ଭୁବନେଶ୍ବର: ଶସ୍ତାରେ ମିଳୁଛି ଖାଦ୍ୟ ସାମଗ୍ରୀ । ବିଚାରଧିନ କଏଦୀଙ୍କର ଦ୍ବାରା ପ୍ରସ୍ତୁତ ଜିନିଷ ଏବେ ମିଳିବ ସୁଲଭ ମୂଲ୍ୟରେ । ତାହା ପୁଣି ଜେଲ ବାହାରେ ସ୍ବତନ୍ତ୍ର ଆଉଟଲେଟରେ। ଝାରପଡା ଜେଲର ମହିଳା ବିଚାରାଧୀନ କଏଦୀ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି ଲାଗି ଜେଲ ବାହାରେ ଖୋଲିଲା ଆଉଟଲେଟ।
ବଜାର ଦର ଠାରୁ ଅପେକ୍ଷାକୃତ କମ୍ ଅପମିଶ୍ରଣ ଭୟ ନଥିବା ଜେଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଏହି ଆଉଟଲେଟକୁ ଉନ୍ମୋଚିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ହଳଦୀ, ଅଟା, ବେସନ, ମୁଢି ପ୍ରସ୍ତୁତ କରିଥିବା ସାମଗ୍ରୀ ଏଠାରେ ବିକ୍ରୟ ହେଉଛି ।
କଏଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବ ଲକ୍ଷ୍ୟରେ ଏହି ପଦଷେପ ନିଆଯାଇଛି। ସେହିପରି ଭବିଷ୍ୟତରେ ନୂଆ ଜେଲ ମାନୁଆଲ ଅନୁଯାୟୀ ବଦଳିବ କଏଦୀ ମୁଲାକାତ ବ୍ୟବସ୍ଥା । ଟ୍ରାନସପାରେନସ କାଚ ଗ୍ଲାସ୍ ସାଙ୍ଗକୁ ଲାଗିବ ଇଣ୍ଟରକମ ଟେଲିଫୋନ ବ୍ୟବସ୍ଥ। କାଚ ଗ୍ଲାସ ଲାଗିବ ଫଳରେ ମୁଲାକାତ କରିବାକୁ ଆସିଥିବା କଏଦୀଙ୍କର ସମ୍ପର୍କିୟ ଓ କଏଦୀ ପରସ୍ପରକୁ ଦେଖି ପାରିବେ । ଏକ ସମୟରେ 16 ଯୋଡା ଇଣ୍ଟରକମ ଫୋନ ବ୍ୟବସ୍ଥା ସୁବିଧା ରହିବ ।
ଏହାଛଡା ସଜା କାଟୁଥିବା କଏଦୀମାନଙ୍କ ଦୈନିକ ବେତନ 100 ଟଙ୍କା ବୃଦ୍ଧି କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଡିଏନ ବାରିକ ସୂଚନା ଦେଇଛନ୍ତି । ଚଳିତ ବର୍ଷରେ ଜେଲ ବିଭାଗର ନୂଆ ମାନୁଆଲ ଅନୁଯାୟୀ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ