patient detected in bhubaneswar

ଭୁବନେଶ୍ବରରେ ଆଉ 213 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 68 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 145 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ଭୁବନେଶ୍ବରରୁ 213 ନୂଆ କୋରୋନା ସଂକ୍ରମିତ ଚିହ୍ନଟ

author img

By

Published : Oct 19, 2020, 9:11 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି 213 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟିନ ସେଣ୍ଟରରୁ 68 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ସ୍ଥାନୀୟ ଅଞ୍ଚଳରୁ 145 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖପୁର ଅଞ୍ଚଳରୁ ସର୍ବାଧିକ 10 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରପଡ଼ା ଅଞ୍ଚଳରୁ 7 ଜଣ, ସହିଦ ନଗର ଓ ଓଲ୍ଡ ଟାଉନ ଅଞ୍ଚଳରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼, ବୋମିଖାଲ, ଶୈଳଶ୍ରୀ ବିହାର, ଗଡ଼କଣା, ଗୌତମ ନଗର, କଳ୍ପନା, କୋଳଥିଆ, ମଞ୍ଚେଶ୍ବର, ପୋଖରୀପୁଟ, ରସୁଲଗଡ଼ରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାପୁଜୀନଗର, ବରମୁଣ୍ଡା, ପଳାଶୁଣୀ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରୁ 213 ନୂଆ କୋରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବରରୁ 213 ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡା ଓ ପଟିଆରୁ ସର୍ବାଧିକ 8 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଲ୍ଡ ଟାଉନ ଅଞ୍ଚଳରୁ 6 ଜଣ, ଜଗନ୍ନାଥ ଅଞ୍ଚଳରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି କୋଲଥିଆ, ପାଳସପଲ୍ଲୀ, ପାତ୍ରପଡା ଓ ବଡ଼ଗଡ଼ ଅଞ୍ଚଳରୁ 4 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର, ନନ୍ଦନ ବିହାର ଓ ଟଙ୍କାପାଣି ଆଦି ଅଞ୍ଚଳରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବାପେକ୍ଷା ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ କୋରୋନାକୁ ନେଇ ସଜାଗ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ।

ଭୁବନେଶ୍ବରରେ 140 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27 ହଜାର 441କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 24 ହଜାର 450 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରେ 2 ହଜାର 830 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.