ଭୁବନେଶ୍ବର : ରାଜ୍ୟରେ ଦିନକରେ ସୁସ୍ଥ ହେଲେ 2015 କୋରୋନା ଆକ୍ରାନ୍ତ । ସେଥିରୁ ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ତେବେ ଆଜିର ସୁସ୍ଥ ହାରକୁ ମିଳାଇ ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,70,130 ରହିଛି ।
ଆଜି 30ଟି ଜିଲ୍ଲାରେ 2015 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 312 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 135, ଅନୁଗୋଳରେ 218, ବାଲେଶ୍ବରରେ 88, ଜଗତସିଂହପୁରରେ 85, ମୟୂରଭଞ୍ଜରେ 83, ଯାଜପୁରରେ 81, କେନ୍ଦୁଝରରେ 75, ପୁରୀରେ 69, କେନ୍ଦ୍ରାପଡାରେ 65 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବଲାଙ୍ଗୀରରେ 64, ଭଦ୍ରକରେ 63, ନୂଆପଡାରେ 62, ନବରଙ୍ଗପୁରରେ 60, ଢେଙ୍କାନାଳରେ 56, ସୋନପୁର 47 , ବରଗଡରେ 46, କଳାହାଣ୍ଡିରେ 44, ଝରସୁଗୁଡ଼ାରେ 42, ନୟାଗଡରେ 37, ସମ୍ବଲପୁରରେ 36, କନ୍ଧମାଳରେ 34, ସୁନ୍ଦରଗଡରେ 26, କୋରାପୁଟର 25, ଗଞ୍ଜାମରେ 24, ମାଲକାଗିରିରର 23, ବୌଦ୍ଧରେ 21, ଦେଓଗଡ ଓ ଗଜପତିରେ 9, ରାୟଗଡାରେ 6, ଷ୍ଟେଟ ପୋଲରେ 70 ଜଣ ଆରୋଗ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ