ETV Bharat / city

ଅନିଲ ଜେନା ହତ୍ୟାକାଣ୍ଡ: ଦେଢ ମାସ ପରେ ଦୁଇ ଅଭିଯୁକ୍ତ ଗିରଫ - ଭୁବନେଶ୍ବର ଅନିଲ ଜେନା ହତ୍ୟାକାଣ୍ଡ

ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡର 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ରାୟଗଡାରୁ ଉଭୟଙ୍କୁ ଗିରଫ କରାଯାଇଛି । ଜମି ବିବାଦକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

anil jena murder case
ଦେଢ ମାସ ପରେ ଦୁଇ ଅଭିଯୁକ୍ତ ଗିରଫ
author img

By

Published : Dec 24, 2019, 8:31 PM IST

ଭୁବନେଶ୍ବର: ଜମି ପାଇଁ ନେଇଥିଲେ ମୁଣ୍ଡ । ହତ୍ୟାକାଣ୍ଡ ପରେ ଲୁଚିଥିଲେ ଅଭିଯୁକ୍ତ । ଦୀର୍ଘ ଦେଢମାସ ପରେ ଅନିଲ ଜେନା ହତ୍ୟାକାଣ୍ଡର 2ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖୋର୍ଦ୍ଧା,ନୟାଗଡରୁ ଖସିବା ପରେ ଉଭୟଙ୍କୁ ରାୟଗଡାରୁ ଗିରଫ କରାଯାଇଛି ।

ଦେଢ ମାସ ପରେ ଦୁଇ ଅଭିଯୁକ୍ତ ଗିରଫ

ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାପି ଓରଫ ଭରତ ସାହୁ ଓ ହାପି ଓରଫ ଦୁର୍ଗା ପ୍ରସାଦକୁ ଗିରଫ କରିଛି ପୋଲିସ । ଗିରଫ ପରେ ହତ୍ୟାକାଣ୍ଡର ଖୁଲାସା କରିଛି କମିସନରେଟ ପୋଲିସ। ଜମିଜମା ବିବାଦକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ ।

ସୂଚନା ଅନୁସାରେ, ଗତ ନଭେମ୍ବର ୭ରେ ବାପି,ହାପି ଓ ରାଜା ବାଇକରେ ଆସି ଅନିଲ ଜେନାକୁ ଗୁଳି କରି ହତ୍ୟା କରିଥିଲେ । ପରେ ୩ ସହଯୋଗୀ ପୁଲକ ହାତି,ଚିତରଂଜନ ପରିଜା ଓ ଆଲୋକ ପ୍ରଧାନ ଜରିଆରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ତେବେ ଘଟଣାରେ ବ୍ୟବହୃତ ହୋଇଥିବା 2ଟି ବନ୍ଧୁକରୁ ଗୋଟିଏକୁ ଜବତ କରିଛି ପୋଲିସ । ଅନ୍ୟପଟେ ଏହି ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତ ରାଜ ବିଶୋଇ ଏବେବି ଫେରାର ଅଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦେଢ ମାସ ପରେ ଦୁଇ ଅଭିଯୁକ୍ତ ଗିରଫ
ଅନିଲ ଜେନା ହତ୍ଯାକାଣ୍ଡର ଥିଲେ ମୁଖ୍ଯBody:ଜମିପାଇଁ ନେଇଥିଲେ ମୁଣ୍ଡ।
ହତ୍ଯା ପରେ ଲୁଚିଥିଲେ ଅଭିଯୁକ୍ତ
ଖୋର୍ଦା,ନୟାଗଡରୁ ଖସିବା ପରେ ରାୟଗଡାରୁ ହେଲେ ଗିରଫ।ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ଯାକାଣ୍ଡର ମୁଖ୍ଯ ଆସାମି ବାପି ଓରଫ ଭରତ ସାହୁ ଓ ହାପି ଓରଫ ଦୁର୍ଗା ପ୍ରସାଦ ପୋଲିସ କରିଛି ଗିରଫ।ଗିରଫ ପରେ ହତ୍ଯାକାଣ୍ଡର ଖୁଲାସା କରିଛି କମିସନରେଟ ପୋଲିସ।
ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ଜମି ଜମା ବିବାଦ କୁ ନେଇ ହୋଇଥିଲା ହତ୍ଯାକାଣ୍ଡ।ବାପିର ମାର ନାରେ ଥିବା ଜମିକୁ ମାଡିବସିଥିବା ଭାବି ଫେରାଇବାକୁ ହତ୍ଯା କରିଥିଲା।
ଗତ ନଭେମ୍ବର ୭ ତାରିଖରେ ବାପି,ହାପି ଓ ରାଜା ବାଇକରେ ଆସି ଅନିଲ ଜେନାକୁ ଗୁଳି କରି ହତ୍ଯା କରିଥିଲେ।ପରେ ୩ ସହଯୋଗି ପୁଲକ ହାତି,ଚିତରଂଜନ ପରିଜା ଓ ଆଲୋକ ପ୍ରଧାନ ଜରିଆରେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ।ଘଟଣାରେ ଦୁଇଟି ବନ୍ଧୁକ ବ୍ଯବହାର ହୋଇଥିବାବେଳେ ଗୋଟିଏ ହୋଇଛି ଜବତ।

ପିଟିସି....

ଗିରଫର ପରେ ଦେଢ ମାସ ପରେ ବାପି ଓ ହାପିଙ୍କୁ ସ୍ପେଶାଲସ୍କ୍ବାଡ ସହାୟତାରେ ରାୟଗଡା ଚାନ୍ଦିନି ଥାନା ଅଂଚଳ ହାତିଲିରୁ ଗିରଫ କରିଛି ପୋଲିସ। ।ହତ୍ଯାକାଣ୍ଡରେ ଏବେବି ଫେରାର ଅନ୍ଯ ଅଭିଯୁକ୍ତ ରାଜ ବିଶୋଇ ଫେରାର ଅଛି।
Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.