ଭୁବନେଶ୍ବର: ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ଆବେଦନ ତାରିଖ ଘୋଷଣା ହୋଇଛି । ଆସନ୍ତା 29 ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇ ପାରିବ ବୋଲି କୁହାଯାଇଛି ।
ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟରେ ଆଡମିଶନ କରିନଥିବା ତଥା ଆଡମିଶନ ପାଇଁ ଆବେଦନ କରିନଥିବା ଛାତ୍ରଛାତ୍ରୀ ଓ ଯୁକ୍ତଦୁଇ ଇନଷ୍ଟାଣ୍ଟ ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ।
ୱେବସାଇଟ୍ www.samsodisha. gov.inରେ ଅନଲାଇନରେ ସାଧାରଣ ଆବେଦନ ଫର୍ମ (CAF)ରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ 29 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 2 ତାରିଖ ଯାଏଁ ଚାଲିବ । ଫେବୃଆରୀ 3 ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ 4 ତାରିଖରେ ଆଡମିଶନ ହେବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ