ETV Bharat / city

ନନ୍ଦନକାନନକୁ ଶନିଦଶା, ବର୍ଷକରେ ମରିଛନ୍ତି 70 ବିରଳ ପ୍ରାଣୀ

ନନ୍ଦନକାନନରେ ଅସୁରକ୍ଷିତ ବନ୍ୟପ୍ରାଣୀ । ଏକଥା ଆମେ ନୁହେଁ ଗତ 2019 ମସିହାରେ ବିଲୁପ୍ତ ଜୀବଜନ୍ତୁ ପ୍ରାଣ ହରାଇଥିବାର ରେକର୍ଡ କହୁଛି । ଗତ ବର୍ଷକରେ ଓରାଙ୍ଗ ଓଟାନ୍, ହାତୀ, ସିଂହ, ବାଘ ସମେତ ଆନାକୋଣ୍ଡା ପରି 70 ପ୍ରଜାତିର ବିରଳ ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ସେନେଇ କଣ କହୁଛନ୍ତି ପରିବେଶବିତ ଚାଲନ୍ତୁ ଜାଣିବା...

ନନ୍ଦନକାନନର ଶନିଦଶାକୁ କାଟିବ କିଏ?
ନନ୍ଦନକାନନର ଶନିଦଶାକୁ କାଟିବ କିଏ?
author img

By

Published : Jan 2, 2020, 6:26 PM IST

ଭୁବନେଶ୍ବର: ନନ୍ଦନକାନନରେ ଅସୁରକ୍ଷିତ ବନ୍ୟପ୍ରାଣୀ । ଏକଥା ଆମେ ନୁହେଁ ଗତ 2019 ମସିହାରେ ବିଲୁପ୍ତ ଜୀବଜନ୍ତୁ ପ୍ରାଣ ହରାଇଥିବାର ରେକର୍ଡ କହୁଛି । ତେବେ କଣ ପାଇଁ 2019 ମସିହାରେ ଏତେ ସଂଖ୍ୟାରେ ବନ୍ୟଜନ୍ତୁ ମୃତ୍ୟୁବରଣ କଲେ, କେଉଁଠି ରହିଲା ତ୍ରୁଟି, କଣ ଆଉ ବ୍ୟବସ୍ଥା ବା ପଦକ୍ଷେପ ନେଇଥିଲେ ଭଲ ହୋଇଥାନ୍ତା ସେନେଇ କଣ କହୁଛନ୍ତି ପରିବେଶବିତ ଚାଲନ୍ତୁ ଜାଣିବା...

ନନ୍ଦନକାନନର ଶନିଦଶାକୁ କାଟିବ କିଏ?

ଗତ ବର୍ଷକରେ ଓରାଙ୍ଗ ଓଟାନ୍, ହାତୀ, ସିଂହ, ବାଘ ସମେତ ଆନାକାଣ୍ଡା ପରି 70 ପ୍ରଜାତିର ବିରଳ ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ପର୍ଯ୍ୟଟକ ମାନଙ୍କୁ ନନ୍ଦନକାନନରେ ବାନ୍ଧି ରଖିବାକୁ ରାଜ୍ୟ ସରକାର ପ୍ରତିବର୍ଷ ନନ୍ଦନକାନନ କୁ ନୂଆ ନୂଆ ପ୍ରଜାତିର ଜୀବଜନ୍ତୁ ଆଣିଥାନ୍ତି। ହେଲେ ଏଠାରେ ଜୀବଜନ୍ତୁଙ୍କ ରକ୍ଷଣାବେକ୍ଷଣ ସହ ଉପଯୁକ୍ତ ଚିକିତ୍ସା ଅଭାବ ସାଙ୍ଗକୁ ପରିବେଶରେ ଭାରସାମ୍ୟ ନଥିବାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି ନିରୀହ ବନ୍ୟପ୍ରାଣୀ। ପର୍ଯ୍ୟଟକମାନେ ନୂଆ ବନ୍ୟପ୍ରାଣୀଙ୍କୁ ଦେଖିବାକୁ ନପାଇ ନିରାଶ ହୋଇ ଫେରିଯାଉଛନ୍ତି।

  • ତେବେ 2019 ମସିହାରେ ନନ୍ଦନକାନନରେ କେତେ ପ୍ରାଣୀ ଜୀବନ ହାରିଛନ୍ତି...
  • 2019 ମସିହାର ଜାନୁଆରୀ 10 ତାରିଖରେ ଜଳହସ୍ତୀର ମୃତ୍ୟୁ ଠାରୁ ଆରମ୍ଭ କରି ଡିସେମ୍ବର 30 ରେ କଲରାପତରିଆ ବାଘର ମୃତ୍ୟୁ ଖବର ପର୍ଯ୍ୟଟକଙ୍କୁ ନିରାଶ କରିଥିଲା।
  • ଏକ ବର୍ଷ ମଧ୍ୟରେ 70 ରୁ ଊର୍ଦ୍ଧ୍ବ ବିରଳ ଜୀବଜନ୍ତୁ ମୃତ୍ୟୁବରଣ କଲେଣି ।
  • 2019ରେ 4 ହାତୀ, 4 ଜଳହସ୍ତୀ, 2 ବାଘ ବାଘୁଣୀ, ସିଂହ ସହ ବହୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି।
  • ହରପିସ ଭୂତାଣୁରେ 4 ଟି ହାତୀର ଜୀବନ ଯାଇଥିଲା ।
  • ବର୍ଷ ଆରମ୍ଭରୁ ଫେବ୍ରୁଆରୀ 21 ରେ ବାଘ ରୋସନର ମୃତ୍ୟୁ ନନ୍ଦନକାନନକୁ ଓ ପର୍ଯ୍ୟଟକଙ୍କୁ ଦୁଃଖ ଦେଇଥିଲା।
  • ଏହା ପରେ ବାଘୁଣୀ ପ୍ରିୟଙ୍କା ଓ ଅକ୍ଟୋବରରେ ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି।
  • ଫେବ୍ରୁଆରୀ ମାସ 21ତାରିଖରେ ଗୟଳର ମୃତ୍ୟୁ ।
  • ମାର୍ଚ୍ଚ ମାସରେ ନୀଳଗିରି ବାନର ଓ ଧୂସର ଗଧିଆ ର ମୃତ୍ୟୁ ଘଟିଥିଲା।
  • ଏପ୍ରିଲ ମାସରେ ବିରଳ ପ୍ରଜାତିର କଇଁଛର ମୃତ୍ୟୁ ।
  • ମେ ମାସରେ ସନକୁନ ଶୁଆ ନୀଳଗିରି ବାନରର ମୃତ୍ୟୁ ।
  • ଜୁଲାଇ ମାସରେ ନୀଳଗାଇ , ଟୋରେକା ପକ୍ଷୀର ମୃତ୍ୟୁ।
  • ଅଗଷ୍ଟ ମାସରେ ନିଲଗାଇ, ବାଘୁଣୀ ପ୍ରିୟଙ୍କା ନୀଳଗିରି ବାନର, ହାତୀ ଜୁଲିର ମୃତ୍ୟୁ ।
  • ସେପ୍ଟେମ୍ବର ମାସରେ ହାତୀ ଚନ୍ଦନ, ହାତୀ କମଳା, ହାତୀ ଗୌରୀ, ସହ ନୀଳଗିରି ବାନର ମୃତ୍ୟୁ ବରଣ କରିଛନ୍ତି। ଅକ୍ଟୋବର ମାସରେ ଧଳା ବାଘ ଶୁଭ୍ରାଂଶୁ ସହ ମାଙ୍କଡ ଜୀବନ ହାରିଥିଲେ।
  • ନଭେମ୍ବର ମାସରେ ଆନାକୋଣ୍ଡା ଓ ଡିସେମ୍ବର ମାସରେ ମଣିପୁର ହରିଣ, ପିଛନା ସିଂହ, କଲରାପତିଆ ବାଘ ଆଦି ମୃତ୍ୟୁ ବରଣ କରିଛନ୍ତି।

ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, କିଛି ଜୀବଜନ୍ତୁଙ୍କ ବୟସ ହୋଇଯିବା ଫଳରେ ମୃତ୍ୟୁ ଘଟିଛି ଓ ଆଉ କିଛି ରୋଗ ହେବାଫଳରେ ମୃତ୍ୟୁ ବରଣ କରିଥାନ୍ତି। ସେମାନଙ୍କୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଉନାହିଁ। ଯାହା ଦ୍ଵାରା ନନ୍ଦନକାନନରେ ଦକ୍ଷ ଡାକ୍ତର କି ଦକ୍ଷ କର୍ମୀ ନାହାଁନ୍ତି ଯାହା ଜୀବଜନ୍ତୁଙ୍କ ରୋଗକୁ ଜାଣିପାରିବେ। ଯାହା ଦ୍ଵାରା କୌଣସି ଜୀବଜନ୍ତୁଙ୍କ ଦେହରେ ରୋଗ ହେଲେ ଚିକିତ୍ସା କରାଯାଉଛି। ଅନ୍ୟତ୍ର ଅବହେଳା ଭାବରେ ରଖାଯାଉଛି ବୋଲି ସେ ଅଭିଯୋଗ କରି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ନନ୍ଦନକାନନ ପାଲଟିଛି ବନ୍ୟପ୍ରାଣୀଙ୍କ ଡେଥ ଜୋନ୍।

ନନ୍ଦନକାନନ ପାଲଟିଛି ଡେଥ ଜୋନ୍। ଏନେଇ 2019 ମସିହାରେ ଦେଖିବାକୁ ଗଲେ ଅଧିକାଂଶ ବିଲୁପ୍ତ ଜୀବଜନ୍ତୁ ନନ୍ଦନକାନନ ରେ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନେଇ କଣ୍ କୁହନ୍ତି ପରିବେଶବିତ୍ ।

Body:
2019 ମସିହାରେ ନନ୍ଦନକାନନ ପାଲଟିଛି ଜୀବଜନ୍ତୁଙ୍କ ପାଇଁ ଡେଥ ଜୋନ୍। ବର୍ଷକରେ ଓରାଙ୍ଗ ଓଟାନ୍, ହାତୀ, ସିଂହ, ଵାଘ୍ ସମେତ ଅନାକାଣ୍ଡା ପରି 70 ପ୍ରଜାତିର ବିରଳ ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ପର୍ଯ୍ୟଟକ ମାନଙ୍କୁ ନନ୍ଦନକାନନ ରେ ବାନ୍ଧି ରଖିବାକୁ ରାଜ୍ୟ ସରକାର ପ୍ରତିବର୍ଷ ନନ୍ଦନକାନନ କୁ ନୂଆ ନୂଆ ପ୍ରଜାତିର ଜୀବଜନ୍ତୁ ଆଣିଥାନ୍ତି। ହେଲେ ଏଠାରେ ଜୀବଜନ୍ତୁଙ୍କ ରକ୍ଷଣା ବେକ୍ଷଣ ସହ ଉପଯୁକ୍ତ ଚିକିତ୍ସା ଅଭାବ ସାଙ୍ଗକୁ ପରିବେଶରେ ଭାରସାମ୍ୟ ନଥିବା ରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ନିରୀହ ବନ୍ୟପ୍ରାଣୀ। ପର୍ଯ୍ୟଟକମାନେ ନୂଆ ବନ୍ୟପ୍ରାଣୀ ଙ୍କୁ ଦେଖିବା ନପାଇ ନିରାଶ ହୋଇ ଫେରିଯାଉଛନ୍ତି।

2019 ମସିହାର ଜାନୁଆରୀ 10 ତାରିଖରେ ଜଲହସ୍ତିର ମୃତ୍ୟୁ ଠାରୁ ଆରମ୍ଭ କରି ଡିସେମ୍ବର 30 ରେ କଳରାପାତିଆ ବାଘ ର ମୃତ୍ୟୁ ପର୍ଯ୍ୟନ୍ତ। ଏହା ମଧ୍ୟରେ ବହୁ ବିଲୁପ୍ତ ଶ୍ରେଣୀର ଜୀବଜନ୍ତୁ ମାନଙ୍କୁ ହାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏକ ବର୍ଷ ମଧ୍ୟରେ 70 ରୁ ଉର୍ଦ୍ଧ ବିରଳ ଜୀବଜନ୍ତୁ ମୃତ୍ୟୁବରଣ କଲେଣି। 2019ରେ 4 ହାତୀ, 4 ଜଲହସ୍ଥି, 2 ବାଘ ବାଘୁଣୀ, ସିଂହ ସହ ବହୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି। ହରପିଶ ଭୂତାଣୁରେ 4 ଟି ହାତୀର ଜୀବନ ଚାଲିଯାଇଥିବା ବେଳେ ବର୍ଷାର ଆରମ୍ଭରୁ ଫେବ୍ରୁଆରୀ 21 ରେ ବାଘ ରୋସନ୍ ର ମୃତ୍ୟୁକୁ ନେଇ ନନ୍ଦନକାନନକୁ ଓ ପର୍ଯ୍ୟଟକ ଙ୍କୁ ଦୁଃଖ ଦେଇଥିଲା। ଏହା ପରେ ବାଘୁଣୀ ପ୍ରିୟଙ୍କା ଓ ଅକ୍ଟୋବର ରେ ଧଳା ବାଘ ଶୁଭ୍ରାଂଶୁ ର ମୃତ୍ୟୁ ଘଟିଛି। ସେହିପରି ଭାବରେ ଫେବ୍ରୁଆରୀ ମାସ 21ତାରିଖରେ ଗୟଳ, ମାର୍ଚ୍ଚ ମାସରେ ନୀଳଗିରି ବାନର ଓ ଧୂସର ଗଧିଆ ର ମୃତ୍ୟୁ ଘଟିଥିଲା। ଏପ୍ରିଲ ମାସରେ ବିରଳ ପ୍ରଜାତିର କଇଁଛ, ମେ ମାସରେ ସନକୁନ ଶୁଆ ନୀଳଗିରି ବାନର, ଜୁଲାଇ ମାସରେ ନିଲାଗାଇ , ଟୋରେକା ପକ୍ଷୀ, ନୀଳଗାଇ,ଅଗଷ୍ଟ ମାସରେ ନିଲଗାଇ, ବାଘୁଣୀ ପ୍ରିୟଙ୍କା ନୀଳଗିରି ବାନର, ହାତୀ ଜୁଲି, ସେପ୍ଟେମ୍ବର ମାସରେ ହାତୀ ଚନ୍ଦନ, ହାତୀ କମଳା, ହାତୀ ଗୌରୀ, ସହ ନୀଳଗିରି ବାନର ମୃତ୍ୟୁ ବରଣ କରନ୍ତି। ସେହିପରି ଭାବରେ ଅକଟବର ମାସରେ ଧଳା ବାଘ ଶୁଭ୍ରାଂଶୁ ମାମସେଟ ମାଙ୍କଡ। ନଭେମ୍ବର ମାସରେ ଆନାକେଣ୍ଡା ଓ ଡିସେମ୍ବର ମାସରେ ମଣିପୁର ହରିଣ, ପିଛନା ସିଂହ, କଲରାପତିଆ ବାଘ ଆଦି ମୃତ୍ୟୁ ବରଣ କରିଛନ୍ତି।

ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ କିଛି ଜୀବଜନ୍ତୁଙ୍କ ବୟସ ହୋଇଯିବା ଫଳରେ ମୃତ୍ୟୁ ଘଟିଛି ଓ ଆଉ କିଛି ରୋଗ ହେବାଫଳରେ ମୃତ୍ୟୁ ବରଣ କରିଥାନ୍ତି। ସେମାନଙ୍କୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଉନାହିଁ। ଯାହା ଦ୍ଵାରା ନନ୍ଦନକାନନ ରେ ଦକ୍ଷ ଡାକ୍ତର କି ଦକ୍ଷ କର୍ମୀ ନାହାନ୍ତି ଯାହା ଜୀବଜନ୍ତୁଙ୍କ ଯୋଗ କୁ ଜାଣିପାରିବେ। ଯାହା ଦ୍ଵାରା କୌଣସି ଜୀବଜନ୍ତୁଙ୍କ ଦେହରେ ରୋଗ ହେଲେ ଚିକିତ୍ସା କରାଯାଉଛି। ଅନ୍ୟତ୍ର ଅବହେଳା ଭାବରେ ରଖାଯାଉଛି ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, 60 ବର୍ଷ ତଳେ 1080 ଏକର ପରିମିତ ଜମିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜୀବଜନ୍ତୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଥିଲା। ପରିବେଶ ଜନିତ ଅଭାବ ଓ ରକ୍ଷାନା ବେକ୍ଷଣ ଅଭାବ କୁ ନେଇ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.