ETV Bharat / city

ଆଜି ଅନନ୍ତ ବ୍ରତ: କଟକଣା ମଧ୍ୟରେ ଚାଲିଛି ପୂଜା - ଅନନ୍ତ ବ୍ରତ ପାଳନ

ସୁଖ, ସୌହାର୍ଦ୍ଦ କାମନା କରି ପାଳନ ହେଉଛି ଅନନ୍ତ ବ୍ରତ । କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ଆଜି ଅନନ୍ତ ବ୍ରତ: କଟକଣା ମଧ୍ୟରେ ଚାଲିଛି ପୂଜା
anant-brata-celebrated-in-odisha
author img

By

Published : Sep 19, 2021, 11:54 AM IST

ଭୁବନେଶ୍ବର: ସୁଖ, ସୌହାର୍ଦ୍ଦ କାମନା କରି ଲୋକେ ପାଳନ କରୁଛନ୍ତି ଅନନ୍ତ ବ୍ରତ । ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳା ଏହି ବ୍ରତ ପାଳନ କରିଥାନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାନ ସହ ପାଳନ କରିବାକୁ ପଡେ ବୋଲି ପ୍ରଥା ରହିଛି ।

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ଏହି ଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତ ପ୍ରତିମାଙ୍କୁ ପୂଜା କରାଯାଏ । ଚତୁର୍ବଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଏହି ଅନନ୍ତ ବ୍ରତ ପାଳନ କରିବାକୁ ଶ୍ରୀକୃଷ୍ଣ ପରାମର୍ଶ ଦେଇଥିଲେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମହାତ୍ମ୍ୟ ବର୍ଣ୍ଣିତ ହୋଇଛି ।

ତେବେ ଚଳିତ ବର୍ଷ କୋଭିଡ କଟକଣା ଲଗା ଯାଇଥିବାରୁ ନିୟମ ମଧ୍ୟରେ ପୂଜା ପାଳନ କରୁଛନ୍ତି ଭକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.