ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି । ଏହାସହ ମୋଟ ସୁସ୍ଥ ସଂଖ୍ୟା ୩୦,୨୪୧କୁ ବୃଦ୍ଧି ଘଟିଛି । ଆଜି (ଶନିବାର) ରାଜ୍ୟରେ ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
![ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୪୪ କୋରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦,୨୪୧କୁ ବୃଦ୍ଧି](https://etvbharatimages.akamaized.net/etvbharat/prod-images/8340460_ppp.jpg)
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୫୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡରୁ ୬୨, ସୁନ୍ଦରଗଡରୁ ୫୯, କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡିରୁ ୩୬, ରାୟଗଡାରୁ ୩୬, ଯାଜପୁରରୁ ୩୪, ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁ ୩୧, ମାଲକାନଗିରିରୁ ୨୪, କେନ୍ଦ୍ରାପଡାରୁ ରୁ ୨୧, କେନ୍ଦୁଝରରୁ ୧୭, ବରଗଡ ଓ ବଲାଙ୍ଗିରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳ ୧୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
![ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୪୪ କୋରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦,୨୪୧କୁ ବୃଦ୍ଧି](https://etvbharatimages.akamaized.net/etvbharat/prod-images/8340460_88.jpg)
ସେହିପରି ମୟୂରଭଞ୍ଜରୁ 12, ଭଦ୍ରକ, ଜଗତସିଂହପୁର, ଓ ସୋନପୁରରୁ 8 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ଅନୁଗୋଳ ଓ ନୂଆପଡାରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ 4 ଓ ଝାରସୁଗୁଡାରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ଟ୍ୱଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ