ETV Bharat / city

ପିଜି ପାଠ୍ୟକ୍ରମରେ ଖାଲି ସିଟ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ପିଜି ପାଠ୍ୟକ୍ରମରେ ଖାଲି ଥିବା ସିଟ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ। 2020-21 ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଖାଲି ସିଟ୍‌ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

author img

By

Published : Mar 19, 2021, 11:32 AM IST

ପିଜି ପାଠ୍ୟକ୍ରମରେ ଖାଲି ଥିବା ସିଟ ପୂରଣ ପାଇଁ ବିଂଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ପିଜି ପାଠ୍ୟକ୍ରମରେ ଖାଲି ଥିବା ସିଟ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ମେଧା ତାଲିକା ଅନୁଯାୟୀ ସିପିଇଟି(କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) 2020 ରେ ଯୋଗ୍ୟତା ଥିବା ଏବଂ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ।

ମାର୍ଚ୍ଚ 19 ସୁଦ୍ଧା ବିଶ୍ବବିଦ୍ୟାଳୟ/କଲେଜର ଇ-ସ୍ପେସ୍‌ରେ ଏସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ଶିକ୍ଷାନୁଷ୍ଠାନ ପକ୍ଷରୁ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ଯୋଗ‌ାଯୋଗ କରିବେ। ଏହି ବିଦ୍ୟାର୍ଥୀଙ୍କ ନାମ ଲେଖାଇବେ।

ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ନଲେଖାଇଲେ କଲେଜ/ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓଜେଇଇ ମେରିଟ୍‌ ଲିଷ୍ଟ, ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ତଥା ଜାତୀୟ ସଂସ୍ଥାଗୁଡ଼ିକ ଦ୍ବାରା ପରିଚାଳିତ ସମତୁଲ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ନାମ ଲେଖାଇପାରିବେ।

ମାର୍ଚ୍ଚ 24 ରେ ସାମ୍‌ସ ଇ-ସ୍ପେସ୍‌ରେ ଏହି ବର୍ଗର ପାର୍ଥି ସାମିଲ ହେବା ଲାଗି ନୂଆ ଲିଙ୍କ୍‌ ପ୍ରଦାନ କରାଯିବ। ମାର୍ଚ୍ଚ 31 ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ସମ୍ବନ୍ଧରେ ଅବଗତ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.